www.samajalive.in
Sunday, December 14, 2025
15.1 C
Bhubaneswar

ଭାଇଚାରା ପରଖିଲେ କାଶ୍ମୀର ଯୁବକ, ବିନା ଟଙ୍କାରେ ବୁଲିଲେ ସାରା ଭାରତ

ଜମ୍ମୁକାଶ୍ମୀର: ବିନା ଟଙ୍କାରେ କାଶ୍ମୀରରୁ କନ୍ୟାକୁମାରୀ ଯାତ୍ରା । କାଶ୍ମୀରର ଜଣେ ଯୁବକ ବିନାଟଙ୍କାରେ କନ୍ୟାକୁମାରୀ ଯାତ୍ରା କରିଛନ୍ତି । ତାହା ପୁଣି ପ୍ରାୟ ୫୦ ଦିନ ମଧ୍ୟରେ ପହଞ୍ଚିଛନ୍ତି । ଯୁବକ ଜଣକ ହେଉଛନ୍ତି ପାନଜଗାମ ପୁଲୱାମାର ବାସିନ୍ଦା । ଆଉ ତାଙ୍କ ନାଁ ହେଉଛି ମୁନିବ ଅହମ୍ମଦ ୱନି । ସେ ସ୍ନାତକୋତ୍ତ୍ୱ ଡିଗ୍ରୀ ହାସଲ କରିଛନ୍ତି ଏବଂ ବିଭିନ୍ନ ପ୍ରସଙ୍ଗରେ ବ୍ଲଗ୍ ମଧ୍ୟ ତିଆରି କରୁଛନ୍ତି । ୱନି କହିଛନ୍ତି ଯେ ଏହା ଏକ ସାମାଜିକ ପରୀକ୍ଷଣ ଏବଂ ସେ ୧୬ ଡିସେମ୍ବର ୨୦୨୧ ରେ ଯାତ୍ରା ଆରମ୍ଭ କରିଥିଲେ । ସେଠାରେ ଥିବା ପର୍ଯ୍ୟଟନସ୍ଥଳୀ ବୁଲିବା ସହ ମୁସଲମାନ ଯୁବକଙ୍କୁ କିପରି ବ୍ୟବହାର କରାଯାଏ ତାହା ଜାଣିବାକୁ ସେ ଚାହିଁଥିଲେ । ଶୁଣାଯାଏ ସେଠାରେ ଲୋକମାନେ ସର୍ବଦା କୁହନ୍ତି କାଶ୍ମୀର ଯୁବକମାନଙ୍କୁ ବିନା କାରଣରେ ହଇରାଣ କରାଯାଏ । ହେଲେ ସେଠରେ ସେମତି କିଛି ଘଟିନଥିବା କହିଛନ୍ତି ୱନି ।

- Advertisement -

ହଇରାଣ କରିବା ପରିବର୍ତ୍ତେ ୱନିଙ୍କୁ ସେଠାରେ ଖୁବ୍ ଭଲ ପାଇବା ମିଳିଥିବା ସେ କହିଛନ୍ତି । ତାଙ୍କ କହିବା ଅନୁସାରେ ଯାତ୍ରା ସମୟରେ ମୁଁ ବିଭିନ୍ନ ପ୍ରକାରର ଲୋକଙ୍କୁ ଦେଖିଛି । ଖାଦ୍ୟ, ରହିବା ଏବଂ ସମସ୍ତ ସୁବିଧା ମୋର ଲୋକମାନଙ୍କ ଦ୍ୱାରା ହୋଇଥିଲା । ମୋ ପାଇଁ ସବୁକିଛି ସେଠିକାର ଲୋକମାନେ ବ୍ୟବସ୍ଥା କରିଥିଲେ । ମୁଁ ସେଠାରେ କିଛି ହିନ୍ଦୁ ପରିବରାର ସହ ରହିଛି । ସେମାନେ ବହୁତ ଭଲ ସେମାନେ ମତେ ବହୁ ସାହାଯ୍ୟ କରିଛନ୍ତି । ମୋ ଆକାଉଣ୍ଟ ନମ୍ବର ସୋସିଆଲ ମିଡିଆରେ ଦେଇଥିବାରୁ ଅନେକ ଲୋକଙ୍କଠାରୁ ସାହାଯ୍ୟ ମଧ୍ୟ ପାଇଛି । ମୁଁ ଯେଉଁଆଡ଼େ ଗଲି, କୌଣସି ଭେଦଭାବ ନକରି ମୋତେ ସମସ୍ତେ ସାହାଯ୍ୟ କରିଥିଲେ। ମୁଁ ଭାଇଚାରା ଏବଂ ମାନବିକତାକୁ ଅତି ନିକଟରୁ ଦେଖିଛି । କାଶ୍ମୀରରେ ଲୋକମାନେ ସର୍ବଦା ସାହାଯ୍ୟ କରନ୍ତି, ସେମାନେ କହନ୍ତି, କାଶ୍ମୀରର ଜିନ୍ଦବାଦ୍, କିନ୍ତୁ ମୋର ଯାତ୍ରା ସମୟରେ ମୁଁ ସାକ୍ଷାତ କରିଥିବା ଅଧିକାଂଶ ଲୋକ ମୋ ପ୍ରତି ସହାନୁଭୂତିଶୀଳ ଏବଂ ଦୟାଳୁ ଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories