www.samajalive.in
Sunday, December 7, 2025
26.1 C
Bhubaneswar

ଶୋଇବାର ୩ ଘଣ୍ଟା ପୂର୍ବରୁ କରନ୍ତୁ ଭୋଜନ

ଖାଦ୍ୟ ଖାଇବା ସମୟରେ କେତେକ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ସକାଳର ଜଳଖିଆ ନିଶ୍ଚୟ ଖାଇବା ଉଚିତ। ନଚେତ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ। ସେହିପରି ରାତିରେ ଶୋଇବା ପୂର୍ବରୁ କିଛି ଖାଦ୍ୟ ସେବନ କରିବା ଉଚିତ ନୁହେଁ। ରାତି ସମୟରେ ସର୍ବଦା ହାଲକା ଖାଦ୍ୟ ସେବନ କରିବା ଉଚିତ। ଏହାସହ ବିଶେଷଜ୍ଞଙ୍କ ମତରେ ରାତିରେ ଶୋଇବାର ୩ ଘଣ୍ଟା ପୂର୍ବରୁ ଖାଦ୍ୟ ସେବନ କରିବା ଉଚିତ। ରାତିରେ ଖାଉଥିବା ଖାଦ୍ୟର ପ୍ରଭାବ ସିଧାସଳଖ ଆମ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ତେଣୁ ରାତିରେ ଯେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ, ତାହାର ସେବନ ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।
ରାତିରେ ଶୋଇବା ପୂର୍ବରୁ ଚକୋଲେଟ୍‍ ଖାଇବା ଉଚିତ ନୁହେଁ। ଏହା ନିଦରେ ସମସ୍ୟା ସୃଷ୍ଟି କରିବା ସହ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ।
ଛେନା ମଧ୍ୟ ରାତିରେ ସେବନ କରନ୍ତୁ ନାହିଁ।  ଏଥିରେ ଆମିନୋ ଏସିଡ୍‍ ଅଧିକ ମାତ୍ରାରେ ରହିଥାଏ। ରାତିରେ ଆମିନୋ ଏସିଡ୍‍ର ଅଧିକ ସେବନ ନିଦରେ ସମସ୍ୟା ସୃଷ୍ଟି କରିଥାଏ।
ରାତିରେ ଶୋଇବା ସମୟରେ ହଜମ କ୍ରିୟା ୫୦ ପ୍ରତିଶତ କମ ଥାଏ। ଯାଦ୍ୱାରା ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହା ହଜମ ହେବାକୁ ଅଧିକ ସମୟ ଲାଗିଥାଏ। ତେଣୁ ରାତିରେ ଅଧିକ ପ୍ରୋଟିନ ଥିବା ଖାଦ୍ୟ ଖାଆନ୍ତୁ ନାହିଁ।
ବିଶେଷଜ୍ଞଙ୍କ ମତରେ ରାତିରେ ଶୋଇବା ପୂର୍ବରୁ ଫାଇବରରେ ଭରପୁର ଥିବା ଡ୍ରାଏ ଫ୍ରୁଟ୍ସ ଖାଆନ୍ତୁ ନାହିଁ। ଏହାଦ୍ୱାରା ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।
ରାତିରେ ଗ୍ରୀନ ଟି ପିଇବା ଦ୍ୱାରା ମଧ୍ୟ ନିଦରେ ସମ୍ୟା ସୃଷ୍ଟି ହୋଇଥାଏ।
ରାତିରେ ଅଧିକ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଏହାଦ୍ୱାରା ପେଟରେ ଜଳାପୋଡା ଭଳି ସମସ୍ୟା ସୃଷ୍ଟି ହୋଇଥାଏ।

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories