ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଫଳାଫଳ ଘୋଷିତ: ବିଜେଡି-୨, ବିଜେପି-୧ରେ ବିଜୟୀ
ବୌଦ୍ଧ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ରବିବାର ଦ୍ୱିତୀୟ ପର୍ଯ୍ୟାୟରେ ଜିଲା ପରିଷଦର ୩ଟି ଜୋନର ଭୋଟ ଗଣତି ହୋଇଥିଲା। ଏଥିରେ ୨ଟି ଜୋନରେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ୧ଟି ଜୋନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀନୀ ବିଜୟ ହୋଇଛନ୍ତି । ସୂଚନା ମୁତାବକ କଣ୍ଟାମାଳ ବ୍ଲକର ୨ ନମ୍ବର ଜିଲା ପରିଷଦ ଆସନକୁ ଭାରତୀୟ ଜନତା ପାର୍ଟି ବିଜେଡି ହାତରୁ ଛଡାଇ ନେଇଥିବାବେଳେ କଡା ଟକ୍କର ମଧ୍ୟରେ ଏଠାରୁ ବିଜେପିର ପଦ୍ମାଳୟା ପ୍ରଧାନ ୨୩୩ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ପଦ୍ମାଳୟା ୧୩୨୮୨ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଜେଡିର ମମତା ପ୍ରଧାନ ୧୩୦୪୯ ଭୋଟ ପାଇଥିଲେ। ସେହିପରି ବୌଦ୍ଧ ବ୍ଲକର ୫ ନମ୍ବର ଜିଲାପରିଷଦ ଜୋନରେ ବିଜୁ ଜନତା ଦଳର ପ୍ରାର୍ଥୀନୀ ଉର୍ମିଳା ଝାଙ୍କର ୮୪୯୭ ଭୋଟରେ ବିଜୟୀ ହୋଇଛନ୍ତି। ଉର୍ମିଳା ଝାଙ୍କର ୧୭, ୨୧୩ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଦୀପିକା ନାଏକ ୮୭୧୬ ଖଣ୍ଡ ଭୋଟ ପାଇଥିଲେ। ସେହିପରି ହରଭଙ୍ଗା ବ୍ଲକର ୮ ନମ୍ବର ଜୋନରେ ବିଜୁ ଜନତା ଦଳର ପ୍ରାର୍ଥିନୀ ତାରାମଣୀ ପ୍ରଧାନ ୪୬୦୩ ଖଣ୍ଡ ଭୋଟରେ ବିଜୟ ହୋଇଛନ୍ତି। ତାରାମଣୀ ୧୪, ୭୭୮ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଜେପିର ଶୁଭଲକ୍ଷ୍ମୀ ମଲିକ ୧୦୧୭୫ ଖଣ୍ଡ ଭୋଟ ପାଇଥିଲେ। ୯ ଗୋଟି ଜିଲା ପରିଷଦ ଆସନ ମଧ୍ୟରୁ ଦ୍ୱିତିୟ ପର୍ଯ୍ୟାୟ ସୁଦ୍ଧା ୬ ଗୋଟି ଆସନରେ ଗଣତି ସରିଥିବାବେଳେ ୪ ଟି ଆସନ ବିଜେଡି ଦଖଲ କରିଥିବାବେଳେ ୨ ଟି ବିଜେପି ଦଖଲ କରିବାରେ ସଫଳ ହୋଇଛି। ତେବେ ଜିଲା ପରିଷଦ ଗଠନ ପାଇଁ ବିଜେଡିକୁ ଆଉ ଗୋଟିଏ ଆସନର ଆବଶ୍ୟକତା ରହିଥିବାବେଳେ ତୃତୀୟ ପର୍ଯ୍ୟାୟରେ ସହଜରେ ଏହା ହାସଲ ହୋଇଯିବ ବୋଲି ଦଳୀୟ ନେତୃବୃନ୍ଦଙ୍କ ଦୃଢ ବିଶ୍ୱାସ ରହିଛି।
ଦ୍ୱିତୀୟ ପର୍ଯ୍ୟାୟର ଭୋଟ ଗଣତିର ଫଳା ଫଳ
ବୌଦ୍ଧଜିଲା ହରଭଙ୍ଗା ବ୍ଲକର ବିଜୟୀ ସରପଞ୍ଚ ଓ ସମିତି ସଭ୍ୟ (ଜୋନ ୮ ର ଫଳାଫଳ)
ପଞ୍ଚାୟତର ନାମ——-ସରପଂଚ—————-ସମିତି ସଭ୍ୟ
ବାଣୀଭୂଷଣପୁର——-ଶ୍ରୀବନ୍ତ ମେହେର ———ପ୍ରଶାନ୍ତ ପ୍ରଧାନ
ଧଳପୁର————- ସୁଜତା କର୍ଣ୍ଣ ————-ସନ୍ଧ୍ୟାରଣୀ ନାଏକ
କରଞ୍ଜକଟା———–ନୀହାର କୁମାର ଘୋଷ—–ସସ୍ମିତା ପାତ୍ର
ଲୁଣିବାହାଲ———–ଚନ୍ଦ୍ରମା ପ୍ରଧାନ———–ଦିପାଞ୍ଜଳି ଅମାତ
ପିତାମ୍ବରପୁର———-ଅଜିତ ବାରିକ———–ଭକ୍ତବନ୍ଧୁ ଜାନୀ
ପୁରୁଣାକଟକ———-ଅଶୋକ ସେଠୀ———-ସରୋଜ ପ୍ରଧାନ
ଋାମଗଡ————-ପ୍ରଭାସିନୀ ଯୋଶୀ ——–ରଶ୍ମିତା ମଲ୍ଲିକ( ନିଦ୍ଦ୍ୱର୍ନ୍ଦବରେ ନିର୍ବାଚିତ)
ତିଲେଶ୍ୱର————— ଝୁନୁ ବେହେରା———ସାବିତ୍ରୀ ବେହେରା
ବୌଦ୍ଧ ବ୍ଳକର ବିଜୟୀ ସରପଞ୍ଚ ଓ ସମିତିସଭ୍ୟ (ଜୋନ ୫ର ଫଳାଫଳ)
ପଞ୍ଚାୟତର ନାମ———– ସରପଞ୍ଚ —————-ସମିତିସଭ୍ୟ
ଅଇଁଳାପାଲି — ଅଜିତ ମେହେର — ପ୍ରିୟଦର୍ଶୀ ପ୍ରତ୍ୟୁଷ କୁମାର ରଥ
ଆମ୍ବଝରୀ — ପ୍ରେମା ବାଘ — ଛବିଳ ବାରିକ
ବଘିଆପଡା — ଅନୁଜା ଦୀପ — ମୀରା ପାଣିଗିରି
ବହିରା — ଯଯାତି କେଶରୀ ମହାଲିକ(ନିଦ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ)—– ପୁଷ୍ପାଞ୍ଜଳି ବାଦୀ
ବ୍ରାହ୍ମଣୀପାଲି —- ଅରୁଣ ବାଘ —- ସୁମନ୍ତ ସାହୁ
ମୁଣ୍ଡାପଡା —- ରାଜଲକ୍ଷ୍ମୀ ସ୍ୱାଇଁ — ଜନନୀ ଝାଙ୍କର
ତାଳସରଡା — ସସ୍ମିତା ପାଣ୍ଡେ — ସତ୍ୟଭାମା ସେଠୀ
ଟିକରପଡା — ଝରଣା ଜାନୀ — ସୀତା ଝାଙ୍କର
କଣ୍ଟମା ବ୍୍ଳକର ବିଜୟୀ ସରପଞ୍ଚ ଓ ସମିତିସଭ୍ୟ ( ଜୋନ ୨ର ଫଳାଫଳ)
ପଞ୍ଚାୟତର ନାମ —————–ସରପଂଚ————ସମିତିସଭ୍ୟ
ଦପଲା — ଅର୍ଣ୍ଣପୂର୍ଣ୍ଣା ମହାକୁଡ — ସସ୍ମିତା ପୁରୋହିତ
କଣ୍ଟାମାଳ — ଦୀପାଞ୍ଜଳି ଖଟୁଆ — ସନ୍ତୋଷିନୀ ବାଘ
ଖଲିଆପାଲି — ରେଣୁକା ନାଏକ — କେଦାର ନାଥ ସାହୁ
ଲମ୍ବସରୀ — ଭଗବତୀ ସେଠୀ — କୁଶଲେଶ୍ୱର କର୍ମୀ
ପୋଲସାଗୋରା — ସୌଦାମିନୀ ମଲିକ — ସସ୍ମିତା ସେନାପତି( ନିଦ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ)
ରେଙ୍ଗାଲି — ଗୀତାଞ୍ଜଳି ରଣା — ସସ୍ମିତା କଅଁର
ରୁଣ୍ଡିମହୁଲ — ପଂଚାନନ ସାହୁ — ଲିଙ୍ଗରାଜ ଦନ୍ତା
ସିମିଲିପଦାର — ସାର୍ଦ୍ଦୁଳ ନାଗ — ଚିତ ରଂଜନ ସାହୁ
Comments are closed.