www.samajalive.in
Saturday, December 13, 2025
14.1 C
Bhubaneswar

ବ୍ୟାପିଲା ହିଜାବ ବିବାଦ : ବଜରଙ୍ଗ ଦଳ କର୍ମୀଙ୍କୁ ହତ୍ୟା

ବେଙ୍ଗାଲୁରୁ : କର୍ଣ୍ଣାଟକରେ ହିଜାବ ବିବାଦ ଥମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ସୋମବାର ଏହା ଚରମ ସ୍ତରରେ ପହଞ୍ଚିଛି। ଶିବମୋଗାଠାରେ ରବିବାର ରାତିରେ ୨୭ ବର୍ଷୀୟ ବଜରଙ୍ଗ ଦଳ କର୍ମୀ ହର୍ଷ ହିନ୍ଦୁଙ୍କୁ ଦୁର୍ବୃତ୍ତମାନେ ରବିବର୍ମା ଷ୍ଟ୍ରିଟ୍‌ର ଭାରତୀ କଲୋନୀରେ ଛୁରି ଭୁସି ଅତି ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ଦର୍ଜି କାମ କରୁଥିବା ହର୍ଷ ହିଜାବ ନିଷେଧ ସପକ୍ଷରେ ଆନ୍ଦୋଳନର ନେତୃତ୍ବ ନେଉଥିଲେ। ଏହି ଘଟଣାରେ ପ୍ରାୟ ୫ ଯୁବକ ସମ୍ପୃକ୍ତ ଥିବା କୁହାଯାଉଥିଲାବେଳେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ଶିବମୋଗାର କ୍ଲାର୍କପେଟେରୁ କାସିଫ ନାମକ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଦୁଇ ଜଣ ବେଙ୍ଗାଲୁରୁରୁ ଗିରଫ ହୋଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ଗୃହ ମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର କହିଛନ୍ତି ଯେ ବାସ୍ତବରେ ଏହି ହତ୍ୟାକାଣ୍ଡର କାରଣ ଓ ଏଥିରେ କେତେ ଜଣ ସମ୍ପୃକ୍ତ ଅଛନ୍ତି ତାହା ଏବେ କୁହାଯାଇପାରିବ ନାହିଁ। ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇଛି। ହତ୍ୟାର କାରଣ କ୍ରମଶଃ ସ୍ପଷ୍ଟ ହେବ। ଶିବମୋଗାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ୧୨୦୦ରୁ ଅଧିକ ପୁଲିସ ମୁତୟନ ଥିବାବେଳେ ମେଙ୍ଗାଲୁରୁରୁ ଆଉ ୨୦୦ ପୁଲିସଙ୍କୁ ପଠାଯାଇଥିବା ମନ୍ତ୍ରୀ କହିଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ବ ଅତିରିକ୍ତ ପୁଲିସ ମହାନିର୍ଦେଶକ ଏସ୍‌. ଗୁରୁଗାନ୍‌ଙ୍କୁ ପ୍ରଦାନ କରାଯାଇଛି। ସୋମବାର ଅପରାହ୍ଣରେ ମନ୍ତ୍ରୀ କେ.ଏସ୍‌ ଈଶ୍ବରପ୍ପା ଓ ବିଜେପି ସାଂସଦ ରାଘବେନ୍ଦ୍ରଙ୍କ ଉପସ୍ଥିତିରେ ହର୍ଷଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୁସଲମାନ ଗୁଣ୍ଡାମାନେ ହର୍ଷଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଈଶ୍ବରପ୍ପା। ଶେଷକୃତ୍ୟ ସମୟରେ ହିଂସାକାଣ୍ଡ ଯୋଗୁଁ ସାମ୍ବାଦିକ ଓ ମହିଳା ପୁଲିସ ଅଧିକାରୀଙ୍କ ସହ ତିନି ଜଣ ଆହତ ହୋଇଛନ୍ତି। ବହୁ ଗାଡ଼ି ଭଙ୍ଗାରୁଜା ସହ ଢେଲାମାଡ଼ ହୋଇଛି। ଅଧିକ ହିଂସା ଆଶଙ୍କାରେ ସ୍ଥାନୀୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଅପରପକ୍ଷରେ ହର୍ଷଙ୍କ ବି​ରୋ‌ଧରେ ପୂର୍ବରୁ ହତ୍ୟା ଅଭିଯୋଗ ସମେତ ପ୍ରାୟ ୫ ଅପରାଧ ମାମଲା ରହିଛି। ଡିସେମ୍ବରରେ ମୁସଲମାନ ବ୍ୟବସାୟୀଙ୍କୁ ସେ ହତ୍ୟା ଉଦ୍ୟମ କରିଥିବାର ଅଭିଯୋଗ ରହିଛି। ଏଥିମଧ୍ୟରେ ସାମ୍ପ୍ରଦାୟିକ ହିଂସା ମାମଲା ମଧ୍ୟ ରହିଛି। ତାଙ୍କୁ ହତ୍ୟା ଘଟଣାରେ ବିପକ୍ଷ ଗୋଷ୍ଠୀର ଅପରାଧୀଙ୍କ ହାତ ରହିଥାଇପାରେ ବୋଲି ଶିବମୋଗା ପୁଲିସ କହିଛି। ସାମ୍ପ୍ରଦାୟିକ ଦୃଷ୍ଟିରୁ ସମ୍ବେଦନଶୀଳ ଶିବମୋଗା ଜିଲାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପାଙ୍କ ସମେତ ମନ୍ତ୍ରୀ ଈଶ୍ବରପ୍ପା ଓ ଜ୍ଞାନେନ୍ଦ୍ର ଏବଂ ସାଂସଦ ରାଘବେନ୍ଦ୍ର ପ୍ରତିନିଧିତ୍ବ କରୁଛନ୍ତି।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories