www.samajalive.in
Saturday, December 13, 2025
14.1 C
Bhubaneswar

ସିବିଏସ୍‌ଇ ୧୦ମ, ୧୨ଶ ପ୍ରତ୍ୟକ୍ଷ ପରୀକ୍ଷା ବାତିଲ ଦାବି : ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୦ମ ଓ ୧୨ଶ ଶ୍ରେଣୀର ବୋର୍ଡର ପ୍ରତ୍ୟକ୍ଷ (ଅଫ୍‌ଲାଇନ) ପରୀକ୍ଷା ବାତିଲ କରିବା ଦାବିରେ ହୋଇଥିବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି ନିମନ୍ତେ ଗ୍ରହଣ କରିଛନ୍ତି। ସୋମବାର ପ୍ରଧାନ ବିଚାରପତି ଏନଭି ରମଣା, ବିଚାରପତି ଏଏସ୍‌ ବୋପାନ୍ନା ଓ ବିଚାରପତି ହିମା କୋହଲିଙ୍କୁ ନେଇ ଗଠିତ ପୀଠ ଅଫଲାଇନ ପରୀକ୍ଷା ବାତିଲ ସମ୍ପର୍କିତ ଆବେଦନକୁ ଶୀଘ୍ର ଶୁଣାଣି ନିମନ୍ତେ ଗ୍ରହଣ କରିଛନ୍ତି। କରୋନା ମହାମାରୀ ପରିସ୍ଥିତି ପାଇଁ ଚଳିତବର୍ଷ ଏହି ଦୁଇ ଶ୍ରେଣୀର ବୋର୍ଡ ପରୀକ୍ଷାକୁ ଅଫ୍‌ଲାଇନ ପରିବର୍ତ୍ତେ ଅନଲାଇନରେ କରିବାକୁ ଦାବି କରାଯାଇଛି। ସିବିଏସଇ ସହିତ ଅନ୍ୟ ଶିକ୍ଷାବୋର୍ଡ ଗୁଡିକର ଅଫଲାଇନ ପରୀକ୍ଷା ବାତିଲ କରିବାକୁ ଆବେଦନରେ କୁହାଯାଇଛି। ଓକିଲ ପ୍ରଶାନ୍ତ ପଦ୍ମନାଭନ କହିଛନ୍ତି ଯେ କରୋନା ମହାମାରୀ ପାଇଁ ପ୍ରତ୍ୟକ୍ଷ କରାଯିବା ଉଚିତ୍ ନୁହେଁ। ଅନୁଭା ଶ୍ରୀବାସ୍ତବ ନାମକ ସାମାଜିକ କର୍ମୀଙ୍କ ପକ୍ଷରୁ ଦାୟର ଆବେଦନରେ ପ୍ରତ୍ୟକ୍ଷ ପରୀକ୍ଷା ବାତିଲ ନିମନ୍ତେ ସିବିଏସଇ ଓ ଦେଶର ଅନ୍ୟ ଶିକ୍ଷା ବୋର୍ଡଗୁଡିକୁ ଆବଶ୍ୟକ ନିର୍ଦେଶ ଦେବାକୁ ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରାଯାଇଛି। ପ୍ରତ୍ୟକ୍ଷ ପରୀକ୍ଷା ପରିବର୍ତ୍ତେ ଅନ୍ୟ କୌଣସି ବିକଳ୍ପ ମାଧ୍ୟମରେ ୧୦ମ ଓ ୧୨ଶ ପରୀକ୍ଷା ମୂଲ୍ୟାଙ୍କନ କରିବାକୁ ପରାମର୍ଶ ଦିଆଯାଇଛି।

Hot this week

ଶନିବର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା,

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories