www.samajalive.in
Friday, December 12, 2025
16.1 C
Bhubaneswar

ଖାଇବା ତେଲ ବଜାରରେ ଯୁଦ୍ଧ ପ୍ରଭାବ -ଲିଟର ପିଛା ୩୦ରୁ ୪୦ ଟଙ୍କା ବୃଦ୍ଧି

ଭୁବନେଶ୍ବର,  : ଋଷ-ୟୁକ୍ରେନ ଯୁଦ୍ଧ ବିଶ୍ବବ୍ୟାପୀ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବାବେଳେ ଓଡ଼ିଶା ଉପରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଲାଣି। ବିଶେଷ କରି ୟୁକ୍ରେନରେ ଥିବା ଓଡ଼ିଶାର ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କୁ ଉଦ୍ଧାର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଥିବାବେଳେ ଏବେ ୟୁକ୍ରେନ୍‌ ସାମଗ୍ରୀ ଉପରେ ନିର୍ଭର କରୁଥିବା ବିଭିନ୍ନ ରାଜ୍ୟର ତେଲ ଓ ଅନ୍ୟାନ୍ୟ ବଜାର ଊଣା ଅଧିକ ପ୍ରଭାବିତ ହେବାକୁ ଯାଉଛି। ଓଡ଼ିଶାରେ ବ୍ୟବହୃତ ସନ୍‌ଫ୍ଲାୱାର ତେଲ ୟୁକ୍ରେନରୁ ଆସୁଥିବାରୁ ଯୁଦ୍ଧ ପାଇଁ ଏସବୁର ଯୋଗାଣ ବ୍ୟାହତ ହୋଇଥିବା ସୂଚନା ମିଳିଛି। ଏଥିପାଇଁ ବର୍ତ୍ତମାନ ହଠାତ୍‌ ତେଲ ସଙ୍କଟ ଦେଖାଦେଇ ନଥିଲେ ମଧ୍ୟ ଦର ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଦିନକୁ ଦେଢ ହଜାରରୁ ୨ହଜାର ଟଙ୍କାର ଖାଇବାତେଲ ଆବଶ୍ୟକ ପଡିଥାଏ। କିନ୍ତୁ ଓଡ଼ିଶାରେ ଏହା ପ୍ରାୟ ଉତ୍ପାଦନ ହୁଏନାହିଁ କହିଲେ ଭୁଲ୍‌ ହେବନାହିଁ। ଆବଶ୍ୟକ ପଡୁଥିବା ସମସ୍ତ ତେଲ ବାହାର ରାଜ୍ୟ ଏବଂ ବାହାର ଦେଶରୁ ଆମଦାନୀ ହୁଏ। ବିଶେଷ କରି ଆମେ ବ୍ୟବହାର କରୁଥିବା ସନ୍‌ଫ୍ଲାୱାର ତେଲର ୮୦% ୟୁକ୍ରେନରୁ ଆସେ। ସେଠାରେ ଏବେ ଯୁଦ୍ଧ ଚାଲିଥିବାରୁ ଆମଦାନୀ ବାଧାପ୍ରାପ୍ତ ହେବା ସହିତ ତେଲ ଯୋଗାଣରେ ଦେଶରେ ସମସ୍ୟା ସୃଷ୍ଟି ହୋଇଛି। ତେବେ ବଜାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସନ୍‌ଫ୍ଲାୱାର ତେଲ ମହଜୁଦ (ଷ୍ଟକ) ପରିମାଣ ଯାହା ଥିଲା ଏଥିରେ ଏପର୍ଯ୍ୟନ୍ତ ବ୍ୟତିକ୍ରମ ଘଟିନାହିଁ। କିନ୍ତୁ ବଜାରକୁ ଯେତିକି ପରିମାଣରେ ଯୋଗାଣ ହେବା କଥା ତାହା ବାଧାପ୍ରାପ୍ତ ହୋଇଛି। ଦେଶରେ କେତେ ମହଜୁଦ ରହିଛି ଏବଂ ଏହା କେତେଦିନ ଚାହିଦା ପୂରଣ କରିପାରିବ ସେଥିନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରାଯାଇନାହିଁ।
ଓଡ଼ିଶାରେ ଏବେ ଯେତିକି ପରିମାଣର ସନଫ୍ଲାୱାର ତେଲ ମହଜୁଦ ଅଛି ତାହା ୧୦ରୁ ୧୫ଦିନ ପର୍ଯ୍ୟନ୍ତ କାରବାର ହୋଇପାରିବ। ପରବର୍ତ୍ତୀ ପର୍ଯ୍ୟାୟରେ ବଜାରକୁ ତେଲ ଯୋଗାଣ ନ ହେଲେ ସଂକଟ ଦେଖାଦେବାର
ଆଶଙ୍କା ରହିଛି ବୋଲି ଓଡ଼ିଶା ବ୍ୟବସାୟ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି।
ବଜାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏବେ ସନ୍‌ଫ୍ଲାୱାର ତେଲ ଦାମ ଲିଟର ପିଛା ୧୩୦ଟଙ୍କାରୁ ୧୬୦ଟଙ୍କା ବୃଦ୍ଧି ପାଇଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଯୋଗାଣ ବାଧାପ୍ରାପ୍ତ ଯୋଗୁଁ ତେଲରେ ବୃଦ୍ଧିର ପ୍ରଭାବ ଓଡ଼ିଶା ବଜାରରେ ମଧ୍ୟ ପଡିଛି। ବର୍ତ୍ତମାନ ଆମଦାନୀ ସ୍ଥଳରେ ମହଜୁଦ ତେଲର ମୂଳ ଦର ଏବଂ ଯୋଗାଣ ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ସଠିକ୍‌ ସୂଚନା ବ୍ୟବସାୟୀମାନେ ପାଉନଥିବାରୁ ବଜାରରେ ବିକ୍ରି ହେଉଥିବା ତେଲ ଦାମ୍‌ରେ ତାରତମ୍ୟ ଲକ୍ଷ୍ୟ କରାଯାଉଛି। ଯୁଦ୍ଧ ବିଭୀଷିକାର ଆଳ ନେଇ କେତେକ ଅସାଧୁ ବ୍ୟବସାୟୀ ଅଧିକ ମୂଲ୍ୟରେ ଏହାକୁ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏବେ ବଜାରରେ ଖାଇବା ତେଲର ଦାମ୍‌ ବଢିବାରେ ଲାଗିଛି। ତେଲର ପାଇକାରୀ ଦର ବଢିବା ତେଲ ପ୍ୟାକେଟରେ ସର୍ବାଧିକ ବିକ୍ରି ମୂଲ୍ୟ (ଏମଆରପି) ଅପରିବର୍ତ୍ତିତ ଥିବାରୁ ଏଥିରୁ ଲାଭ ପାଉନଥିବା ଆଳ ଦେଖାଇ କିଛି ଡିଲର ଖାଇବାତେଲ କିଣିବା ବନ୍ଦ କରିଦେଇଛନ୍ତି। ତେଣୁ ବଜାରରେ ଏହାର ପ୍ରଭାବ ଅନୁଭୂତ ହେଉଛି। ବିଶେଷକରି ସନ୍‌ଫ୍ଲାୱାର ତେଲ ଲିଟର ପିଛା ଦାମ ୩୦ରୁ ୪୦ଟଙ୍କା ବଢିଛି। ଆଗକୁ ଅଧିକ ବଢିବାର ଆଶଙ୍କା ଥିବାରୁ ଅନେକ ଗ୍ରାହକ ଅଧିକ ମାତ୍ରାରେ କିଣୁଥିବାରୁ ବଜାରରେ ଏହାର ଅଭାବ ପରିଲକ୍ଷିତ ହେଉଛି।
ଲିଟର ପିଛା…

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories