www.samajalive.in
Sunday, December 14, 2025
26.1 C
Bhubaneswar

ୟୁକ୍ରେନରେ ଫସିଛନ୍ତି ଧାମନଗର ବେଲମଳାର ଡାକ୍ତରୀ ଛାତ୍ର

ଦୋବଲ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ମୁସ୍ତାଫାପୁର ପଞ୍ଚାୟତ ବେଲମଳା ଗ୍ରାମର ଶିକ୍ଷକ ମଦନ ଚରଣ ସ୍ବାଇଁଙ୍କ ପୁଅ ରଶ୍ମିରଞ୍ଜନ ସ୍ବାଇଁ ଏବେ ୟୁକ୍ରେନରେ ଫସି ରହିଛନ୍ତି । ଖାରକିଭ୍ ନେସନାଲ୍ ମେଡିକାଲ ୟୁନିଭର୍ସିଟିରେ ଦ୍ବିତୀୟ ବର୍ଷର ଏମବିବିଏସ ଛାତ୍ର ଥିବା ରଶ୍ମିରଞ୍ଜନ ଗତ ୩ ଦିନ ହେଲା ଖାରକିଭ୍ ମେଟ୍ରୋ ଷ୍ଟେସନରେ ରହିଛନ୍ତି । ରୁଷ ପକ୍ଷରୁ ବୋମା ବର୍ଷଣ, ମୋର୍ଟାର ମାଡ଼ ହେଉଥିବାରୁ ଭୟ ଓ ଆଶଙ୍କାରେ ହଜାର ହଜାର ଲୋକଙ୍କ ସହ ମେଟ୍ରୋ ଭିତରେ ଆତ୍ମଗୋପନ କରିଛନ୍ତି ରଶ୍ମି । ପଦାକୁ ବାହାରି ପାରୁନଥିବା ପରିବାର ଲୋକେ କହିଛନ୍ତି । ରୁଷ ସହ ଯୁଦ୍ଧ ଆରମ୍ଭ ହେବା ଆଶଙ୍କା କରି ଗତ ୨୫ ତାରିଖରେ ଭାରତ ଫେରିବା ଲାଗି ଟିକେଟ କରିଥିଲେ। ଏଥିଲାଗି  ମା’ ରୀତରାଣୀ ଓ ବାପା ପୁଅଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ । ହେଲେ ହଠାତ ୨୪ ତାରିଖରୁ ବିମାନ ବାତିଲ ହୋଇଗଲା । ଆଉ ଏମାନେ ଫସିଗଲେ। ଯେହେତୁ ଘରକୁ ଆସିବେ, ସେଥିଲାଗି ସବୁ ଖାଦ୍ୟ ସାମଗ୍ରୀ ସାରି ଦେଇଥିଲେ । ଏବେ ଜୀବନ ବଞ୍ଚାଇବାକୁ ମେଟ୍ରୋ ଷ୍ଟେସନରେ ରହିଛନ୍ତି । ଓଡ଼ିଶାରୁ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବାବେଳେ ଗୋଟିଏ ଜାଗାରେ ମାତ୍ର ୩ ଜଣ ଓଡ଼ିଆ ପିଲା ଅଛନ୍ତି । ଏବେ ନା ସେମାନଙ୍କ ପାଖରେ ଖାଦ୍ୟ ସାମଗ୍ରୀ ଅଛି ନା ପଦାରୁ କିଛି କିଣି ହେଉଛି। ଏହାକୁ ନେଇ ତାଙ୍କ ଘର କାନ୍ଦ ବୋବାଳୀରେ ଫାଟିପଡୁଛି। ତେବେ ରଶ୍ମୀରଞ୍ଜନଙ୍କୁ ଉଦ୍ଧାର କରିବା ଲାଗି ମାଆ ରୀତାରାଣୀ ଭାରତ ସରକାର ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories