www.samajalive.in
Sunday, December 7, 2025
26.1 C
Bhubaneswar

୨ ହଜାର ବିଦ୍ୟାଳୟ, ମହାବିଦ୍ୟାଳୟକୁ ମିଳିବ ପଟ୍ଟା

ଭୁବନେଶ୍ବର: ରାଜ୍ୟରେ ବିଦ୍ୟାଳୟ, କନିଷ୍ଠ ମହାବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଜମି ପଟ୍ଟା ପ୍ରଦାନକୁ ପ୍ରାଥମିକତା ଦେଇଛି ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ। ଚଳିତ ମାସ ରାଜ୍ୟର ପ୍ରାୟ ଦୁଇ ହଜାର ବିଦ୍ୟାଳୟ, କନିଷ୍ଠ ମହାବିଦ୍ୟାଳୟ(+୨ ଶିକ୍ଷାନୁଷ୍ଠାନ) ଓ ମହାବିଦ୍ୟାଳୟକୁ ଜମି ପଟ୍ଟା ବଣ୍ଟନ କରାଯାଇଛି।
ସୂଚନା ଅନୁଯାୟୀ ରାଜ୍ୟରେ ମୋଟ ୬ ହଜାର ୩୭ ବିଦ୍ୟାଳୟ, କନିଷ୍ଠ ମହାବିଦ୍ୟାଳୟ ଓ ମହାବିଦ୍ୟାଳୟ ଜମି ପଟ୍ଟା ପାଇଁ ଆବେଦନ କରିଥିଲେ। ଏହି ଆବେଦନ ପତ୍ରକୁ ୩୧୭ ତହସିଲଦାର ବିଚାର କରିବା ସହ ଏଯାବତ୍‌ ପ୍ରାୟ ୨ ହଜାର ଜମିପଟ୍ଟା ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କୁ ହସ୍ତାନ୍ତର କରିଛନ୍ତି।
ବିଦ୍ୟାଳୟରେ ଜମି ପଟ୍ଟା ନ ଥିବାରୁ ଭିତ୍ତିଭୂମି ବିକାଶ ସହ ଅନ୍ୟ ଉନ୍ନୟନମୂଳକ କାମ ଆଗେଇପାରୁନି। ପାଚେରି ନିର୍ମାଣ ହୋଇ ପାରୁ ନ ଥିବାବେଳେ ସରକାରୀ ଅର୍ଥ ଖର୍ଚ୍ଚ ନ ହୋଇ ଫେରୁଛି। ଅନୁରୂପ ଭାବେ ମହାବିଦ୍ୟାଳୟ ସ୍ତରରେ ମଧ୍ୟ ସମାନ ସ୍ଥିତି ରହିଛି। ମହାବିଦ୍ୟାଳୟରେ ନାକ୍‌ ମାନ୍ୟତା ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଭିତ୍ତିଭୂମି ବିକାଶ ହୋଇପାରୁନି। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା ବିଭାଗ ଏବଂ ରାଜସ୍ବ ବିଭାଗ ପକ୍ଷରୁ ଗତ ଜାନୁୟାରୀ ମିଳିତ ସମୀକ୍ଷା ବୈଠକ କରାଯିବା ସହ ଏନେଇ ଯୋଜନା ପ୍ରସ୍ତୁତ କରାଯାଇଥିଲା। ରାଜ୍ୟରେ ମୋଟ ପ୍ରାୟ ୧୦ ହଜାର ବିଦ୍ୟାଳୟ, କନିଷ୍ଠ ମହାବିଦ୍ୟାଳୟ ଓ ମହାବିଦ୍ୟାଳୟର ଜମି ପଟ୍ଟା ନ ଥିବା ନେଇ ଚିହ୍ନଟ କରାଯାଇଥିଲା। ତନ୍ମଧ୍ୟରୁ ପ୍ରାୟ ୪ ହଜାର ଶିକ୍ଷାନୁଷ୍ଠାନ ଏଯାବତ୍‌ ଆବେଦନ କରିନାହାନ୍ତି। କିସମ ପରିବର୍ତ୍ତନ ହେବାକୁ ଥିବାରୁ ବହୁ ଆବେଦନପତ୍ର ବିଚାରାଧୀନ ରହିଛି।

 

- Advertisement -

ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଅଧିକାରୀ ବ୍ୟସ୍ତ ଥିବା ଯୋଗୁଁ ପଟ୍ଟା ପ୍ରଦାନ କାର୍ଯ୍ୟ ବିଳମ୍ବ ହେଉଥିବା ଦେଖିବାକୁ ମିଳିଛି। ଚଳିତ ମାସ ଶେଷ ସୁଦ୍ଧା ପ୍ରାୟ ୩୮୦୦ ଶିକ୍ଷାନୁଷ୍ଠାନକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜମି ପଟ୍ଟା ପ୍ରଦାନ କରାଯିବ। ଏନେଇ ସମସ୍ତ ତହସିଲଦାର ଓ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୋଗଙ୍କୁ ନିର୍ଦେଶ ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ଶାସନ ସଚିବ। ସ୍ଥାନୀୟ ତହସିଲଦାର ବିବାଦ ଥିବା ଶିକ୍ଷାନୁଷ୍ଠାନ ଗସ୍ତ କରି ସେଠାରେ ମାପ କରିବା ସହ କିଭଳି ଶୀଘ୍ର ପଟ୍ଟା ମିଳିବ ସେ ଦିଗରେ ପଦକ୍ଷେପ ନେବେ। ଚଳିତ ମାସ ଆବଣ୍ଟିତ ଜମି ପଟ୍ଟା ପ୍ରଦାନରେ ସର୍ବାଗ୍ରେ ରହିଛି ବୌଦ୍ଧ ଜିଲା। ବୌଦ୍ଧ ଜିଲାରେ ମୋଟ ୪୬୩ ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ପ୍ରଦାନ କରିଥିବାବେଳେ ଗଞ୍ଜାମର ୨୧୫, ବାଲେଶ୍ବରର ୧୩୮, ମୟୂରଭଞ୍ଜର ୧୦୪ ଏବଂ କେନ୍ଦ୍ରାପଡ଼ାର ୮୦ ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କୁ ଜମି ପଟ୍ଟା ଦିଆଯାଇଛି। ଆସନ୍ତା ଏପ୍ରିଲରେ ପଟ୍ଟା ପାଇ ନଥିବା ପ୍ରାୟ ୪ ହଜାର ବିଦ୍ୟାଳୟକୁ ଚିହ୍ନଟ କରିବା ସହ କିଭଳି ପଟ୍ଟା ପ୍ରଦାନ କରାଯିବ ସେ ଦିଗରେ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ଯୋଜନା କରାଯାଇଛି।
ସୂଚନାଯୋଗ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ଅଧିକାରୀ ମିଳିତ ଭାବେ ସମନ୍ବୟ ରଖିବା ସହ କିଭଳି ଜମି ପଟ୍ଟା ମିଳିବ ସେନେଇ ନିୟମିତ ବ୍ୟବଧାନରେ ସମୀକ୍ଷା କରାଯାଉଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories