ୟୁକ୍ରେନ ଉପରେ ରୁଷର ଆକ୍ରମଣ କରିବା ୬ ଦିନ ହେଲାଣି ଏବଂ ଗତକାଲି ଅର୍ଥାତ ସୋମବାର ଦିନ ଉଭୟ ଦେଶ ମଧ୍ୟରେ କୂଟନୈତିକ ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରିନଥିବା ଅନୁମାନ କରାଯାଉଛି। ଆଜି ମଧ୍ୟ ରୁଷ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ତେବେ ବିଦେଶୀ ସମ୍ବାଦ ସରବରାହ ସଂସ୍ଥା ପ୍ରଦତ୍ତ ସୂଚନା ଅନୁଯାୟୀ, ୟୁକ୍ରେନର ଆକ୍ରମଣରେ ଏପର୍ଯ୍ୟନ୍ତ ରୁଷର ୪ ହଜାର ୫୦୦ରୁ ଅଧିକ ସୈନିକ ପ୍ରାଣ ହରାଇଥିବା ଜଣାପଡିଛି। ଏହାଛଡା ୟୁକ୍ରେନ ରୁଷର ୧୫୦ଟି ଟ୍ୟାଙ୍କ, ୨୭ଟି ଏୟାରକ୍ରାଫ୍ଟ ଓ ୨୬ଟି ହେଲିକପ୍ଟରକୁ ଧ୍ବଂସ କରିଦେଇଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ ଏହି ଯୁଦ୍ଧରେ ଅନେକ ୟୁକ୍ରେନ୍ ସେନା ମଧ୍ୟ ପ୍ରାଣ ହରାଇଛନ୍ତି। ଗତକାଲି ସମାଧାନ ପାଇଁ ବେଲାରୁଷ ସୀମାରେ ପ୍ରାୟ ୫ ଘଣ୍ଟା ଧରି ହୋଇଥିବା ଆଲୋଚନାର ଫଳାଫଳ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।



