www.samajalive.in
Thursday, December 11, 2025
16.1 C
Bhubaneswar

୨୫ରୁ ବିଧାନସଭା ଅଧିବେଶନ, ୩୦ରେ ବଜେଟ

ଭୁବନେଶ୍ବର: ପ୍ରଥମେ ପଞ୍ଚାୟତ ନିର୍ବାଚନ ଓ ଏବେ ପୌର ନିର୍ବାଚନ ଯୋଗୁଁ ଆସନ୍ତା ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ଅଧିବେଶନ କେବେ ବସିବ ସେ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ୨୪ ତାରିଖରେ ପୌର ନିର୍ବାଚନ ମତଦାନ ସରିବାର ଗୋଟିଏ ଦିନ ପରେ ଅର୍ଥାତ୍ ୨୫ ତାରିଖରୁ ବିଧାନସଭା ବଜେଟ୍‌ ଅଧିବେଶନ ଆରମ୍ଭ ହେବ। ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧାନସଭା ପକ୍ଷରୁ ମଙ୍ଗଳବାର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ବଜେଟ ଅଧିବେଶନ ସମ୍ପର୍କରେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ, ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଏଥର ୬ଟି କାର୍ଯ୍ୟଦିବସ ରହିବ। ୨୭ ତାରିଖ ରବିବାର ପଡ଼ୁଥିବାରୁ ଉକ୍ତ ଦିନ ଛୁଟି ରହିବ। ୨୫ ତାରିଖରେ ଅଧିବେଶନ ଆରମ୍ଭ ଦିନ ଗୃହରେ ରାଜ୍ୟପାଳ ଅଭିଭାଷଣ ରଖିବା ପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ୨୬ରେ ରାଜ୍ୟପାଳଙ୍କ ଭାଷଣ ଉପରେ ଆଲୋଚନା ହେବ। ୨୮ରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବାକୁ ରହିଥିବାବେଳେ ୨୯ରେ ସରକାରୀ କାର୍ଯ୍ୟ ଦିବସ ରହିଛି। ୩୦ରେ ଅର୍ଥମନ୍ତ୍ରୀ ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ-୨୦୨୨-୨୩ ଆଗତ କରିବେ। ସେହିଦିନ ଭୋଟ ଅନ୍‌ ଆକାଉଣ୍ଟ ମୋସନ ବା ଲେଖାନୁଦାନ ପ୍ରସ୍ତାବ ଆଗତ ହେବା ସହିତ ତା’ ଉପରେ ଆଲୋଚନା ଆରମ୍ଭ ହେବ। ୩୧ରେ ଲେଖାନୁଦାନ ଉପରେ ବ୍ୟୟମଞ୍ଜୁରୀ ବିଲ୍‌ ଓ ବଜେଟ ଅଧିବେଶନ ଶେଷ ହେବ ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି। ବଜେଟ ଅଧିବେଶନ ସମୟରେ ରାଜ୍ୟ ସରକାରଙ୍କ କରୋନା ମାର୍ଗଦର୍ଶିକା ଅନୁଯାୟୀ ଗୃହ ପରିଚାଳନା ହେବ।

- Advertisement -

ଅନ୍ୟପକ୍ଷରେ ଚଳିତ ବଜେଟ ଅଧିବେଶନ ଲାଗି ୧୧ ତାରିଖରୁ ପ୍ରଶ୍ନ ଗ୍ରହଣ କରାଯିବ। ଯେଉଁ ପ୍ରଶ୍ନ ୧୧ରେ ସରକାରଙ୍କୁ ଆସିଥିବ ତାହାର ଗୁପ୍ତଗୁଳା ୧୪ରେ ଏବଂ ଉତ୍ତର ତାରିଖ ୨୬ରେ ରହିଛି। ସୂଚନା ଅନୁଯାୟୀ ୨୬ ତାରିଖରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ବିଭାଗ ସହିତ ମହିଳା ଓ ଶିଶୁ ବିକାଶ, ବିଜ୍ଞାନ ଓ କାରିଗରୀ, ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ମିଶନ

ଶକ୍ତି ଓ ସରକାରୀ ଉଦ୍ୟୋଗ ବିଭାଗର ଉତ୍ତର ରହିଛି। ସେହିପରି ୨୮ତାରିଖ ଅଧିବେଶନ ପାଇଁ ୧୧ରେ ପ୍ରଶ୍ନ ଗ୍ରହଣ ୧୪ରେ ଗୁପ୍ତଗୁଳା ରହିଥିବାବେଳେ ସ୍ବରାଷ୍ଟ୍ର, ଅର୍ଥ, ସ୍ବାସ୍ଥ୍ୟ, ନିର୍ମାଣ, ଅବକାରୀ, ଇସ୍ପାତ ଓ ସାଧାରଣ ଉଦ୍ୟୋଗ ବିଭାଗର ରହିଛି। ୨୯ତାରିଖରେ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ, ଗ୍ରାମ୍ୟ ଉନ୍ନୟନ, ରାଜସ୍ବ, ଜଙ୍ଗଲ ଓ ପରିବେଶ, ଗୃହ ନିର୍ମାଣ, ଶ୍ରମ, ଆଇନ ଓ ସଂସଦୀୟ ବ୍ୟାପାର ବିଭାଗର ଉତ୍ତର ତାରିଖ ରହିଥିବାବେଳେ ୩୦ରେ କୃଷି, ଗଣଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ଉଚ୍ଚଶିକ୍ଷା ସମବାୟ, ଶିଳ୍ପ, ମତ୍ସ୍ୟ ଓ ଏମଏସଏମଇ ବିଭାଗ ଏବଂ ୩୧ରେ ଅବଶିଷ୍ଟ ବିଭାଗର ଉତ୍ତର ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories