www.samajalive.in
Saturday, December 13, 2025
18.1 C
Bhubaneswar

ଖୁମକୁଟ ପାଲଟିଛି ଇତିହାସର ମୁକସାଖୀ, ଘର ଭିତରୁ କୁନି ପିଲାଙ୍କୁ ଟାଣିନେଉଥିଲା ବାଘ

ନିଳଗିରି: ଇତିହାସ ଆଉ ଐତିହ୍ୟକୁ ନେଇ ରହିଛି ଓଡିଶାର ଅନେକ କିଛି କଥା । ଓଡ଼ିଆର ସ୍ବାଭିମାନ ସ୍ବର ହେଉ କି ରାଜାରାଜୁତି ଅମଳ.. ସବୁଠି ମିଳିଛି ଓଡ଼ିଶା ମାଟିର ମିଠା ବାସ୍ନା । ସେଦିନର ସେ ରାଜା ଶାସନ ଆଜି ସିନା ଇତିହାସ ପାଲଟି ଯାଇଛି । ହେଲେ ଦେଖନ୍ତୁ ଏଇ ପାହାଡ଼ ଓ ଭଗ୍ନସ୍ତୁପ କହୁଛି ସେହି ପୁରୁଣା ଦିନର ସବୁ ଗୋଟିଗୋଟି ମୁହୂର୍ତ୍ତକୁ । ଅଲୋଡା ସିନା ପଡ଼ିଛି ହେଲେ ସବୁକିଛି ଯେମିତି ଟିକନିଖ୍ ସେ ମନେ ରଖିଛି । ଆପଣ ଦେଖୁଥିବା ଏହି ଗଡ଼ ହେଉଛି ନୀଳଗିରି ଗଡ଼ଜାତର ରାଜା କିଶୋର ଚନ୍ଦ୍ର ମର୍ଦ୍ଦରାଜଙ୍କ ଗଡ଼ । ଏହି ଗଡ଼ ଦିନେ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ରହିଥିଲା । ବାଘ, ଭାଲୁ ଓ ହାତୀ ପ୍ରଭୃତି ବନ୍ୟଜନ୍ତୁଙ୍କ ପାଇଁ ଅଞ୍ଚଳର ବସ୍ତିବାସିନ୍ଦା ଭୟଭୀତ ହୋଇ ପଡ଼ିଥିଲେ ।

କାରଣ କେତେବେଳେ ବାଘ ଗୃହପାଳିତ ପଶୁ ମାନଙ୍କୁ ଶିକାର କରୁଥିଲା ତ ପୁଣି କେତେବେଳେ କୁନିକୁନି ପିଲାଙ୍କୁ ମଧ୍ୟ ଘରୁ ଟେକିନେଉଥିଲା । ରାଜାଙ୍କ ରାଜୁତି ସମୟରେ ଏପରି ହେବାକୁ ନେଇ ଚିନ୍ତିତଥିଲେ ରାଜା । ବନ୍ୟଜନ୍ତୁଙ୍କ ଠାରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଏହି ରଜା ଭାଡ଼ିଟିକୁ ନର୍ମାଣ କରାଇଥିଲେ ରାଜା କିଶୋର ଚନ୍ଦ୍ର ମର୍ଦ୍ଦରାଜ । ଖୁମକୁଟଠାରେ ଏହି ୩ ମହଲା ବିଶିଷ୍ଟ ଦୁର୍ଗ ନିର୍ମାଣ ହୋଇଛି । ଏହାରି ଉପରେ ସୈନ୍ୟମାନେ ପ୍ରହାର ଦେବା ସହ ବନ୍ୟଜନ୍ତୁ ମାନଙ୍କ ଉପରେ ନଜର ରଖୁଥିଲେ । ହେଲେ ଏହା ଏବେ ଭଗ୍ନ ଅବସ୍ଥାରେ ପଡ଼ିରହିଛି ।

- Advertisement -

ଅନ୍ୟପଟେ ଅନତୀ ଦୂରରେ ରହିଥିବା ଗଡ଼ଚଣ୍ଡି ବା ଗୁପ୍ତଚଣ୍ଡୀ ଠାକୁରାଣୀଙ୍କୁ ନେଇ ମଧ୍ୟ କିଛି କିମ୍ବଦନ୍ତି ରହିଛି । ସେତେବେଳେ ଠକୁରାଣୀଙ୍କୁ ସେଠାରୁ ନେଇ ରାଜା ଅନ୍ୟତ୍ର ସ୍ଥାପନା କରିବାକୁ ଉଦ୍ୟମ କରିଥିଲେ । ହେଲେ ଲୋକଙ୍କ କଥା ଅନୁସାରେ ମା’ ଗୁପ୍ତଚଣ୍ଡି ସେଠାରୁ ହଟିନଥିଲେ । ବାଧ୍ୟ ହୋଇ ରାଜା ସେଠାରେ ଏକ ମନ୍ଦିର ନିର୍ମାଣ କଲେ । ସେଠାରେ ଆଜି ମା’ ପୂଜା ପାଉଛନ୍ତି । ଏହି ଅଞ୍ଚଳର ନିକଟରେ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ଥିବାରୁ ବହୁ ପଟକଙ୍କ ମଧ୍ୟ ଭିଡ ଦେଖିବାକୁ ମିଳୁଛି । ଏହି ସ୍ଥାନ ପ୍ରତି ମଧ୍ୟ ପର୍ଯ୍ୟଟକଙ୍କ ଆକର୍ଷଣ ବଢ଼ୁଛି । ହେଲେ ରାସ୍ତାର ସୁବିଧା ନଥିବାରୁ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ ଓ ଗ୍ରାମବାସୀ । ଯଦି ସରକାର ଏଥି ପ୍ରତି ଧ୍ୟାନ ଦିଅନ୍ତେ ତେବେ ଖୁମକୁଟର ଏହି ରଜାଭାଡ଼ିର ପୁନଃ ଉଦ୍ଧାର ହେବାସହ ରାସ୍ତା ଟିଏ ହୋଇପାରନ୍ତା । ଆଉ ପର୍ଯ୍ୟଟକଙ୍କ ସହ ଅଞ୍ଚଳବାସୀ ମଧ୍ୟ ଉପକୃତତ ହୋଇପାରନ୍ତେ । ନିଳଗିରିରୁ ଅଶେଷ କୁମାର ସଙ୍କ ରିପୋର୍ଟ.. ସମାଜ ଲାଇଭ୍

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories