ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ୍ ମଧ୍ୟରେ ଲାଗିଥିବା ଲଢ଼େଇ ଉଗ୍ରରୂପ ଧାରଣ କରିଛି । ଦୁଇ ଦେଶ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଛି । ଏହାରି ଭିତରେ ଆପଣମାନେ ନାଟୋର ନାଁ ପ୍ରାୟ ସବୁବେଳେ ଶୁଣୁଥିବେ । ହେଲେ ନାଟୋ କ’ଣ ? ନାଟୋ କେଉଁ କାମ କରିଥାଏ ? ଏ ନାଟୋର ପୂର୍ଣ୍ଣରୂପ କଣ ? ଏସବୁ କ’ଣ ଆପଣ ଜାଣିଛନ୍ତି ? ଆସନ୍ତୁ ଜାଣିବା ..
ନାଟୋ ହେଉଛି କିଛି ଦେଶର ସାମରିକ ସଙ୍ଗଠନ । ଯାହାକି ୧୯୪୯ରେ ପ୍ରତିଷ୍ଠା ହୋଇଥିଲା । ପ୍ରଥମେ ବିଶ୍ୱର ୧୨ଟି ଦେଶ ଏଥିଲେ ସାମିଲ ହୋଇଥିଲେ । ପରେପରେ ନାଟରେ ସଦସ୍ୟତାଙ୍କ ସଂଖ୍ୟା ୩୦ରେ ପହଞ୍ଚିଲା । ନାଟୋର ସମ୍ପୂର୍ଣ୍ଣ ନାଁ ହେଉଛି ନର୍ଥ ଆଟଲାଣ୍ଟିକ୍ ଟ୍ରେଟି ଅରଗାନାଇଜେସନ । ଏହା କେବଳ ଦେଶର ସୁରକ୍ଷାନୀତି ଉପରେ କାମ କରିଥାଏ । ଏକ ଉଦାହରଣ ସହ ଆମେ କହିବାକୁ ଚାହିଁବୁ । ନାଟୋରେ ସାମିଲ ଥିବା ଯେକୌଣସି ଗୋଟିଏ ଦେଶ ଉପରେ ଯଦି କୌଣସି ଦେଶ ଆକ୍ରମଣ କରେ । ତେବେ ନାଟୋ ତାହା ସହ ତତ୍କ୍ଷଣାତ୍ ଛିଡ଼ା ହୋଇଥାଏ । ଅର୍ଥାତ୍ ୩୦ଟି ଦେଶ ସିଧାସଳଖ ସେହି ଦେଶ ଉପରେ ଆକ୍ରମଣ କରେ । ୟୁକ୍ରେନ୍ ଚାହୁଁଥିଲା ନାଟୋରେ ସାମିଲ ହେବାକୁ । ହେଲେ ରୁଷ ଚାହୁଁନଥିଲା ୟୁକ୍ରେନ୍ ନାଟୋ ସହିତ ସାମିଲ ହେଉ । କାରଣ ରୁଷିଆର ଏକ ଅଂଶ କହିଲେ ଭୁଲ ହେବନାହିଁ ୟୁକ୍ରେନ୍ । ନାଟୋରେ ୟୁକ୍ରେନ୍ ସାମିଲ ହେବା ପରେ ୟୁକ୍ରେନ ଶକ୍ତିଶାଳୀ ହୋଇଯାଇଥାନ୍ତା । କେବଳ ଏହି କାରଣରୁ ରୁଷ ସଦାସର୍ବଦା ୟୁକ୍ରେନକୁ ବିରୋଧ କରିଆସୁଥିଲା । ଯାହା ଫଳରେ ଆଜି ଯୁଦ୍ଧ ହୋଇଛି ।



