www.samajalive.in
Monday, December 8, 2025
27.1 C
Bhubaneswar

ଭୋଟ ଗଣତି ସମୟରେ ସାମ୍ବାଦିକଙ୍କୁ ଅବହେଳା

ରାମନାଗୁଡା: ରାମନାଗୁଡା ବ୍ଲକ କାର୍ୟ୍ୟାଳୟ ପରିସରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଚାଲିଥିବା ବେଳେ ଭୋଟ ଗଣତି ସମ୍ପର୍କିତ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କ ବସିବା ପାଇଁ ପ୍ରଶାସନ ପକ୍ଷରୁ କୗଣସି ବ୍ୟବସ୍ଥା କରାଯାଇନଥିଲା। ଜିଲ୍ଲାର ଅନ୍ୟ ବ୍ଲକଗୁଡ଼ିକରେ ସାମ୍ବାଦିକଙ୍କ ବସିବା ନିମନ୍ତେ ବ୍ୟବସ୍ଥା କରାଯାଇଥିବା ବେଳେ ରାମନାଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ସାମ୍ବାଦିକଙ୍କୁ ଅବହେଳା କରାଯାଇଥିଲା। ଦିନ ତମାମ ସାମ୍ବାଦିକମାନେ ଗଣତିକେନ୍ଦ୍ରରେ ସାଧାରଣ ଲୋକଙ୍କ ଭଳି ଡାକବାଜି ଯନ୍ତ୍ର ଦ୍ବାରା ଘୋଷଣା କରାଯାଉଥିବା ଫଳାଫଳ ସାରା ରାଜ୍ୟବାସୀଙ୍କ ସାମ୍ନାକୁ ଆଣୁଥିଲେ।

ସେହିପରି ପଂଚାୟତ ସମିତି କାର୍ଯ୍ୟାଳୟରେ ଭୋଟ ଗଣତି ଚାଲିଥିବା ବେଳେ ଜିଲ୍ଲାର ସମସ୍ତ ପଂଚାୟତ ସମିତି କାର୍ୟ୍ୟାଳୟମାନଙ୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭୋଟ ଗଣତି କୋଠରୀକୁ ପ୍ରଵେଶ ନଥିଲେ ମଧ୍ୟ କାର୍ଯ୍ୟାଳୟ ପରିସୀମା ମଧ୍ୟରେ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଖବର ସଂଗ୍ରହ ନିମନ୍ତେ ବ୍ୟବସ୍ଥା କରାଯାଇଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ରାମନାଗୁଡା ପଂଚାୟତ ସମିତି କାର୍ଯ୍ୟାଳୟରେ ସାମ୍ବାଦିକଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏହା ସହିତ ବାହାର ଦୃଶ୍ୟର ଫୋଟ କିମ୍ବା ଭିଜୁଆଲ ଉତ୍ତୋଳନ କରିବାକୁ ତହସିଲଦାର ମନା କରିଥିବା କହିଛନ୍ତି ପୁଲିସ ବିଭାଗର ସୁରକ୍ଷା କର୍ମୀ। ଯଦି ଗଣମାଧ୍ୟମ ପ୍ରତିନିଧି ଫୋଟ, ଭିଜୁଆଲ ଉତ୍ତୋଳନ କରି ଖବର ପ୍ରସାରଣ କରିପାରିବେ ନାହିଁ ତାହେଲେ ଖବର ପ୍ରସାରଣ କରିବ କିଏ ? ଏଥିପ୍ରତି ବ୍ଲକ ନିର୍ବାଚନ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୃଷ୍ଟି ଦେଇ ସମାଧାନ କରିବାକୁ ସାମ୍ବାଦିକ ମହଲରେ ଦାବି ହେଉଛି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories