www.samajalive.in
Tuesday, December 9, 2025
23.1 C
Bhubaneswar

ଭାରତ ଉପରେ ପ୍ରଭାବ ପକାଇବ ପୁଟିନଙ୍କ ଜିଦ୍‍, ବଜାର ଦର ହେବ ମହଙ୍ଗା !

ନୂଆଦିଲ୍ଲୀ: ଥମୁନି ୟୁକ୍ରେନ୍‍ ଓ ରୁଷ ମଧ୍ୟରେ ଯୁଦ୍ଧ । ଆଜି ପଞ୍ଚମ ଦିନରେ ମଧ୍ୟ ୟୁକ୍ରେନ୍‍ ଓ ରୁଷ ମଧ୍ୟରେ ଲଢ଼େଇ ଜୋରଦାର ଲାଗି ରହିଛି । ଏହି ଯୁଦ୍ଧକୁ ନେଇ ଭାରତ ଉପରେ ପଡ଼ିପାରେ ପ୍ରଭାବ । ଅଶୋଧିତ ତୈଳ ଉପରେ ଏହାର ପ୍ରଭାବ ବିଶେଷ ଦେଖାଯାଇପାରେ । ବର୍ତ୍ତମାନ ଅଶୋଧିତ ତୈଳ ବ୍ୟାରେଲ ପ୍ରତି ୩% ବୃଦ୍ଧି ପାଇ ୧୦୫ ଡଲାରରେ ପହଞ୍ଚିଛି । ଏକ ରିପୋର୍ଟ ଅନୁସାରେ ବଜାରରେ ଅଶୋଧିତ ତୈଳ ସହ କିଛି ଖାଦ୍ୟ ସାମଗ୍ରୀ ଉପରେ ଏହାର ପ୍ରଭାବ ପଡ଼ିବ ।

ଇକୋନମିକ୍‍ ଟାଇମ୍ସର ରିପୋର୍ଟ ଅନୁସାରେ ଥାଇଲାଣ୍ଡ ଓ ଫିଲିଫାଇନ୍ସ ଅଧିକ ପ୍ରଭାବିତ ହେବେ ।  ଭାରତ ବି ଏହି କାରଣରୁ ପ୍ରଭାବିତ ହୋଇପାରେ । କାରଣ ତୈଳଦର ଲଗାତର ବଢ଼ୁଥିବା ଦେଖିବାକୁ ମିଳିଲାଣି । ରିପୋର୍ଟରେ ଆହୁରି କୁହାଯାଇଛି ଅଶୋଧିତ ତୈଳ ଦର ବୃଦ୍ଧିି ଯୋଗୁ ଉପଭୋକ୍ତା ଓ ବଜାର ଉପରେ ବେଶ ପ୍ରଭାବ ପଡ଼ିବ । ଅନୁମାନ କରାଯାଉଛି କି ତୈଳ ଦର ୧୦% ବୃଦ୍ଧି ଘଟିବା କାରଣରୁ ଜିଡିପି ୦.୨୦% ବଢ଼ିପାରେ ।

- Advertisement -

ବଜାରରେ ଦ୍ରବ୍ୟ ମହଙ୍ଗା ହେବା ଦ୍ୱାରା ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ସିଧାସଳଖ ପଡ଼ିବ । ଏନେଇ ବ୍ୟାଙ୍କ ଅଫ ବରୋଦାର ମୁଖ୍ୟ ଅର୍ଥଶାସ୍ତ୍ର ମଦନ ସବନୱିସ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଅଶୋଧିତ ତୈଳ ଦର ବୃଦ୍ଧିି ହେତୁ ଲୋକମାନେ ଅସୁବିଧାରରେ ପଡ଼ିବେ । ଲୋକଙ୍କ ରୋଷେଇ ଘର ଓ ବଜେଟ୍‍ ଉପରେ ଏହାର ପ୍ରଭାବ ପଡ଼ିବ । ସେ ଆହୁରି କହିଛନ୍ତି ରୁଷର ରାଷ୍ଟ୍ରପତି ଭ୍ଲାଦିମିରି ପୁଟିନ ଯଦି ଏପରି ଯୁଦ୍ଧ କରନ୍ତି କିମ୍ବା ଜିିଦ୍‍ ନଛାଡ଼ନ୍ତି ତେବେ ଭାରତ ଅସୁବିଧାର ସମ୍ମୁଖୀନ ହେବ । ଆରବିଆଇ ଏହି ଘଟଣାକୁ ନେଇ କିଛି ପଦକ୍ଷେପ ନେଇପାରେ ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories