www.samajalive.in
Saturday, December 6, 2025
26.1 C
Bhubaneswar

ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପୋଖରୀ ପୁନରୁଦ୍ଧାର

ଗୋପାଳପୁର : ଗୋପାଳପୁର ଏନ୍ ଏ ସି ପରିସରରେ ଦୁଇଟି ପୋଖରୀ ରହିଥିବା ବେଳେ ସେଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସାଧାରଣ ଲୋକଙ୍କ ବ୍ୟବହାର ଉପଯୋଗୀ ହୋଇ ପାରୁନଥିବା ଅଭିଯୋଗ ହୋଇଛି।ଏହି ଦୁଇଟି ପୋଖରୀ ଓ୍ବାର୍ଡ ନଂ ୬ ଓ ୭ ରେ ରହିଛି। ଓ୍ବାର୍ଡ ନଂ ୬ ରେ ରହିଥିବା ତଥା ଶୈବପୀଠ ଚିଲିକେଶ୍ୱର ମନ୍ଦିର ନିକଟରେ ଥିବା ବଡ ପୋଖରୀଟି ଏବେ ଦିନକୁ ଦିନ ପୋଖରୀ ବଦଳରେ ଡଷ୍ଟ ବିନ୍  ପାଲଟିଥିବା ଦେଖିବାକୁ ମିଳିଛି। ଏ ନେଇ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ପକ୍ଷରୁ ଏନ୍ ଏ ସି କତ୍ତୃପକ୍ଷ ଙ୍କୁ ବହୁବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏନ୍ ଏ ସି କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି । ମନ୍ଦିର ନିକଟରେ ଏହି ପୋଖରୀ ଟି ଥିବା ବେଳେ ୱାର୍ଡ ନଂ ୬ଓ ୭ ସମେତ ମନ୍ଦିରକୁ ଆସୁଥିବା ଭକ୍ତ ମାନେ ଏହି ପୋଖରୀ ଉପରେ ନିର୍ଭର କରିଥାନ୍ତି। ତେଣୁ ୫ ମାସ ତଳେ ଏନ ଏ ସି ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ପୋଖରୀ ର ସୈନ୍ଦର୍ୟ୍ୟକରଣ କରାଯାଇ ପୋଖରୀ ପାଚେରୀ ରେ ରଙ୍ଗିନ ଚିତ୍ର ଅଙ୍କା ଯାଇଥିଲା। କିନ୍ତୁ ଦୀର୍ଘ ୩ ବର୍ଷ ଧରି ସେଠାରେ ଲାଗିଥିବା ଆଲୋକିକରଣ ବ୍ୟବସ୍ଥା ବନ୍ଦ ରହିଥିବା କାମକୁ ଏନ୍ ଏ ସି ପକ୍ଷରୁ ମରାମତି କରାଯାଇ ନଥିଲା। ଯାହା ଫଳରେ ସନ୍ଧ୍ୟା ନଇଁଲେ ସେଠାରେ ନିଶାସକ୍ତ ବ୍ୟକ୍ତିଙ୍କ ଆଡ୍ଡା ଜମିବା ସହ ଅସ।ମାଜିକ କାର୍ୟ୍ୟକଳାପ ବୃଦ୍ଧି ପାଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।
ଏହା ସହ ହରିଜନ ସାହି ଶେଷ ମୁଣ୍ଡରେ ରହିଥିବା ଅନ୍ୟ ପୋଖରୀ ଟିର ଅବସ୍ଥା ମଧ୍ୟ ତଦୃପ ରହିଥିବା ଦେଖିବାକୁ ମିଳିଛି ।  ୨୦୧୯ ମସିହାରେ ଏନ୍ ଏ ସି ପକ୍ଷରୁ ଦୁଇଟି ପୋଖରୀ ରେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପୋଖରୀ ପାଣିକୁ ସଫା ମଧ୍ୟ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ପୋଖରୀ ମଧ୍ୟରେ ଅଳିଆ ଆବର୍ଜନା  ସହ ଖାଲି ମଦ ବୋତଲ ଓ ପ୍ଲାଷ୍ଟିକ ବୋତଲ ଆଦି ପଡ଼ିଥିବା ବେଳେ ପୋଖରୀ ପାଣି ଦୁର୍ଗନ୍ଧ ହେବା ସହ ଅପରିଷ୍କାର ଥିବାରୁ ସ୍ଥାନୀୟ ଲୋକେ ଏବଂ ଭକ୍ତ ମାନେ ଅସନ୍ତୋଷ ପ୍ରକଟ କରିଛନ୍ତି।
ସୂଚନା ଯୋଗ୍ୟ ଯେ ଏନ୍ ଏ ସି ପକ୍ଷରୁ ପ୍ରତି ସପ୍ତାହରେ ଜଳ ସ୍ୱଚ୍ଛତା ଦିବସ ପାଳନ ସହ ଏଠାରେ ରହିଥିବା ବିଭିନ୍ନ ଜଳ ଉତ୍ସର ସଫେଇ କାର୍ୟ୍ୟ କରାଯାଉଛି । କିନ୍ତୁ ଏଠାରେ କେବଳ ବେଳାଭୂମି ସଫେଇ କରାଯାଉଥିବାର ଫୋଟ କୁ ପ୍ରଶାସନ ପକ୍ଷରୁ ସୋସିଆଲ ମିଡିଆ ରେ ଛାଡି ଥିବା ବେଳେ ପୋଖରୀ କଥା ସମ୍ପୂର୍ଣ୍ଣ ଭୁଲି ଯାଇଥିବା ଅଭିଯୋଗ ହୋଇଛି।  ଅନ୍ୟ ପଟେ ଏନ୍ ଏ ସି ପ୍ରଶାସନ ପକ୍ଷରୁ ଅଞ୍ଚଳରେ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟ ସ୍ଥଳରେ ସୂଚନା ଫଳକ ଲଗାଯାଉ ନଥିବାରୁ କେଉଁ କାର୍ୟ୍ୟରେ କେତେ ଖର୍ଚ୍ଚ ହେଉଛି, ତାହା ଜଣାପଡୁ ନଥିବା ମଧ୍ୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେଣୁ ଏନ ଏ ସି କତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ପୋଖରୀକୁ ସଫା ସୁତାର କରିବା ପାଇଁ ସାଧାରଣରେ ଚର୍ଚ୍ଚା ହେଉଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories