www.samajalive.in
Saturday, December 6, 2025
23.1 C
Bhubaneswar

ୟୁକ୍ରେନ ଶରଣାର୍ଥୀଙ୍କୁ ୟୁରୋପୀୟ ସଂଘର ୩ ବର୍ଷ ଯାଏଁ ବିନା ସର୍ତ୍ତରେ ସୁରକ୍ଷା

ବର୍ଲିନ୍: ୟୁକ୍ରେନରୁ ଆସିଥିବା ଶରଣାର୍ଥୀମାନଙ୍କୁ ୟୁରୋପୀୟ ସଂଘ ଆସନ୍ତା ୩ ବର୍ଷ ଯାଏଁ ବିନା ସର୍ତ୍ତରେ ଆଶ୍ରୟ ଦେବା ବୋଲି ଘୋଷଣା କରିଛି। ଜର୍ମାନର ଆଭ୍ୟନ୍ତରୀଣ ମନ୍ତ୍ରୀ ନାନ୍ସୀ ଫେଜର କହିଛନ୍ତି, ୟୁକ୍ରେନରୁ ଆସୁଥିବା ଶରଣାର୍ଥୀମାନଙ୍କୁ ୟୁରୋପୀୟ ସଂଘ ଦେଶଗୁଡିକରେ ଆଶ୍ରୟ ନେବା ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ତା ଗ୍ରହଣ କରିବା ଆବଶ୍ୟକ ହେବ ନାହିଁ।

ସେ କହଛନ୍ତି, ଶରଣାର୍ଥୀଙ୍କୁ କୌଣସି ପ୍ରମାଣପତ୍ର ଓ ଦସ୍ତାବିଜ ନ ଥିଲେ ମଧ୍ୟ ସାହାଯ୍ୟ ସହଯୋଗ କରାଯିବ। ସେମାନେ ତିନି ବର୍ଷ ପର୍ଯ୍ୟନ୍ତ ସୁରକ୍ଷା ପାଇବେ ବୋଲି ଫେଜର କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଶରଣାର୍ଥୀଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦିଆଯାଉଛି। ଅନ୍ୟପକ୍ଷରେ, ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହି ସ୍ୱତନ୍ତ୍ର ଅପରେସନ କେବଳ ୟୁକ୍ରେନର ସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରୁଛି। ଜାତିସଂଘ ମାନବାଧିକାର ସଂସ୍ଥା ଅନୁଯାୟୀ ଏପର୍ଯ୍ୟନ୍ତ ଅଢେଇ ଲକ୍ଷରୁ ଅଧିକ ଶରଣାର୍ଥୀ ୟୁକ୍ରେନ ଛାଡି ସାରିଛନ୍ତି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories