www.samajalive.in
Monday, December 8, 2025
24.1 C
Bhubaneswar

ଅଷ୍ଟମ ଦିନରେ ଯୁଦ୍ଧ : ରୁଷର ୪୯୮ ସୈନ୍ୟ ନିହତ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି । ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି। ଋଷର ସୈନ୍ୟବାହିନୀ ୟୁକ୍ରେନର ରାଜଧାନୀ କିଭକୁ ଘେରି ରହିଛନ୍ତି । ସେହିପରି ରୁଷ ପକ୍ଷରୁ ୟୁକ୍ରେନର ଅନ୍ୟତମ ସହର ଖାର୍କିଭ ଉପରେ ଭୀଷଣ ବୋମାମାଡ ଜାରି ରହିଛି। ରୁଷ ସେନା ୟୁରୋପର ବୃହତ୍ତମ ଆଣବିକ ଶକ୍ତି କେନ୍ଦ୍ର ଆଡକୁ ଆଗଉଛି । ଯଦିଓ ଋଷ ୟୁକ୍ରେନରେ ତାର ଧ୍ୱଂସ ଲୀଳା ଜାରି ରଖିଛି । ତେବେ ବର୍ତ୍ତମାନ ସୁଦ୍ଧା ୟୁକ୍ରେନର  ଅନେକ ସହରକୁ ରୁଷ ଧ୍ୱଂସ କରିବାରେ ଲାଗିଛି। ତେବେ ଏହି ଯୁଦ୍ଧରେ ରୁଷର ୪୯୮ ସୈନିକ ନିହତ ହୋଇଥିବା ସ୍ବୀକାର କରିଛି । ପ୍ରଥମ ଥର ପାଇଁ ରୁଷ ତା’ର ସୈନିକ ନିହତ ହୋଇଥିବା ନେଇ ସୂଚନା ଦେଇଛି। ତେବେ ୟୁକ୍ରେନ, ରୁଷ ସୈନ୍ୟ ସେଠାରୁ  ପ୍ରତ୍ୟାହାର ପାଇଁ ମିଳିତ ଜାତିସଂଘରେ ଏକ ପ୍ରସ୍ତାବ ଗୃହିତ କରିଛି।

ଇତି ମଧ୍ୟରେ ୟୁକ୍ରେନର ସହର ଖେରସନକୁ ସମ୍ପୂର୍ଣ୍ଣ ଭାବେ କବଜା କରିଛି  ବୋଲି ରୁଷ ଦାବି କରିଛି । କିନ୍ତୁ ସହରର ମେୟର ଏହାକୁ ପ୍ରତ୍ୟାଖାନ କରିଛନ୍ତି। ଅନ୍ୟପକ୍ଷରେ ସଂକଟର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ଆଜି ଦ୍ୱିତୀୟ ପର୍ୟ୍ୟାୟ ଆଲୋଚନା ହେବାକୁ ଯାଉଛି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories