www.samajalive.in
Sunday, December 14, 2025
15.1 C
Bhubaneswar

ଛାତ୍ରଛାତ୍ରୀଙ୍କୁ ସଫଳତା ପାଇବାରେ ସହାୟକ ହୋଇଥାଏ ଶିକ୍ଷକଙ୍କ ମାର୍ଗଦର୍ଶନ

ଭୁବନେଶ୍ବର: ଶିକ୍ଷକ ଅଥବା ଗୁରୁ ହେଉଛନ୍ତି ସମାଜର ଆତ୍ମା। ଯାହାଙ୍କ ଅବଦାନ ବିନା ଏକ ଭଲ ସମାଜ ଗଠନ ସମ୍ଭବ ନୁହେଁ। ତାଙ୍କର କର୍ତ୍ତବ୍ୟର ପଥରେ ସଭିଁଏ ନିଜକୁ ଏକ ନିର୍ଦ୍ଦିଷ୍ଟ ଆକାର ଅର୍ଥାତ ନିଜକୁ ଶିକ୍ଷାରେ ଯୋଗ୍ୟତା କରାଇ ଏକ ଭଲ ମଣିଷ ଭାବେ ଗଢିପାରନ୍ତି। ଶିକ୍ଷକଙ୍କ ମାର୍ଗଦର୍ଶନରେ ହିଁ ଛାତ୍ରଛାତ୍ରୀଙ୍କୁ ସଫଳତା ପାଇବାରେ ସହାୟକ ହୋଇଥାଏ। ତେଣୁ ଶିକ୍ଷକଙ୍କୁ ସମ୍ମାନ ପ୍ରଦାନ କରି ଆଶୀର୍ବାଦ ଓ ପ୍ରେରଣା ପାଇବା ହେଉଛି ଜୀବନର ଶ୍ରେଷ୍ଠତା ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷ ତଥା ଇତିହାସ ବିଭାଗର ପ୍ରଫେସର ବସନ୍ତ କୁମାର ମଲ୍ଲିକଙ୍କ ଅବସରକାଳନୀ ବିଦୟ ସମ୍ବର୍ଦ୍ଧନା ଉତ୍ସବରେ ବକ୍ତାମାନେ ପ୍ରକାଶ କରିଛନ୍ତି। ଏହି ଅବସରରେ ବକ୍ତମାନେ ପ୍ରଫେସର ବସନ୍ତ କୁମାର ମଲ୍ଲିକଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ତାଙ୍କର ଅବଦାନ ଉଲ୍ଲେଖନୀୟ ବୋଲି ପ୍ରକାଶ କରିଥିଲେ।
ପ୍ରଫେସର ଅଶୋକ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ଜୟନ୍ତୀ ଦୋରା ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ ଓ ଅମୀୟ ମହାନ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ପ୍ରଫେସର ମଲ୍ଲିକଙ୍କୁ ଅବସରକାଳନୀ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ସେମାନଙ୍କ ଅନୁଭୂତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

 

- Advertisement -

ଆଜି ପ୍ରଫେସର ବସନ୍ତ କୁମାର ମଲ୍ଲିକଙ୍କ ପିଜି କାଉନସିଲ ଅଧ୍ୟକ୍ଷ ଭାବେ ଶେଷ କାର୍ଯ୍ୟ ଦିବସ ରହିଥିଲାବେଳେ ଇତିହାସ ବିଭାଗର ପ୍ରଫେସର ପଦରୁ ଅବସର ଗ୍ରହଣ କରିଛନ୍ତି। ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବେ ଜଣାଶୁଣା ପ୍ରଫେସର ମଲ୍ଲିକ ଉତ୍କଳ ବିଶ୍ବବିଦ୍ୟାଳୟର ଆମ୍ବେଦକର ଅଧ୍ୟୟନ କେନ୍ଦ୍ର ନିର୍ଦେଶକ, ସେଣ୍ଟର ଫର ସୋସିଆଲ ଏକ୍ସକ୍ଲୁଜିଅନ ଆଣ୍ଡ ଇନକ୍ଲୁସିଭ ପଲିସିର ନିର୍ଦେଶକ, ପବ୍ଲିକ ପଲିସି ଆଣ୍ଡ ଗର୍ଭର୍ଣ୍ଣାନ୍ସର ନିର୍ଦେଶକ ଆଦି ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ସଫଳତାର ସହ କାର୍ଯ୍ୟ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories