www.samajalive.in
Saturday, December 6, 2025
26.1 C
Bhubaneswar

ବିଜେଡ଼ି ଭାଙ୍ଗିଲା କଂଗ୍ରେସ ଗଡ଼

ମୋହନା: ଗଜପତି ଜିଲାର ମୋହନା ବ୍ଲକରେ ୨୬ ତାରିଖରୁ ଘୋଷଣା ଆରମ୍ଭ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ। ପଞ୍ଚାୟତ ନିର୍ବାଚନର ଫଳାଫଳ ଘୋଷଣା ଆରମ୍ଭ ହୋଇଥିବା ବେଳେ ଗଜପତି ଜିଲାର ଅନେକ ସ୍ଥାନରେ ବିଜେଡି ବହୁ ପରିମାଣରେ ବିଜୟୀ ଲାଭ କରି ନିଜର ଦବଦବା ବଜାୟ ରଖିଛି। କଂଗ୍ରେସ ଗଡ଼ ଭାବେ ପରିଚିତ ଅଡ଼ବା ଜୋନ ନଂ ୮ରେ ବିଜେଡ଼ି ପ୍ରାର୍ଥିନୀ କୁନ୍ତଳା ମଳିକ ୫ହଜାର ୪ ଶହ ୮୨ଭୋଟ ଅଧିକା ପାଇ ବିଜୟ ଲାଭ କରିଛନ୍ତି। କଂଗ୍ରେସ ଚଳିତ ପଞ୍ଚାୟତ ନିର୍ବାଚନରେ ଅଡ଼ବା ଜୋନରେ ଗଡ଼କୁ ରକ୍ଷା କରିପାରିନାହିଁ। ଯାହାଫଳରେ ବିଜେଡ଼ି କଂଗ୍ରେସର ଗଡ଼ ଭାଙ୍ଗି ନିଜର ଆଧିପତ୍ୟ ବଜାୟ ରଖିବାରେ ସକ୍ଷମ ହୋଇପାରିଛି। ଅଡ଼ବା ଜୋନରେ ସମିତି ସଭ୍ୟ ପଦବୀ ପାଇଁ ୧୫ଟି ପଞ୍ଚାୟତ ପାଇଁ ଆବେଦନ କରିଥିଲେ ୮୮ଜଣ । ସେଥିମଧ୍ୟରୁ ବିଜୟୀ ହୋଇଥିବା ୧୫ଜଣ ସରପଞ୍ଚ ବିଜେଡ଼ି ସମର୍ଥିତ ବୋଲି ସୂଚନା ମିଳିଛି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories