www.samajalive.in
Saturday, December 13, 2025
26.1 C
Bhubaneswar

ଭୋଟ ଗଣତି କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବେଗୁନିଆ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗ୍ରହଣର ଶେଷ ପର୍ଯ୍ୟାୟ ପରେ ଆସନ୍ତା ୨୬, ୨୭ ଏବଂ ୨୮ ତାରିଖରେ ପ୍ରଥମ ଥର ବୁଥ ସ୍ତରରେ ଭୋଟ ଗଣନା ନହୋଇ ବ୍ଲକ ସ୍ତରରେ କରାଯିବ । ମତଗଣନା କେନ୍ଦ୍ର ବ୍ଲକରେ କରିବା ପାଇଁ ନିର୍ଦେଶ ଥିବାବେଳେ ଯଦି ସେଠାରେ ମତଗଣନା କେନ୍ଦ୍ର ନିମନ୍ତେ ପର୍ଯ୍ୟାପ୍ତ ସ୍ଥାନ ନଥିବ ତେବେ ବ୍ଲକ ମୁଖ୍ୟାଳୟରେ ଥିବା ସରକାରୀ କୋଠାଘର ବିଶେଷକରି ମହାବିଦ୍ୟାଳୟ କିମ୍ବା ଉଚ୍ଚ ବିଦ୍ୟାଳୟ କୋଠାଘରେ ମତଗଣନା କେନ୍ଦ୍ର ସ୍ଥାପନ କରାଯିବ । ପ୍ରତ୍ୟେକ ମତଗଣନା କେନ୍ଦ୍ରରେ ପର୍ଯ୍ୟାପ୍ତ ସ୍ଥାନ ସହ ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ରହିବ । ସେହି ଦୃଷ୍ଟିରୁ ବେଗୁନିଆ ମହାବିଦ୍ୟାଳୟରେ ଭୋଟ ଗଣତି ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବେଗୁନିଆ ମହାବିଦ୍ୟାଳୟରେ କରାଯାଇଥିବା ଷ୍ଟ୍ରଙ୍ଗରୁମରେ ଭୋଟବାକ୍ସ ଗୁଡିକ ରଖାଯାଇଥିବାବେଳେ ମହାବିଦ୍ୟାଳୟରେ ଭୋଟ ଗଣତି କରାଯିବ । ଭୋଟ ଗଣନା କାର୍ୟ୍ୟ ଶେଷ ହେବା ପର୍ୟ୍ୟନ୍ତ ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିର ନିୟନ୍ତ୍ରଣ ଏବଂ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଜଣେ ଡିଏସପିଙ୍କ ନେତୃତ୍ୱରେ ବେଗୁନିଆ ଥାନା ଅଧିକାରୀ ଲଷ୍ମୀ ପ୍ରସାଦ ଶତପଥୀ , ବାଘମାରୀ ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକଙ୍କ ସହିତ ୪ ଜଣ ଅଧିକାରୀ ଏବଂ ଏକ ପ୍ଲାଟୁନ ଫୋର୍ସ ଙ୍କ ସହିତ ଥାନାରେ ଥିବା ଦେଢ଼ ସେକ୍ସନ ଫୋର୍ସ ନିୟୋଜିତ ହେବେ । ଷ୍ଟ୍ରଙ୍ଗରୁମରୁ କାଉଣ୍ଟିଂ ରୁମକୁ ବାଲାଟବକ୍ସ ନେବା ଆଣିବା ପାଇଁ ଜଣେ ଏଏସଆଇଙ୍କ ସହିତ ଏକ ସେକ୍ସନ ଫୋର୍ସ ନିୟୋଜିତ ଅଛନ୍ତି । ଭୋଟ ଗଣତି କେନ୍ଦ୍ର ବାହାରେ ବିଶେଷକରି ଭୋଟ ଗଣତି ସମୟରେ ହେବାକୁ ଥିବା ଭିଡକୁ କିପରି ନିୟନ୍ତ୍ରଣ କରାଯାଇପାରିବ ଓ ଭୋଟ ଗଣତି କାର୍ଯ୍ୟ ରାତି ପର୍ୟ୍ୟନ୍ତ ଚାଲିଲେ ସେ ସମୟରେ ସମ୍ଭାବ୍ୟ ଆଇନ ଶୃଙ୍ଖଳା ରକ୍ଷା ସମ୍ପର୍କରେ ପୋଲିସବାହିନୀ ପ୍ରସ୍ତୁତ ରହିଛନ୍ତି ବୋଲି ଶ୍ରୀ ଶତପଥୀ କହିଛନ୍ତି ।

କୌଣସି ପରିସ୍ଥିତିରେ ଯେପରି ବିଶୃଙ୍ଖଳା ନ ଉପୁଜିବ ସେ ଦିଗରେ ତିକ୍ଷ୍‌ଣ ଦୃଷ୍ଟି ରଖାଯିବ। ଭୋଟ ଗ୍ରହଣ କେନ୍ଦ୍ରରେ ଚିତ୍ର ଉତ୍ତୋଳନ ଯନ୍ତ୍ର ଲଗାଯାଇଛି । ସେ ସବୁ ବ୍ୟବସ୍ଥା ଉପରେ ନଜର ରଖାଯିବ । ଭୋଟ ଗ୍ରହଣ କେନ୍ଦ୍ରକୁ ପ୍ରବେଶ ବେଳେ ପୁରା ଯାଞ୍ଚ କରାଯିବ। ଭୋଟ ଗଣତି କେନ୍ଦ୍ର ବାହାରେ ପୁଲିସ, ପ୍ରେସ ଏବଂ ଜନସାଧାରଣଙ୍କ ପାଇଁ ଟେଣ୍ଟ କରିବା ପାଇଁ ଥାନା ଅଧିକାରୀ ଶ୍ରୀ ଶତପଥୀ ବିଡିଓଙ୍କୁ କହିଛନ୍ତି। ପାଣି ପାଇଁ ଏକ ଟ୍ୟାଙ୍କର ରଖାଯାଇଛି। ଭୋଟ ଗ୍ରହଣ କେନ୍ଦ୍ର ବାହାରେ ପର୍ଯ୍ୟାପ୍ତ ପରିମାଣର ପୁଲିସ ବ୍ୟବସ୍ଥା କରାଯାଇଛି । ୨୬ ତାରିଖ ଦିନ ୨୨ ନଂ ଜିଲ୍ଲା ପରିଷଦ ଜୋନ ସହିତ ତତସଂଲଗ୍ନ ୭ଟି ପଞ୍ଚାୟତର ୱାର୍ଡ ସଭ୍ୟ, ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀମାନଙ୍କ ଭୋଟ ଗଣତି କରାଯିବ । ୨୭ ତାରିଖରେ ୨୩ ନଂ ଜିଲ୍ଲାପରିଷଦ ଜୋନ ସହିତ ୬ଟି ପଂଚାୟତ ଏବଂ ୨୮ ତାରିଖରେ ୨୪ ନଂ ଜିଲ୍ଲା ପରିଷଦ ଜୋନ ସହିତ ଏହା ଅଧୀନରେ ଥିବା ୮ଟି ପଞ୍ଚାୟତର ପ୍ରାର୍ଥୀମାନଙ୍କ ଭୋଟ ଗଣନା କରାଯିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories