www.samajalive.in
Sunday, December 14, 2025
16.1 C
Bhubaneswar

ଆନ୍ତଃଜିଲ୍ଲା ଫୁଟବଲ ଟେନିସ ଚାମ୍ପିଅନସିପ, କନ୍ଧମାଳ ଜିଲା ଚାମ୍ପିଅନ

ଭୁବନେଶ୍ୱର: ସିଟି ବ୍ଲକ ଏବଂ ଓଡ଼ିଶା ଫୁଟବଲ ଟେନିସ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଦୁଇଦିନ ଧରି ଚାଲିଥିବା ପଞ୍ଚମ ନରେନ୍ଦ୍ର ଜେନା ମେମୋରିୟାଲ ଆନ୍ତଃଜିଲା ଫୁଟବଲ ଟେନିସ ଚମ୍ପିୟାନସିପ ମମତାଜ ଅଲ୍ଲୀ ହାଇସ୍କୁଲ ଖେଳ ପଡ଼ିଆଠାରେ ଉଦଯାପିତ ହୋଇଯାଇଛି। ବାଳିକା ବିଭାଗରେ ଯାଜପୁର ଜିଲା ଚମ୍ପିଆନ ଏବଂ ଭଦ୍ରକ ଜିଲା ରନର୍ସଅପ ହୋଇଥିବା ବେଳେ ପୁରୁଷ ବିଭାଗରେ କନ୍ଧମାଳ ଜିଲା ଚାମ୍ପିଅନ ଓ ଯାଜପୁର ଜିଲ୍ଲା ରନର୍ସଅପ୍ ହୋଇଛି। ସେହିପରି କେନ୍ଦ୍ରାପଡ଼ା ଜିଲା ଏବଂ ଜେଡି ବୟଜ, ଭୁବନେଶ୍ୱର ତୃତୀୟସ୍ଥାନ ଅଧିକାର କରିଥିଲେ। ବାଳିକା ବିଭାଗର ଭଦ୍ରକ ଜିଲାର ପୂଜାରାଣି ଦାସ ଏବଂ ପୁରୁଷର ବିଭାଗର ଭୁବନେଶ୍ୱରର ସତ୍ୟମ୍ ସିଂ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ। ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ସହ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା।

ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଆଥଲେଟିକ୍ ଆସୋସିଏସନର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଭାବେ ବାର ସମ୍ପାଦକ ଡ. ସୌର୍ଯ୍ୟରଞ୍ଜନ ପରିଜା, ରାଧାକାନ୍ତ ମହାପାତ୍ର, ଭାଗ୍ୟଧର ଜଗଦେବ, କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ଫୁଟବଲ ଟେନିସର ରାଜ୍ୟ ସଭାପତି ସମରେନ୍ଦ୍ର ଜେନା, ପଦ୍ମଜା ପ୍ରିୟଦର୍ଶିନୀ ଜେନା, ଗୀତାରାଣି ବେହେରା, ବିଶିଷ୍ଟ କ୍ରୀଡ଼ା ସଂଗଠକ ସହଦେବ ରାଉତ, ନଳିନୀକାନ୍ତ ମିଶ୍ର, ମହେନ୍ଦ୍ର ବଳବନ୍ତ ରାୟ, ନବକିଶୋର ବେହେରା, ତ୍ରିନାଥ ମଙ୍ଗରାଜ, ଜଲିଲ୍ ଖାନ, ଉମାକାନ୍ତ ପୃଷ୍ଟି, ମହମଦ ଜିଆଉଦ୍ଦିନ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ଆନ୍ତର୍ଜାତୀୟ ରେଫରୀ ସୁଜିତ କୁମାର ପାତ୍ର, ରଶ୍ମିତା ମହାନ୍ତି, ତାଜଉଦ୍ଦିନ ଖାନ। ଉକ୍ତ ସଭାକୁ ପରିଚାଳନା କରିଥିଲେ ସିଟି କ୍ଲବର ସମ୍ପାଦକ ପ୍ରଦୀପ କୁମାର ରାଉତରାୟ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories