www.samajalive.in
Saturday, December 6, 2025
17.1 C
Bhubaneswar

ଲାଲଗଡରେ ଗଣତନ୍ତ୍ରର ଗଣପର୍ବ

ଲକ୍ଷ୍ମୀପୁର : ଦିନ ଥିଲା କୋରାପୁଟ ଜିଲା ନାରାୟଣପାଟଣା ବ୍ଲକକୁ କୁହାଯାଉଥିଲା ଲାଲଗଡ଼। ଏଠାରେ ଲାଗି ରହିଥିଲା ମାଓ ବାଦୀଙ୍କ ପାଦ୍ରୁଭାବ ଓ ସେମାନଙ୍କ ଶାସନ କହିଲେ ଅତ୍ୟୁକ୍ତି ହେବନାହିଁ। ସେହିପରି ଜଙ୍ଗଲ, ଜମି, ଜଳ ପାଇଁ ଆଦିବାସୀ ମାନେ ଲଢେଇ କରୁଥିଲେ। ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗାଙ୍କ ନେତୃତ୍ବରେ ଏହା ଜାରି ରହିଥିଲା। ହଜାର ହଜାର ଆଦିବାସୀ ମହିଳା ପୁରୁଷ ହାତରେ  ଝଣ୍ଡା, ଟାଙ୍ଗିଆ ଓ ଧନୁତୀର ଧରି ରାସ୍ତାରେ ପଦର୍ଶନ କରୁଥିଲେ । ଯେଉଁଥିପାଇଁ ବ୍ଲକର ଅନେକ ସ୍ଥାନରେ ବିଏସଏଫ କ୍ୟାମ୍ପ ବସାଯାଇଥିଲା। ଏପରିକି ନାଚିକା ଲିଙ୍ଗାଙ୍କ ନାମରେ ପ୍ରାୟ  ୪୦ ରୁ ଊର୍ଦ୍ଧ୍ବ ମାମଲା ଥିବା ବେଳେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ଜଣାପଡିଛି।  ତେବେ ବର୍ତ୍ତମାନ ସମୟ ବଦଳି ଯାଇଛି। ଲିଙ୍ଗା ସମସ୍ତ ମାମଲାରୁ ଦୋଷମୁକ୍ତ ହୋଇ ହୋଇ ବର୍ତ୍ତମାନ ସ୍ବାଧୀନ ଭାବେ ଜିଲା ପରିଷଦ ସଭ୍ୟ ପ୍ରାର୍ଥୀ ରୂପେ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି।
ବର୍ତ୍ତମାନ ସମୟ ବଦଳି ଯାଇଛି। ବର୍ତ୍ତମାନ ମାଓବାଦୀଙ୍କ ଦବଦବା ନାହିଁ କି ଚାଷୀ ମୂଲିଆ ଆଦିବାସୀ ସଂଘର ହଜାର ହଜାର ଆଦିବାସୀ ରାସ୍ତାରେ ନାଲି ପତାକା ଧରି ପଦର୍ଶନ କରୁ ନାହାଁନ୍ତି। ଯେଉଁ ନାଚିକା ହଜାର ହଜାର ସମର୍ଥକ ମାନଙ୍କୁ ନେଇ ଆଦିବାସୀ ମାନଙ୍କ ଅଧିକାର ପାଇଁ ଲଢେଇ କରୁଥିଲେ ସେ ବର୍ତ୍ତମାନ ଗଣତାନ୍ତ୍ରିକ ଉପାୟରେ ଆଦିବାସୀ ମାନଙ୍କ ପାଇଁ କାମ କରିବା ନିମନ୍ତେ ନିର୍ବାଚନ ମଇଦାନରେ ଉଭା ହୋଇଛନ୍ତି। ଏହି ବ୍ଲକରେ ୯ ପଞ୍ଚାୟତ ଥିବାବେଳେ ଗୋଟିଏ ଜିଲ୍ଲା ପରିଷଦ ଜୋନ ରହିଛି।
ଏଠାରୁ କଂଗ୍ରେସର, ବିଜେଡି, ବିଜେପି ସେମାନଙ୍କ ପ୍ରାର୍ଥୀ ଦେଇଥିବାବେଳେ ନାଚିକା ଲିଙ୍ଗା ସ୍ବାଧୀନ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି । ଏଠାରେ ୩୦, ୩୦୬ ଭୋଟର ଅଛନ୍ତି। ଶାନ୍ତି ଶୃଙ୍ଖଳାର ସହିତ ଚାଲିଚି ମତଦାନ । ତେବେ ନାଚିକା ଲିଙ୍ଗାଙ୍କ କହିଛନ୍ତି ,  ମୁଁ ଆଦିବାସୀ ମାନଙ୍କ ଅଧିକାର ପାଇଁ କାମ କରୁଥିଲି, ଜିତିଲେ ଲୋକଙ୍କ ପାଇଁ କାମ କରିବି ହାରିଲେ ବି ସେମାନଙ୍କ ପାଇଁ କାମ କରିବି।  ବୁଥ୍ ସଂଖ୍ୟା ୧୦୫, ଅତିରିକ୍ତ ଜିଲାପାଳ ଜିଲାଶୈଲେନ୍ଦ୍ର ମାଝୀ ପରିଦର୍ଶନରେ ଆସିଥିବା ବେଳେ କୋରାପୁଟ ଜିଲା ପର୍ଯ୍ୟବେକ୍ଷକ ଲକ୍ଷ୍ମୀକାନ୍ତ ବେହେରା ମଧ୍ୟ  କେତେକ ବୁଥ୍ ପରିଦର୍ଶନ କରିଛନ୍ତି। ତେବେ ଶାନ୍ତି ଶୃଙ୍ଖଳାର ସହିତ ଭୋଟ ଚାଲିଥିବା ବ୍ଲକ ନିର୍ବାଚନ ଅଧିକାରୀ ଯଦୁମଣି ନାୟକ ପ୍ରକାଶ କରିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories