www.samajalive.in
Sunday, December 14, 2025
26.1 C
Bhubaneswar

ଡାଳିଯୋଡା ସାହିତ୍ୟ ସଂସଦର ୩୧ତମ ବାର୍ଷିକୋତ୍ସବ

ଚୌଦ୍ୱାର : ଚୌଦ୍ୱାର ସ୍ଥିତ ଡାଳିଯୋଡା ସାହିତ୍ୟ ସଂସଦର ୩୧ତମ ବାର୍ଷିକୋତ୍ସବ ରୋଟାରୀ କ୍ଲବ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଶାସନିକ ଅଧିକାରୀ ବଂଶୀଧର ରାଉତ, ସମାଜର ପ୍ରାକ୍ତନ ସଂମ୍ପାଦକ ଡ.ସତ୍ୟ ରାୟ, ପ୍ରାକ୍ତନ ଅଧ୍ୟକ୍ଷ ଜିତେନ୍ଦ୍ର ନାଥ ପତି ପ୍ରମୁଖ ଯୋଗଦେଇ ସାହିତ୍ୟ ପାଇଁ ସମାଜର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ। ସଂସଦର ସଭାପତି କେ.ସି.ପ୍ରତାପ ସିଂହଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜିକକର୍ମୀ ମାନସ ରଞ୍ଜନ ବସ୍ତିଆ, ଯୁବକବି ପବିତ୍ର ମୋହନ ସାହୁ, ଆଶୁକବି ଭାଗବତ ରାଉତଙ୍କୁ ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସଂସଦର ବାର୍ଷୀକ ମୁଖପତ୍ର ଡାଳିଯୋଡାକୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ଏଥି ସହିତ ବ୍ରଜ କିଶୋର ପାତ୍ରଙ୍କ ରଚିତ ପିନା ତୁମେ ଓ ଇଂ.ହରିହର ରଣାଙ୍କ ଲିଖିତ ପୁସ୍ତକ ତଲ୍ଲୀନ ତପସ୍ୟା ପୁସ୍ତକ ଉନ୍ମୋଚିତ ହୋଇଥିଲା।ସଦସ୍ୟ ଶ୍ରୀନିବାସ ବେହେରା,ଶରତ ଖୁଣ୍ଟିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories