www.samajalive.in
Saturday, December 6, 2025
19.1 C
Bhubaneswar

ଘନଉଛି ଯୁଦ୍ଧ ଆଶଙ୍କା, ୟୁକ୍ରେନରୁ ଫେରିବେ ଭାରତୀୟ ନାଗରିକ

ନୂଆଦିଲ୍ଲୀ: ୟୁକେନ୍ର ଓ ଋଷ ମଧ୍ୟରେ ଚାଲିଥିବା ବିବାଧ ବର୍ତ୍ତମାନ ଆହୁରି ବଢ଼ିବାରେ ଲାଗିଛି । ଏହି ସମୟ ମଧ୍ୟରେ ଭାରତ ସରକାର ଏକ ପଦକ୍ଷେପ ନେଇଛନ୍ତି । ଆଜିଠାରୁ ଭାରତ-ୟୁକ୍ରେନ ମଧ୍ୟରେ ତିନୋଟି ବିମାନ ଚଳାଚଳ କରିବାକୁ ଭାରତ ନିଷ୍ପତ୍ତି ନେଇଛି । ଆଜି ସକାଳେ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ୟୁକ୍ରେନକୁ ପଠାଯାଇଛି । ଭାରତୀୟ ଦୂତାବାସ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ‘ୟୁକ୍ରେନର ପରିସ୍ଥିତିକୁ ନେଇ ଉଚ୍ଚ ସ୍ତରର ଉତ୍ତେଜନା ଏବଂ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ସମସ୍ତ ଭାରତୀୟ ନାଗରିକ ୟୁକ୍ରେନ୍ ଛାଡ଼ିବାକୁ କୁହାଯାଇଛି । ସମସ୍ତ ଭାରତୀୟ ଛାତ୍ରଙ୍କୁ ଅସ୍ଥାୟୀ ଭାବେ ୟୁକ୍ରେନ ଛାଡ଼ିବାକୁ ପରାମର୍ଶ ଦେଇଛି ଭାରତ। ଏ ନେଇ ଛାତ୍ରମାନଙ୍କୁ ସୋସିଆଳ ମିଡ଼ିଆ ଅନୁସରଣ କରିବାକୁ କୁହାଯାଇଛି । ଦୂତାବାସର ଫେସବୁକ୍, ୱେବସାଇଟ୍ ଏବଂ ଟ୍ୱିଟରକୁ ଅନୁସରଣ କରିବାକୁ ଭାରତୀୟ ଛାତ୍ରମାନଙ୍କୁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ ଏହି ସ୍ୱତନ୍ତ୍ର ଅପରେସନ୍ ପାଇଁ ଭାରତ ୨୦୦ରୁ ଅଧିକ ସିଟ୍ ବିଶିଷ୍ଟ ଡ୍ରିମଲିନର୍ ବି -୭୭୭ ବିମାନ ନିୟୋଜିତ କରିଛି । ଏହାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଟ୍ୱିଟ କରି କହିଛି ୨୨, ୨୪ ଏବଂ ୨୬ ଫେବୃଆରୀ ୨୦୨୨ ରେ ଭାରତ-ୟୁକ୍ରେନ (ବୋରିସପିଲ ଅନ୍ତର୍ଜାତୀୟ ବିମାନବନ୍ଦର) ୩ ଟି ବିମାନ ଚଳାଚଳ କରିବ । ଏୟାର ଇଣ୍ଡିଆ ବୁକିଂ କାର‌୍ୟ୍ୟାଳୟ, ୱେବସାଇଟ୍, କଲ୍ ସେଣ୍ଟର ଏବଂ ପ୍ରାଧିକୃତ ଟ୍ରାଭେଲ ଏଜେଣ୍ଟ ବୁକିଂ କରିବ ।

- Advertisement -

ଏହି ଘଟଣାକୁ ନେଇ ବୈଦେଶୀକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ କିଛି ବିବୃତି ମିଳିଛି । ମନ୍ତ୍ରଣାଳୟ ପକ୍ଷରୁ କିଛି ପରାମର୍ଶ ଦିଆଯାଇଛି । କୁହାଯାଇଛି କି ୟୁକ୍ରେନରେ ଦିନକୁ ଦିନ ଉତ୍ତେଜନା ବୃଦ୍ଧି ପାଉଛି । ଏହାକୁ ନଜରରରେ ରଖି ଅତିରିକ୍ତ ବିମାନ ଉଡ଼ାଣ ପାଇଁ ବ୍ୟବସ୍ଥା କରାଯାଇଛି। ଟିକେଟ୍ ବୁକିଂ ପାଇଁ କମ୍ପାନୀଗୁଡିକର ୱେବସାଇଟ୍, କଲ୍ ସେଣ୍ଟର ଏବଂ ପ୍ରାଧିକୃତ ଟ୍ରାଭେଲ ଏଜେଣ୍ଟ ମାଧ୍ୟମରେ ସିହାୟତା ନେଇପାରିବେ । ଅଧିକ ବିମାନ ବିକଳ୍ପ ଉପଲବ୍ଧ ହେଲେ ପରାମର୍ଶଦାତା ପରିବର୍ତ୍ତନ କରାଯାଇପାରିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories