ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୦ମ ଓ ୧୨ଶ ଶ୍ରେଣୀର ବୋର୍ଡର ପ୍ରତ୍ୟକ୍ଷ (ଅଫ୍ଲାଇନ) ପରୀକ୍ଷା ବାତିଲ କରିବା ଦାବିରେ ହୋଇଥିବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି ନିମନ୍ତେ ଗ୍ରହଣ କରିଛନ୍ତି। ସୋମବାର ପ୍ରଧାନ ବିଚାରପତି ଏନଭି ରମଣା, ବିଚାରପତି ଏଏସ୍ ବୋପାନ୍ନା ଓ ବିଚାରପତି ହିମା କୋହଲିଙ୍କୁ ନେଇ ଗଠିତ ପୀଠ ଅଫଲାଇନ ପରୀକ୍ଷା ବାତିଲ ସମ୍ପର୍କିତ ଆବେଦନକୁ ଶୀଘ୍ର ଶୁଣାଣି ନିମନ୍ତେ ଗ୍ରହଣ କରିଛନ୍ତି। କରୋନା ମହାମାରୀ ପରିସ୍ଥିତି ପାଇଁ ଚଳିତବର୍ଷ ଏହି ଦୁଇ ଶ୍ରେଣୀର ବୋର୍ଡ ପରୀକ୍ଷାକୁ ଅଫ୍ଲାଇନ ପରିବର୍ତ୍ତେ ଅନଲାଇନରେ କରିବାକୁ ଦାବି କରାଯାଇଛି। ସିବିଏସଇ ସହିତ ଅନ୍ୟ ଶିକ୍ଷାବୋର୍ଡ ଗୁଡିକର ଅଫଲାଇନ ପରୀକ୍ଷା ବାତିଲ କରିବାକୁ ଆବେଦନରେ କୁହାଯାଇଛି। ଓକିଲ ପ୍ରଶାନ୍ତ ପଦ୍ମନାଭନ କହିଛନ୍ତି ଯେ କରୋନା ମହାମାରୀ ପାଇଁ ପ୍ରତ୍ୟକ୍ଷ କରାଯିବା ଉଚିତ୍ ନୁହେଁ। ଅନୁଭା ଶ୍ରୀବାସ୍ତବ ନାମକ ସାମାଜିକ କର୍ମୀଙ୍କ ପକ୍ଷରୁ ଦାୟର ଆବେଦନରେ ପ୍ରତ୍ୟକ୍ଷ ପରୀକ୍ଷା ବାତିଲ ନିମନ୍ତେ ସିବିଏସଇ ଓ ଦେଶର ଅନ୍ୟ ଶିକ୍ଷା ବୋର୍ଡଗୁଡିକୁ ଆବଶ୍ୟକ ନିର୍ଦେଶ ଦେବାକୁ ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରାଯାଇଛି। ପ୍ରତ୍ୟକ୍ଷ ପରୀକ୍ଷା ପରିବର୍ତ୍ତେ ଅନ୍ୟ କୌଣସି ବିକଳ୍ପ ମାଧ୍ୟମରେ ୧୦ମ ଓ ୧୨ଶ ପରୀକ୍ଷା ମୂଲ୍ୟାଙ୍କନ କରିବାକୁ ପରାମର୍ଶ ଦିଆଯାଇଛି।
ସିବିଏସ୍ଇ ୧୦ମ, ୧୨ଶ ପ୍ରତ୍ୟକ୍ଷ ପରୀକ୍ଷା ବାତିଲ ଦାବି : ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ
Popular Categories



