www.samajalive.in
Sunday, December 7, 2025
26.1 C
Bhubaneswar

ବାୟୁସୀମାରେ ଉଡାଣ ବାତିଲ କଲେ ୟୁକ୍ରେନ ସରକାର

ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ ମଧ୍ୟରେ ଧିରେ ଧିରେ ପରିସ୍ଥିତି ଜଟିଳତା ଆଡକୁ ଗତି କରୁଛି।  ଏହାକୁ ନେଇ ବାୟୁସୀମାରେ ଉଡାଣ ବାତିଲ କଲେ ୟୁକ୍ରେନ ସରକାର । ସମସ୍ତ ବେସାମରିକ ବିମାନ ଉଡାଣ ଉପରେ ରୋକ୍‍ ଲଗାଗଲା। ଫଳରେ ପ୍ରତ୍ୟାବର୍ତ୍ତନ ଅପେକ୍ଷାରେ ଥିବା ପ୍ରବାସୀଙ୍କ ପାଇଁ ସମସ୍ୟା ବଢିଛି।
ସେହିପରି ୟୁକ୍ରେନରୁ ଆଉ ୧୮୨ ଭାରତୀୟ ଫେରିଛନ୍ତି। ସକାଳ ୭ଟା ୪୫ରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି। ଭାରତୀୟ ଛାତ୍ରଛାତ୍ରୀଙ୍କ ସମେତ ଆଉ କିଛି ବ୍ୟକ୍ତି ମଧ୍ୟ ଫେରିଛନ୍ତି।
ୟୁକ୍ରେନ ସଙ୍କଟ ମଧ୍ୟରେ ଫସି ରହିଥିବା ଭାରତୀୟମାନଙ୍କୁ ଶୀଘ୍ର ଉଦ୍ଧାର କରିବାକୁ ଉଦ୍ୟମ ଚାଲିଥିବା ବେଳେ ସର୍ବଶେଷ ସୂଚନା ଅନୁଯାୟୀ, ୧୮୨ ରୁ ଅଧିକ ଭାରତୀୟ ନାଗରିକଙ୍କ ସହ ଏୟାର ଇଣ୍ଡିଆ ବିମାନ ଆଜି ସକାଳେ ଦିଲ୍ଲୀରେ ପହଞ୍ଚିଛି। ସୂଚନା ପ୍ରଦାନ କରି ୟୁକ୍ରେନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଜଣେ ଅଧିକାରୀ କହିଛନ୍ତି ଯେ ୟୁକ୍ରେନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (UIA) ର ୧୮୨ ଭାରତୀୟ ନାଗରିକଙ୍କ ସହ ଏକ ସ୍ୱତନ୍ତ୍ର ବିମାନ ଆଜି ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories