ଓଡିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗ ; ଶାହାଙ୍କ କଥା ହେଲେ ନବୀନ
ଭୁବନେଶ୍ୱର : ଆରମ୍ଭ ହୋଇ ସାରିଛି ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ। ଅନେକ ଭାରତୀୟ ତଥା ଓଡିଆମାନେ ଭାରତ ଫେରିଥିବା ବେଳେ ଆହୁରି ମଧ୍ୟ ୟୁକ୍ରେନରେ ଫସି ରହିଛନ୍ତି। ଏହା ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ୟୁକ୍ରେନରେ ଫସିଥିବା ଓଡିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ଫସିଥିବା ଓଡିଆ ଛାତ୍ରଛାତ୍ରୀ,ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ନେଇ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ୟୁକ୍ରେନ ସରକାରଙ୍କ ସହ ଯୋଗାଯୋଗରେ ଥିବା ସହ ଶୀଘ୍ର ୟୁକ୍ରେନରୁ ଛାତ୍ରଛାତ୍ରୀ ଏବଂ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରସ୍ତୁତି ଜାରି ରହିଛି ବୋଲି ଗୃହମନ୍ତ୍ରୀ ଅମିତ୍ ଶାହା ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି।
Comments are closed.