www.samajalive.in
Sunday, December 14, 2025
26.1 C
Bhubaneswar

ପେଟ୍ରୋଲ ପମ୍ପରେ ୩ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ ; କାରଣ ଅସ୍ପଷ୍ଟ

ଗୁରୁଗ୍ରାମ : ଗୁରୁଗ୍ରାମରେ ଦିଲ୍ଲୀ-ଜୟପୁର ରାଜପଥରେ ଅବସ୍ଥିତ ସିଏନଜି ପମ୍ପରେ କାମ କରୁଥିବା ତିନିଜଣ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ଘଟଣା ହଇଚଇ ସୃଷ୍ଟି କରିଛି। ଗତକାଲି ରାତି ୨:୪୦ରେ ଏହି ଘଟଣା ଘଟିଥିବା ନେଇ ଖବର ମିଳିଛି। ମୃତ୍ୟୁବରଣ କରିଥିବା ତିନିଜଣ ଯୁବକ ସିଏନଜି ପମ୍ପରେ କାମ କରୁଥିଲେ। ସମସ୍ତେ ବାଦନା ନିବାସୀ ବୋଲି କୁହାଯାଉଛି। ସେଥିମଧ୍ୟରୁ ଜଣେ ପମ୍ପର ମ୍ୟାନେଜର ଏବଂ ଅନ୍ୟ ଦୁଇଜଣ ସହଯୋଗୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ତଦନ୍ତ ଅନୁଯାୟୀ, ଏପର୍ୟ୍ୟନ୍ତ ପେଟ୍ରୋଲ ପମ୍ପରେ ଲଗାଯାଇଥିବା ସିସିଟିଭି କ୍ୟାମେରା ବନ୍ଦ ଥିବା ଜଣାପଡିଛି। ସୂଚନା ଯୋଗ୍ୟ, ଅଭିଯୁକ୍ତମାନେ କୌଣସି ପ୍ରକାର ଡକାୟତି କରିନାହାଁନ୍ତି, ଏପରିକି ମୃତକଙ୍କ ମୋବାଇଲ୍ ଫୋନ୍ ମଧ୍ୟ କାର୍ଯ୍ୟାଳୟରେ ପଡ଼ିଥିବାର ଦେଖିବାକୁ ମିଳିଛି।
କାର୍ଯ୍ୟାଳୟରେ ଦୁଇ ଜଣ ଏବଂ ରାଜପଥରେ ଦୁଇଜଣଙ୍କୁ ହତ୍ୟା କରାଯାଇଛି ବୋଲି କୁହାଯାଉଛି।
ଉକ୍ତ ୩ ଯୁବକ ସକାଳେ ଉଠିବା ପରେ ପମ୍ପ ଖୋଲିବାକୁ ପ୍ରସ୍ତୁତ ହେଉଥିବା ସମୟରେ ଆକ୍ରମଣକାରୀମାନେ ଆସି ସେମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ବୋଲି ସୂଚନା ମିଳିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories