www.samajalive.in
Monday, December 8, 2025
13.1 C
Bhubaneswar

ବଜାରକୁ ଆସିବ କୋଟିଆ ଷ୍ଟ୍ରବେରୀ

କୋରାପୁଟ: କୋଟିଆକୁ ନେଇ ବିବାଦ ଥମୁ ନ ଥିବାବେଳେ ଓଡ଼ିଶା ମାଟିର ଅବିଚ୍ଛେଦ୍ୟ ଅଙ୍ଗ କୋଟିଆ ଏବେ ନୂଆ ଆଶା ଦେଖାଇଛି। କୋଟିଆ ମାଟିରେ ଷ୍ଟ୍ରବେରୀ ଫଳିବା ପରେ ଚାଷୀ ମୁହଁରେ ହସ ଫୁଟିଛି। କୋଟିଆ ପଞ୍ଚାୟତର ଡୋଳିଆମ୍ବର ବହୁ ଚାଷୀ ଯେଉଁ ଆଶା ନେଇ ଏଭଳି ଚାଷ ଆରମ୍ଭ କରିଥିଲେ ତାହା ବହୁ ମାତ୍ରାରେ ସାକାର ହୋଇଛି। ପ୍ରଥମଥର ପାଇଁ ଉକ୍ତ ଷ୍ଟ୍ରବେରୀ କ୍ଷେତରୁ ଷ୍ଟ୍ରବେରୀ ଉତ୍ପାଦନ ହୋଇଥିବାବେଳେ ଜିଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ଜିଲା କାର୍ଯ୍ୟକ୍ରମ ସଂଯୋଜକ କାଶୀପ୍ରସାଦ ନାୟକ ଉକ୍ତ କ୍ଷେତରେ ନଡ଼ିଆ ବାଡ଼େଇ ତୋଳା କାର୍ଯ୍ୟ ଶୁଭାରମ୍ଭ କରିବା ପରେ ଚାଷୀ ଷ୍ଟ୍ରବେରୀ ତୋଳିଛନ୍ତି। ପ୍ରଥମଥର ପାଇଁ ପାଖାପାଖି ୧୦କେଜିରୁ ଊର୍ଦ୍ଧ୍ବ ଷ୍ଟ୍ରବେରୀ ତୋଳାଯାଇଥିବାବେଳେ ଏହାକୁ ଆନନ୍ଦର ସହ ଉକ୍ତ ଅଞ୍ଚଳର ଚାଷୀ ଉପଭୋଗ କରିଛନ୍ତି। ଆଗାମୀ ସପ୍ତାହ ମଧ୍ୟରେ ପ୍ରାୟ ୫୦କେଜି ଷ୍ଟ୍ରବେରୀ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରହିଥିବାବେଳେ ଏହା ଖୁବଶୀଘ୍ର ବଜାରରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି।

କୋରାପୁଟ ଜିଲାର କୋଟିଆ ଗ୍ରାମ ପଞ୍ଚାୟତର ଡୋଳିଆମ୍ବଠାରେ ପ୍ରଥମଥର ପାଇଁ ଅତ୍ୟାଧୁନିକ ପଦ୍ଧତିରେ ୫ ଏକର ଜମିରେ ଷ୍ଟ୍ରବେରୀ ଚାଷ ହୋଇଥିଲା। ୩ ତାରିଖ ଦିନ ପ୍ରଥମେ ଷ୍ଟ୍ରବେରୀ ଫଳ ଦେଖି ଚାଷୀ ବେଶ ଉତ୍ସାହିତ ହୋଇଥିବା ବେଳେ ଏବେ ଷ୍ଟ୍ରବେରୀ ଅମଳ ହୋଇଛି। ଏହାଦ୍ବାରା ଚାଷୀ ଆତ୍ମନିର୍ଭର ହେବେ ଓ​‌ କୋରାପୁଟ କଫି, ହଳଦୀ ତିଆରି ସାବୁନ ସମେତ ଅନ୍ୟାନ୍ୟ ଉତ୍ପାଦ ଭଳି କୋରାପୁଟ ଷ୍ଟ୍ରବେରୀ ଏ ମାଟିର ସ୍ବତନ୍ତ୍ର ପରିଚୟ ସୃ​‌ଷ୍ଟି କରିବ ବୋଲି ଆଶା ପ୍ରକାଶ ପାଇଛି। ଫଳ ଦେଖି ଉକ୍ତ ଅଞ୍ଚଳରେ ଓ ସରକାରୀସ୍ତରରେ ଖୁସିର ଲହରୀ ଖେଳି ଯାଇଛି। ମାତ୍ର ତିନିମାସରେ ଏଭଳି ଅମଳ ଚାଷୀ ମନରେ ଅନେକ ଆଶା ଭରି ଦେଇଛି।

- Advertisement -

ଏଠାରେ ପ୍ରକାଶଥାଉକି ଡୋଳିଆମ୍ବ ଗାଁର ୩ଟି ସ୍ବୟଂହାୟକ ଗୋଷ୍ଠୀ ସମେତ ପ୍ରାୟ ୪୫ ଘରର ଲୋକେ ଷ୍ଟ୍ରବେରୀ ଚାଷ କରିବା ପାଇଁ ଜମି ପ୍ରସ୍ତୁତ କରିଥିଲେ। ପୁନେରୁ ଉନ୍ନତଧରଣର ଚାରା ଅଣାଯାଇ ଚାଷରେ ବ୍ୟବହୃତ କରାଯିବ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଖର୍ଚ୍ଚ ବହନ କରାଯାଇଥିଲା। ମାର୍ଚ୍ଚ, ଏପ୍ରିଲ ସୁଦ୍ଧା ଉତ୍ପାଦନ ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଥିବା ବେଳେ ଏହାର ଯଥେଷ୍ଟ ପୂର୍ବରୁ ଅର୍ଥାତ ଫେବୃଆରୀ ଶେଷାର୍ଦ୍ଧରୁ ଷ୍ଟ୍ରବେରୀ ଅମଳ ସବୁରି ମନରେ ଖୁସି ଭରି ଦେଇଛି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories