www.samajalive.in
Sunday, December 14, 2025
23.1 C
Bhubaneswar

ପଞ୍ଚାୟତ ନିର୍ବାଚନ ଫଳାଫଳ : ଅନେକ ରଥୀ ମହାରଥୀ ଶୋଚନୀୟ ଭାବେ ପରାସ୍ତ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲ ବ୍ଲକର ଜୋନ୍ (୨) ଅଧିନରେ ଥିବା ତବଡାବାହାଲ, ଟାମ୍ପରକେଲା, ଝାଙ୍କରପାଲି, କତରବଗା, ଲଇଡା, କିନାଲୋଇ ଏବଂ ରେଙ୍ଗାଲୋଇ ଆଦି ୭ଟି ପଞ୍ଚାୟତର ଚୁଡାନ୍ତ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି । ସମିତି ସଭ୍ୟ ଏବଂ ସରପଞ୍ଚ ପଦପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପଞ୍ଚାୟତ ସ୍ତରୀୟ ରାଜନୀତିର ରଥୀ ମହାରଥୀ ବୋଲାଉଥିବା ଅନେକ ନେତା ଶୋଚନୀୟ ଭାବରେ ପରାସ୍ତ ହୋଇଥିବାର ଦେଖିବାକୁ ମିଳିଛି । ପରାଜିତ ନେତା ମାନଙ୍କ ମଧ୍ୟରେ ଗତ ୨୦୧୭ ନିର୍ବାଚନରେ ଜୋନ୍ (୧)ରେ ବିଜୟୀ ହୋଇ ଜିଲ୍ଲା ପରିଷଦ ସଭ୍ୟ ଥିବା ତିରୋଜ ହେଡେଞ୍ଜା ଏବଂ ଜୋନ୍ (୨) ଜିଲ୍ଲା ପରିଷଦ ସଭ୍ୟ ହୋଇଥିବା ସୁଶ୍ରୀ ଉତ୍ପଲା ଧୁରୁଆ ଅନ୍ୟତମ । ଶ୍ରୀ ହେଡେଞ୍ଜା ଚଳିତ ନିର୍ବାଚନରେ ରେଙ୍ଗାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦିତା କରି ମାତ୍ର ୪୯ଖଣ୍ଡ ଭୋଟ୍ ପାଇଥିବା ବେଳେ ଝାଙ୍କରପାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦିତା କରିଥିବା ଉତ୍ପଲା ଧୁରୁଆ ୨୨୨ ଖଣ୍ଡ ଭୋଟ୍ ପାଇ ପରାସ୍ତ ହୋଇଛନ୍ତି।ଗତ ନିର୍ବାଚନରେ ବିଜୟୀ ହୋଇ ଖିଣ୍ଡା ପଞ୍ଚାୟତର ସରପଞ୍ଚ ଥିବା ନୀଳାବତୀ ଓରାମ ଏଥର ପୁଣି ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦିତା କରି ମାତ୍ର ୩୫ ଟି ଭୋଟ୍ ପାଇ ପରାସ୍ତ ହୋଇଥିବା ବେଳେ ଘିଚାମୁରା ପଞ୍ଚାୟତର ପୂର୍ବତନ ସରପଞ୍ଚ ହରିଶଙ୍କର ବେହେରା ମଧ୍ୟ ଚଳିତ ନିର୍ବାଚନ ରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଛନ୍ତି ।

ରେଙ୍ଗାଲି ବ୍ଳକର ପୂର୍ବତନ ଅଧ୍ୟକ୍ଷା ଦୟାବତୀ ମୁଣ୍ଡା ଜଙ୍ଗଳା ପଞ୍ଚାୟତର ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦିତା କରି ପରାସ୍ତ ହୋଇଥିବା ବେଳେ ଲଇଡା ପଞ୍ଚାୟତର ସରପଞ୍ଚ ଥିବା ଯୁଗଳକିଶୋର ସାହୁ ଏଥର ୱାର୍ଡ ସଭ୍ୟ ପଦ ପାଇଁ ପ୍ରତିଦ୍ୱନ୍ଦିତା କରି ପରାସ୍ତ ହୋଇଛନ୍ତି । ଏହାବ୍ୟତୀତ ଚାଷୀ ନେତା ପୂଜାରୀ ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିବା ବ୍ଳକ୍ ନିର୍ବାଚନ ଅଧିକାରୀଙ୍କ ଠାରୁ ପ୍ରାପ୍ତ ସୂଚନାରୁ ଜଣାପଡିଛି । ଅପର ପକ୍ଷରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରେଙ୍ଗଲୋଇ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପଦରେ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇଥିବା ବେଳେ ଟାମ୍ପରକେଲା ପଞ୍ଚାୟତର ସରପଞ୍ଚ ଥିବା ସନାତନ ସାହୁ ଏଥର ସମିତି ସଭ୍ୟ ପଦ ପାଇଁ ପ୍ରତିଦ୍ୱନ୍ଦିତ କରି ବିଜୟୀ ହୋଇଛନ୍ତି ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories