www.samajalive.in
Saturday, December 6, 2025
26.1 C
Bhubaneswar

ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

ନବରଙ୍ଗପୁର: ଅବକାରୀ ବିଭାଗ ପକ୍ଷରୁ ନକଲି ବିଦେଶୀ ମଦ କାରବାର ଅଭିଯୋଗରେ ଜଣକୁ ଗିରଫ କରିବା ସହ ମଦଜବତ କରାଯାଇଛି। ନବରଙ୍ଗପୁର ବ୍ଲକର ରାଜା ବେହରାଗୁଡାର ମୁକେଶ କୁମାର ଗୁପ୍ତା ନକଲି ବିଦେଶ ମଦ କାରବାର କରୁଥିଲେ। ଏହି ଖବର ପାଇବା ପରେ ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତଙ୍କର ନିର୍ଦ୍ଦେଶରେ ନବରଙ୍ଗପୁର ଅବକାରୀ ଇନ୍ସପେକ୍ଟର ସୁଧୀର କୁମାର ସାହୁ, ସବ୍‍ଇନ୍ସପେକ୍ଟର କମ୍ଭୁପାଣି ସୁନ୍ଦର, ଓ ଏଏସଆଇ ସୁବ୍ରତ ହିରଣଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ମୁକେଶ ଭ୍‍କର ଘରେ ଚଢାଉ କରିଥିଲେ। ମୋଟ ୧୨.୩୭୫ ଲିଟର ନକଲି (ଆଇଏମଏଫଲ) ବିଦେଶୀ ମଦ, ୧୦୩ଟି କର୍କ ଓ ୨୦୦ଟି ୧୮୦ ମିଲି ଲିଟର ବୋତଲ ଜବତ କରାଯାଇଛି। ଏ ସଂପର୍କରେ ଏକ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories