www.samajalive.in
Monday, December 8, 2025
17.1 C
Bhubaneswar

୩ ୱାର୍ଡ଼ରେ କଂଗ୍ରେସର ଅସ୍ତ୍ରତ୍ୟାଗ

ଗୁଡ଼ଭେଲା: ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ଗତକାଲି ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଥିବା ବେଳେ ୧୨ଟି ଆସନ ପାଇଁ ୩୬ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେଥିମଧ୍ୟରୁ ବିଜେଡି ଓ ବିଜେପି ପକ୍ଷରୁ ୧୧ ୱାର୍ଡ଼ର କାଉନସିଲର୍ ପାଇଁ ୧୧ ଜଣ ଲେଖାଏଁ ପ୍ରାର୍ଥୀ ଦିଆଯାଇଥିବା ବେଳେ ୩ ସ୍ଵାଧୀନ ପ୍ରାର୍ଥୀ ଓ କଂଗ୍ରେସ ପକ୍ଷରୁ ୮ ୱାର୍ଡ଼ ପାଇଁ ୮କାଉନସିଲର୍ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଆସନ ପାଇଁ ପ୍ରାର୍ଥୀ ଦିଆଯାଇଥିବା ବେଳେ ୪ , ୫ ଓ ୭ ନମ୍ବର ୱାର୍ଡ଼ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଦିଆଯାଇ ନାହିଁ । କଂଗ୍ରେସ ଦଳ ପକ୍ଷରୁ କେହି ପ୍ରାର୍ଥୀ ହେବା ପାଇଁ ଇଚ୍ଛାପ୍ରକାଶ କରି ନ ଥିବା ଜଣାପଡିଛି। ତେଣୁ ଏହା ନିର୍ବାଚନ ଆରମ୍ଭରୁ କଂଗ୍ରେସର ଅସ୍ତ୍ରତ୍ୟାଗ ବୋଲି ସହରରେ ଚର୍ଚ୍ଚା ହେଉଛି ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories