www.samajalive.in
Sunday, December 7, 2025
26.1 C
Bhubaneswar

କଦଳୀ ବୃକ୍ଷ,ପତ୍ର ସହ ଜଡିତ କିଛି ଜଣାଅଜଣା କଥା

ପୂଜାପର୍ବ ହେଉ କିମ୍ବା ଅନ୍ୟାନ୍ୟ ବହୁ ସମୟରେ ଆମେ କଦଳୀ ପତ୍ରରେ ଖାଦ୍ୟ ଖାଇଥାଉ। ଏହା ଏକ ପରମ୍ପରା ବୋଲି ମଧ୍ୟ କୁହାଯାଏ। ଜାଣନ୍ତୁ ଏହାର ପତ୍ରରେ ଖାଇଲେ କି କି ଉପକାର ମିଳିଥାଏ। କଦଳୀ ବୃକ୍ଷ ପୂଜନୀୟ ଓ ପବିତ୍ର ରୂପେ ବିବେଚିତ। ଏହାର ପତ୍ର, ଫଳକୁ ସମସ୍ତ କାର୍ୟ୍ୟରେ ବ୍ୟବହାର କରାଯାଇଥାଏ। ପୂଜାରେ କଦଳୀ ପତ୍ର, ଫଳକୁ ମଧ୍ୟ ବ୍ୟବହାର କରାଯାଇଥାଏ। କଦଳୀ ବୃକ୍ଷରେ ଦେବଗୁରୁ ବୃହସ୍ପତି ବାସ କରିଥାଆନ୍ତି ବୋଲି କୁହାଯାଇଛି।
ଭଗବାନଙ୍କ ନିକଟରେ ଏହି ପତ୍ରରେ ଭୋଗ ଲଗାଯାଉଥିବାରୁ ଏଥିରେ ଖାଇବା ଦ୍ୱାରା ଧାର୍ମିକ ଭାବନା ସୃଷ୍ଟି ହୋଇଥାଏ। ଖାଦ୍ୟ ଅଧିକ ସ୍ୱାଦିଷ୍ଟ ଲାଗିଥାଏ।
ମାନସିକ ଶାନ୍ତି ମିଳିଥାଏ। ଖାଦ୍ୟ ଖାଇବା ମାତ୍ରେ ଏକ ଭିନ୍ନ ଆତ୍ମସନ୍ତୋଷ ଲାଭ ହୋଇଥାଏ।
କଦଳୀ ପତ୍ରରେ ବହୁ ପ୍ରକାର ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ଯାହା ବହୁ ପତ୍ର ବିଶିଷ୍ଟ ଶାଗରୁ ମିଳିଥାଏ। ତେଣୁ ଏହି ପତ୍ରରେ ଖାଦ୍ୟ ଖାଇବା ଦ୍ୱାରା ଆମକୁ ବିଭିନ୍ନ ଆଣ୍ଟି-ଅକ୍ସିଡ଼ାଣ୍ଟ ମିଳିଥାଏ। ଯାହା ଆମ ତ୍ୱଚା ପାଇଁ ଖୁବ ଲାଭଦାୟକ।
ଖାଦ୍ୟ ଗରମ ଥିବା ସମୟରେ ଏହାକୁ କଦଳୀ ପତ୍ରରେ ଖାଇବା ଦ୍ୱାରା ଏହି ପତ୍ରରେ ଥିବା ପୋଷକ ତତ୍ତ୍ୱ ଖାଦ୍ୟକୁ ଆସିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ।
ନିୟମିତ କଦଳୀ ପତ୍ରରେ ଖାଦ୍ୟ ଖାଇଲେ କେଶ ସୁନ୍ଦର ଓ ଘନ ହୋଇଥାଏ।
ଏଥିରେ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଯଥା କୋଷ୍ଠକାଠିନ୍ୟ, ଏସିଡ଼ିଟି, ବଦହଜମି ଆଦି ଦୂର ହୋଇଥାଏ।
କଦଳୀରେ ମୁଖ୍ୟତଃ ଭିଟାମିନ ଏ , ଭିଟାମିନ ସି , ଅନ୍ୟ ବହୁ ଖଣିଜ ତତ୍ତ୍ୱ ରହିଛି। ଏଥିରେ ପ୍ରାୟ ୬୪.୩ ପ୍ରତିଶତ ଜଳ, ପ୍ରୋଟିନ ୧.୩ ପ୍ରତିଶତ, କାବ୍ରୋହାଇଡ଼୍ରେଡ଼ ୨୪.୭, ଚିକ୍କଣ ୮.୩ ପ୍ରତିଶତ ରହିଛି।
ଆୟୁର୍ବେଦିକ ମହତ୍ତ୍ୱ – କଦଳୀ ସବୁ ସମୟରେ ମିଳିଥାଏ। ଏହା ଅତ୍ୟନ୍ତ ପୃଷ୍ଟିଯୁକ୍ତ ଓ ସ୍ୱାଦିଷ୍ଟ ଫଳ। ଦୃଷ୍ଟି ଶକ୍ତି ପାଇଁ ବେଶ ଉପକାରୀ। ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ।
ବାସ୍ତୁ ଟିପ୍ସ
– ଘରର ମୁଖ୍ୟଦ୍ୱାରରେ ଓ ପଛ ଭାଗରେ କଦଳୀ ବୃକ୍ଷ ଲଗାନ୍ତୁ ନାହିଁ। କଦଳୀ ବୃକ୍ଷ ନିକଟକୁ ପରିଷ୍କାର ରଖନ୍ତୁ । ବୃକ୍ଷର ଶେଷ ଅଂଶରେ ଏକ ଲାଲ ସୂତା ବାନ୍ଧନ୍ତୁ। ଘରର ସମ୍ମୁଖ ଭାଗ ବଗିଚାରେ କଦଳୀ ବୃକ୍ଷ ଲଗାନ୍ତୁ ।
କୁହାଯାଏ ପ୍ରଭୁ ବିଷ୍ଣୁ ଓ ମା’ଲକ୍ଷ୍ମୀ ସ୍ୱୟଂ ଏହି ବୃକ୍ଷରେ ବାସ କରନ୍ତି।
ଜାଣନ୍ତୁ ଏହାର ପ୍ରମୁଖ ୫ଟି ଧାର୍ମିକ ଲାଭ ……
– ପରିବାରର ପିଲାମାନେ ସର୍ବଦା ସୁଖୀ ଓ ଦୁଃଖକଷ୍ଟରୁ ଦୂରେଇ ରୁହନ୍ତି।
– ସୁଖସମୃଦ୍ଧି ପାଇଁ କଦଳୀ ବୃକ୍ଷକୁ ପୂଜା କରାଯାଏ।
– କଦଳୀ ବୃକ୍ଷ ଘରର ବଗିଚାରେ ରହିଲେ ବୃହସ୍ପତିଙ୍କ ବିଶେଷ କୃପା ଲାଭ ହୋଇଥାଏ।
– ବୈବାହିକ ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ। ଅବିବାହିତ କନ୍ୟାଙ୍କର ଶୀଘ୍ର ବିବାହ ହୋଇଥାଏ।
– ଉଚ୍ଚ ଶିକ୍ଷା ଓ ଜ୍ଞାନ ପ୍ରାପ୍ତି ପାଇଁ ଏହି ବୃକ୍ଷ ସହାୟକ ହୋଇଥାଏ। କାରଣ ଏହା ସର୍ବଦା ବାତାବରଣକୁ ଶାନ୍ତ ଓ ସକରାତ୍ମକ ଶକ୍ତି ପ୍ରଦାନ କରିଥାଏ।
ନିୟମିତ ୭ଟି ଗୁରୁବାର ନିୟମିତ ରୂପେ କଦଳୀ ବୃକ୍ଷକୁ ପୂଜା କରିବା ଦ୍ବାରା ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ। ଅବିବାହିତ ଝିଅମାନେ କଦଳୀ ବୃକ୍ଷକୁ ପୂଜା କରିବା ଦ୍ବାରା ବିବାହ ଶୀଘ୍ର ହୋଇଥାଏ।

ଭଗବାନ ସତ୍ୟନାରାୟଣଙ୍କ ପୂଜା ସମୟରେ କଦଳୀ ପତ୍ରର ବିଶେଷ ମହତ୍ତ୍ବ ରହିଛି। ପୂଜା ସମୟରେ କଦଳୀ ପତ୍ରରେ ମଣ୍ଡପ ପ୍ରସ୍ତୁତ କରାଯାଇଥାଏ।

- Advertisement -

ଗୁରୁବାର ଦିନ ମନ୍ଦିର ଯାଆନ୍ତୁ। ମନ୍ଦିରର ଯେଉଁଠାରେ କଦଳୀ ବୃକ୍ଷ ଥିବ ସେଠାକୁ ଯାଇ ଜଳ ଅର୍ପଣ କରନ୍ତୁ। ତାପରେ ହାତ ଯୋଡି ବୃହସ୍ପତିଙ୍କୁ ଧ୍ୟାନ କରନ୍ତୁ।
ବୃକ୍ଷ ତଳେ ହଳଦୀ, ଚଣା ଡାଲି ଓ ଗୁଡ ଅର୍ପଣ କରନ୍ତୁ।

କୁଙ୍କୁମ, ଚାଉଳ, ଫୁଲ ଆଦି ବୃକ୍ଷରେ ଅର୍ପଣ କରନ୍ତୁ।

ତା ପରେ ହାତ ଯୋଡି କଦଳୀ ବୃକ୍ଷ ଚାରିପଟେ ପରିକ୍ରମା କରନ୍ତୁ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories