www.samajalive.in
Sunday, December 7, 2025
26.1 C
Bhubaneswar

ସ୍ୱାଭିମାନ ଅଞ୍ଚଳରେ ଆଜି ନିର୍ବାଚନ, ମାଓ ଭୟରେ ୫୪ବୁଥ୍‍ ସ୍ଥାନାନ୍ତର

ମାଲକାନଗିରି/ଚିତ୍ରକୋଣ୍ଡା: ସ୍ୱାଭିମାନ ଅଞ୍ଚଳରେ ଦଶନ୍ଧି ପରେ ଆସନ୍ତାକାଲି ଅନୁଷ୍ଠିତ ହେବ ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଅତ୍ୟନ୍ତ ସମ୍ବେଦନଶୀଳ ମାଓ ପ୍ରବଣ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବୁଥ୍‍ ଗୁଡିକୁ ସ୍ୱତନ୍ତ୍ର ଲଞ୍ଚ ଯୋଗେ ପ୍ରଶାସନିକ ଅଧିକାରୀଙ୍କୁ ପଠାଯାଇଛି। ଆସନ୍ତାକାଲି ଜୋନ୍‍ – ୧ ନିମନ୍ତେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରାୟ ୯ଟି ପଞ୍ଚାୟତ ଯନ୍ତ୍ରୀ, ପାପରମେଟଲା, ଜଡାମ୍ବ, ଗାଜୁଲମାମୁଡି, ଧୁଳିପୁଟ, ବଡପଡ଼ା, ବଡପଦର, ଅଣ୍ଡ୍ରାପାଲ୍ଲି, ପଣସପୁଟ ପ୍ରଭୃତି ଅଞ୍ଚଳରେ ନିର୍ବାଚନ ହେବ। ପ୍ରଶାସନ ପକ୍ଷରୁ ଏ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଯନ୍ତ୍ରୀ, ପଣସପୁଟ, ଅଣ୍ଡ୍ରାପାଲ୍ଲି ପ୍ରଭୃତି ମାଓ ଅଧ୍ୟୁଷିତ ଅଞ୍ଚଳ ରହିଥିବାବେଳେ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଉପଖଣ୍ଡୀୟ ଆରକ୍ଷୀ ଅଧିକାରୀ ଅଂଶୁମାନ ଦ୍ୱିବେଦୀ ପ୍ରକାଶ କରିଛନ୍ତି। ଏସ୍‍.ଓ.ଜି., ଡିଭିଏଫ, ଓ ବି.ଏସ୍‍.ଏଫ୍‍ ପକ୍ଷରୁ ତଲାସି ଅଭିଯାନକୁ ଜୋରଦାର କରାଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିକୋଣରୁ ଏହିସବୁ ପଞ୍ଚାୟତର ୫୪ଟି ବୁଥକୁ ସ୍ଥାନାନ୍ତର କରି ପଞ୍ଚାୟତ ସଦର ମହକୁମାରେ ଅସ୍ଥାୟୀ ବୁଥ୍‍ ସ୍ଥାପନ କରାଯାଇଛି। ଏହି ବୁଥ୍‍ ଗୁଡ଼ିକରେ ଦୂରତା ବୃଦ୍ଧି ହେଉଥିବାରୁ ନିର୍ବାଚନରେ ମତଦାନ ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି।

ସ୍ୱାଭିମାନ ଅଞ୍ଚଳର ଦୁର୍ଗମ ଓ ନକ୍ସଲ ପ୍ରଭାବିତ ଯନ୍ତ୍ରି ଓ ଅଣ୍ଡିରାପଲ୍ଲି ପଞ୍ଚାୟତର ୧୪ବୁଥକୁ ପୁଲିଂ ଦଳ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲାା ମାଲକାନଗିରି ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦେଶକ ବାଳମୁକୁନ୍ଦ ଭୂୟାଁ ଏବଂ ଉପଜିଲାପାଳ ଅକ୍ଷୟ ଖେମୁଡୁ, ଚିତ୍ରକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାହୁଲ ମଣ୍ଡଳ ଓ ଚିତ୍ରକୋଣ୍ଡା ତହସିଲଦାର ଟି.ପଦ୍ମନାଭ ଦୋରାଙ୍କ ଉପସ୍ଥିତିରେ ଶଙ୍ଖ, ହୁଳହୁଳି ଦେଇ ପ୍ରଥମେ ବସ ଯୋଗେ ଲଞ୍ଚଘାଟରେ ପୁଲିଂ ଦଳ ପହଞ୍ଚି ଲଞ୍ଚ ଘାଟଠାରୁ ବାଲିମେଳା ଜଳଭଣ୍ଡାର ମଧ୍ୟରେ ଲଞ୍ଚ ଯୋଗେ ଯନ୍ତ୍ରୀ ଓ ଅଣ୍ଡିରାପାଲି ପଞ୍ଚାୟତକୁ ଯାତ୍ରା କରିଥିଲେ। ପୂର୍ବରୁ ଏହି ଦୁଇଟି ପଞ୍ଚାୟତରେ ନକ୍ସଲ ଭୋଟ ବାକ୍ସ ପୋଡ଼ିଥିଲେ। ଏଣୁ ସୁରକ୍ଷା ଦୃଷ୍ଟିରୁ ଏଥର ତୋଟାଗୁଡାରେ ସମସ୍ତ ୧୪ଟି ବୁଥକୁ ଅସ୍ଥାୟୀ ରୂପେ ନିର୍ମାଣ କରାଯାଇଛି। ଯନ୍ତ୍ରି ଓ ଅଣ୍ଡିରାପାଲ୍ଲି ପଞ୍ଚାୟତର ସମସ୍ତ ୱାର୍ଡ ବାସିନ୍ଦାଙ୍କ ନିମନ୍ତେ ଏହି ଅସ୍ଥାୟୀ ବୁଥରେ ପହଞ୍ଚି ଭୋଟ ଦେବା ନିମନ୍ତେ ଗାଡ଼ିର ବ୍ୟବସ୍ଥା କରାଯାଇଥିବା ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories