www.samajalive.in
Saturday, December 13, 2025
18.1 C
Bhubaneswar

ଜନ୍ମପୀଠରେ ବୀରସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧ ଦିବସ

ରେଙ୍ଗାଲି : ଜନ୍ମ ପୀଠ ଖିଣ୍ଡାରେ ଭାରତୀୟ ମୁକ୍ତି ସଂଗ୍ରାମର ଅଗ୍ରଗଣ୍ୟ ସେନାପତି ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧ ଦିବସକୁ ସହିଦ ଦିବସ ରୂପେ ପାଳନ କରାଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିକୁ ପୂଜା ଅର୍ଚ୍ଚନା ପରେ ମାଲ୍ୟାର୍ପଣ କରାଯାଇଥିଲା । ବକ୍ତା ମାନେ ସ୍ୱାଧିନତା ସଂଗ୍ରାମରେ ସୁରେନ୍ଦ୍ର ସାଏଙ୍କ ନେତୃତ୍ୱ, ବୀରତ, ଯୁଦ୍ଧ କୌଶଳ ତଥା ତ୍ୟାଗ ଏବଂ ବଳିଦାନର ସ୍ମୃତି ଚାରଣ କରି ମୁକ୍ତି ସଂଗ୍ରାମରେ ତାଙ୍କର ଭୂମିକା ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯକ୍ରମରେ ନବନିର୍ବାଚିତ ସରପଞ୍ଚ ସନ୍ଧ୍ୟାରାଣୀ ପ୍ରଧାନ, ସୁରେନ୍ଦ୍ର ସାଏ ସ୍ମୃତି ସଂସଦର ସଭାପତି ଲାଲ୍ ବୀରେନ୍ଦ୍ର ସାଏ, ଛାତ୍ର ବିଜେଡି ସଭାପତି ବାବୁଲୁ ରାଉତ, ସହଦେବ ରାଉତ, ରୋହିତ ରାଉତ, ରୁଦ୍ର ପ୍ରଧାନ, ସନ୍ତୋଷ ମେହେର ଏବଂ ବୀର ସୁରେନ୍ଦ୍ର ସାଏ ଶ୍ରମିକ ୟୁନିୟନର ବହୁ ସଦସ୍ୟ ଅଂଶ ଗ୍ରହଣ କରିଥିଲେ।
                     ଖିଣ୍ଡା ଛକ 

ରେଙ୍ଗାଲି ବ୍ଳକ୍ ର ଖିଣ୍ଡା ଛକରେ ଥିବା ମହାନ୍ ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ୧୩୮ ତମ ଶ୍ରାଦ୍ଧ ଦିବସ ପାଲିତ ହୋଇଯାଇଛି। ସଚେତତନ ନାଗରିକ ସଙ୍ଗଠନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ସଭାପତି ଯଦୁମଣୀ ପଟେଲ, ଉପଦେଷ୍ଟା ଶିକ୍ଷାବିତ୍ ଦୁର୍ଗାପ୍ରସାଦ ସାହୁ ତଥା ସଙ୍ଗଠନର କର୍ମକର୍ତ୍ତା ଅଞ୍ଚଳର ଓ ଯୁବଗୋଷ୍ଠୀ ଜନ୍ମପୀଠରୁ ଅମର ଜ୍ୟୋତି ମଶାଳ ଶୋଭାଯାତ୍ରାରେ ବାହାରି ଖିଣ୍ଡା ଛକ ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ପହଞ୍ଚିଥିଲେ। ସେଠାରେ ସୁରେନ୍ଦ୍ର ସାଏଙ୍କ ଦାୟାଦ ବୀରେନ୍ଦ୍ର ସାଏ ଜ୍ୟୋତି ପ୍ରଜ୍ଜଳନ କଲାପରେ ନିମନ୍ତ୍ରିତ ଅତିଥି ମାନେ ଦୀପ ପ୍ରଜ୍ୱଳନ ଓ ମାଲ୍ୟାର୍ପଣ କରିଥିଲେ । ଏଥିରେ ରେଙ୍ଗାଲି ଜୋନ(୧) ର ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟା ଚୋଳଶ୍ରୀ ମହାନନ୍ଦ, ଧନକଉଡା ଓ ମାନେଶ୍ୱର ବ୍ଳକ୍ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ, ବରିଷ୍ଠ ବିଜେଡି ନେତା ଦେବେନ ପତି, ମୋତିଲାଲ ତନ୍ତି,ଏବଂ ଜେ.ଏସ୍.ଡବ୍ଳୁ -ଭୂଷଣ ଷ୍ଟିଲ୍ କମ୍ପାନୀ ଓ ଅଦାନୀ କମ୍ପାନୀର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories