www.samajalive.in
Saturday, December 13, 2025
26.1 C
Bhubaneswar

ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା

ଆଠଗଡ଼: ଆଠଗଡ଼ ବ୍ଲକରେ ଗତ ୨୨ତାରିଖ ଦିନ ପଞ୍ଚାୟତ ନିର୍ବାଚନ ସମୟରେ ଅନନ୍ତପୁର ପଞ୍ଚାୟତର ବୁଥ ପରିସରରେ ଜଣେ କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାକୁ ଆଠଗଡ଼ ସାମ୍ବାଦିକ ସଂଘ ପକ୍ଷୁ ତୀବ୍ର ନିନ୍ଦା କରାଯିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଗତ ମଙ୍ଗଳବାର ଭୋଟ ଚାଲିଥିବା ସମୟରେ ବୁଥ ଜବରଦଖଲ କରି ଶାସକ ଦଳ ସମର୍ଥକ ମନଇଚ୍ଛା ଭୋଟ ଦେଉଥିବା ଖବର ପାଇ ବୈଦ୍ୟୁତିକ ଗଣମାଧ୍ୟମ (ଅର୍ଗସ)ର ପ୍ରତିନିଧି ସୁଶାନ୍ତ କୁମାର ସାହୁ ଖବର ସଂଗ୍ରହ ପାଇଁ ଘଟଣାସ୍ଥଳରେ ପହଞ୍ଚିବା ପରେ କିଛି ଦୁର୍ବୁତ ତାଙ୍କୁ ଗାଳିଗୁଲଜ କରିବା ସହିତ ଧକ୍କା ବେକା ମାରିଥିଲେ। ସେତେବେଳେ ସେଠାରେ ଉପସ୍ଥିତ ପୁଲିସ କେବଳ ନୀରବଦ୍ରଷ୍ଟା ସାଜିଥିଲେ। ଏହି ଘଟଣାକ ନେଇ ଗୁରୁବାର ଆଠଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସନାତନ ରାୟଙ୍କ ଅଧ୍ୟକ୍ଷତାରେ ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସଭାରେ କର୍ତ୍ତବ୍ୟରତ ସମସ୍ତ ସାମ୍ବାଦିକ ଯୋଗଦେଇ ଏହି ଘଟଣାକୁ ତୀବ୍ର ନିନ୍ଦା କରିଥିଲେ।

ଏଥି ସହିତ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେମାନେ ଦାବି କରିଥିଲେ। ଚଳିତ ପଞ୍ଚାୟତ ନିର୍ବାଚନ ସମୟରେ ଏବଂ ଅନ୍ୟ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉଥିବାରୁ ଆଠଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ଉଦ୍‍ବେଗ ପ୍ରକାଶ ପାଇବା ସହ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସରକାର ଏକ ଦୃଢ ଆଇନ ପ୍ରଣୟନ କରିବା ପାଇଁ ସେମାନେ ଦାବି କରିଥିଲେ। ବିଭୂତି ଭୂଷଣ ଖଟୁଆଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଦିନେଶ ଦାସ, ନୀଳକଣ୍ଠ ଦୋରା, ଶୈଳେନ୍ଦ୍ର ପଟ୍ଟନାୟକ, ମନୋରଞ୍ଜନ ମହାନ୍ତି, ସତ୍ୟପ୍ରସାଦ ରଥ, ଦିଲ୍ଲୀପ ଦାସ, ମନୋରଞ୍ଜନ ମହାପାତ୍ର, ଅଶୋକ ପ୍ରଧାନ, ବିଷ୍ଣୁ ଦାସ, ସ୍ୱରାଜ ପଣ୍ଡା, ସଂଜୟ ମହାନ୍ତି, ଆକ୍ରମଣର ଶିକାର ହୋଇଥିବା ସୁଶାନ୍ତ କୁମାର ସାହୁ ଓ ପ୍ରଚେତା ପରମାଣିକ ପ୍ରମୁଖ ଯୋଗ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories