www.samajalive.in
Sunday, December 14, 2025
26.1 C
Bhubaneswar

ପରଲୋକରେ ବଡ଼ମ୍ବାର ପ୍ରବୀଣ ରାଜନୀତିଜ୍ଞ ଅମୀୟ ପଟ୍ଟନାୟକ

ବଡ଼ମ୍ବା: ବଡ଼ମ୍ବାର ପ୍ରବୀଣ ରାଜନୀତିଜ୍ଞ ତଥା ବ୍ଲକ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ(୬୪)ଙ୍କର ସ୍ଥାନୀୟ ବଡ଼ଦାଣ୍ଡସାହିସ୍ଥିତ ନିଜ ବାସଭବନରେ ଗୁରୁବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥାଇ ଚିକିତ୍ସାଧୀନ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ସଂଧ୍ୟାରାଣୀ, ଏକମାତ୍ର କନ୍ୟା ଅନ୍ୱେଷା ପ୍ରିୟଦର୍ଶିନୀ, କନିଷ୍ଠ ଭ୍ରାତା ସାମାଜିକ କର୍ମୀ ଚିନ୍ମୟ ପଟ୍ଟନାୟକଙ୍କ ସମେତ ଭାଇ, ଭାଉଜ ଓ ବନ୍ଧୁପରିଜନ ଉପସ୍ଥିତ ଥିଲେ। ସ୍ୱର୍ଗତ ପଟ୍ଟନାୟକଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟବ୍ୟକ୍ତି ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ତାଙ୍କ ବାସଭବନକୁ ଯାଇ ପରଲୋକଗତ ନିଜର ପ୍ରିୟ ନେତାଙ୍କ ଶେଷଦର୍ଶନ କରିଥିଲେ।

ଦୁଇଥର ସମିତିସଭ୍ୟ ଥିବା ସ୍ୱର୍ଗତ ପଟ୍ଟନାୟକ ବଡ଼ମ୍ବାର ପୂର୍ବତନ ବିଧାୟକ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପ୍ରତାପଚନ୍ଦ୍ର ପଟ୍ଟନାୟକଙ୍କ ପୁତ୍ର ଅଟନ୍ତି। ବଡ଼ମ୍ବା ନାଗରିକ ମଞ୍ଚର ସମ୍ପାଦକ,ସମାଜ ପାଠକ ମଞ୍ଚର ଶୁଭେଛୁ,ପୂଜ୍ୟପୂଜା ପରିଷଦର ଉପଦେଷ୍ଟା,ସମ୍ବାଦ ସାହିତ୍ୟ ଘରର ସମ୍ପାଦକ,ଯୁଗସ୍ରଷ୍ଟା କଳା ଓ ସାଂସ୍କୃତିକ ଅନୁଷ୍ଠାନର ଜଣେ ସକ୍ରିୟ ସଦସ୍ୟ ସହ ଅନେକ ସାମାଜିକ ଅନୁଷ୍ଠାନ ସହିତ ସଂଶ୍ଳିଷ୍ଟ ସ୍ୱର୍ଗତ ପଟ୍ଟନାୟକ (ଯିଏକି ଅମୁବାବୁ ଭାବରେ ସୁପରିଚିତ)ଙ୍କ ବିୟୋଗରେ ବଡ଼ମ୍ବା ସମେତ ଆଠଗଡ଼଼ ଉପଖଣ୍ଡର ତିଗିରିଆ, ମାଣିଆବନ୍ଧ, ନରସିଂହପୁର ତଥା ଆଠଗଡ଼଼ର ବିଭିନ୍ନ ମହଲରେ ଗଭୀର ଶୋକପ୍ରକାଶ ପାଇଛି। ସ୍ୱର୍ଗତ ପଟ୍ଟନାୟକଙ୍କ ବିୟୋଗରେ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ପୂର୍ବତନ ବିଧାୟକ ସମୀରକୁମାର ରାଉତରାୟ, ବଡ଼ମ୍ବା ମୋହନସୁବୁଦ୍ଧି କଲେଜ ଅଧ୍ୟକ୍ଷ କୁମାରେଶ ରଥ, ଓକିଲସଂଘ ସଭାପତି ସନ୍ତୋଷକୁମାର ବେହେରା, ପୂର୍ବତନ ସଭାପତି କୈଳାସଚନ୍ଦ୍ର ଜେନା, ସନ୍ତୋଷକୁମାର ପଟ୍ଟନାୟକ, ନାଗରିକ ମଞ୍ଚ ସଭାପତି ଦାମୋଦର ରଣା,ପୂର୍ବତନ ଜିଲାପରିଷଦ ସୂର୍ଯ୍ୟକିଶୋର ମହାନ୍ତି,ଚିତ୍ତରଞ୍ଜନ ମିଶ୍ର,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିବେକାନନ୍ଦ ମଲ୍ଲିକ,ବିଭୁଦତ୍ତ ପଟ୍ଟନାୟକ,ପରମାନନ୍ଦ ସେଠୀ, ଅନସୂୟା ନାୟକ, ଡଲି ସାହୁ,ବ୍ଲକ ବିଜେଡି ସଭାପତି ରବୀନ୍ଦ୍ରକୁମାର ସାହୁ,ପୂର୍ବତନ ସରପଞ୍ଚ ଲକ୍ଷ୍ମୀ ଦେବୀ,ସାହିତ୍ୟିକ ଧୃବ ରଣା,ଦୁର୍ଯ୍ୟୋଧନ ବରାଳ,ଚନ୍ଦ୍ରଶେଖର ମହାନ୍ତି,କଳିଙ୍ଗକେଶରୀ ପ୍ରଧାନ,ବରିଷ୍ଠ କଂଗ୍ରେସ ନେତା ବୁଦ୍ଧିନାଥ ମହାନ୍ତି,କାଳନ୍ଦିଚନ୍ଦ୍ର ମିଶ୍ର,ରତ୍ନାକର ପଣ୍ଡା,ଅକ୍ଷୟ କରଣ ପ୍ରମୁଖ ଦୁଃଖ ପ୍ରକାଶ କରିବାସହ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ନିଜର ଗଭୀର ସମବେଦନା ଜଣାଇଛନ୍ତି।

- Advertisement -

ସେହିଭଳି ବିଜେଡି ନେତା ପ୍ରଦୀପ୍ତ କୁମାର ସ୍ୱାଇଁ, ସଦାନନ୍ଦ ସ୍ୱାଇଁ, ସରୋଜ କୁମାର ପଟ୍ଟନାୟକ, ମାନସ ରଞ୍ଜନ ମୁଦୁଲି, ସଞ୍ଜୟ ସ୍ୱାଇଁ, ବିରଞ୍ଚି କୁମାର ଜେନା, ବିଜେପି ନେତା ସରୋଜ କୁମାର ବେଉରା, ମନୋଜ କୁମାର ଉଦୟଭାନୁ, ବିକାଶ ପରିଷଦ ସଭାପତି ସନ୍ତୋଷକୁମାର ପଟ୍ଟନାୟକ,ବଣିକସଂଘ ସଭାପତି ଦେବରାଜ ପାଟ୍ଟଶାଣୀ,ଶିବପ୍ରସାଦ ମିଶ୍ର,ସାମ୍ବାଦିକ ବିରଜାଚରଣ ପଟ୍ଟନାୟକ, ପ୍ରଦୀପ କୁମାର ମହାପାତ୍ର, ଅମରେଶ ରଥ, ପ୍ରମୋଦ କୁମାର ପଣ୍ଡା, ବରଦା ଚରଣ ପଟ୍ଟନାୟକ, ସୁଜିତ କୁମାର ପଟ୍ଟନାୟକ, ଦିଲ୍ଲିପ କୁମାର ସାମନ୍ତ, ଗିରିଜାପ୍ରସାଦ ମିଶ୍ର ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି। ଶୁକ୍ରବାର ସକାଳବେଳା ସ୍ୱର୍ଗତ ପଟ୍ଟନାୟକଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ନିକଟତମଙ୍କ ସୂତ୍ରରୁ ଜଣାଯାଇଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories