www.samajalive.in
Saturday, December 6, 2025
26.1 C
Bhubaneswar

ନିୟମଗିରି ଡଙ୍ଗରିଆ ଦେଲେ ଭୋଟ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଜି ତୃତୀୟ ପର୍ଯ୍ୟାୟରେ ନିୟମଗିରି ପାହାଡ ପାର୍ଶାଲି ପଞ୍ଚାୟତର ଆଦିମ ଡଙ୍ଗରିଆ ମହିଳା ଓ ପୁରଷମାନେ ନିଜନିଜର ମତଦାନ କରିଛନ୍ତି। ପାର୍ଶାଲି ପଞ୍ଚାୟତରେ ମୋଟ ୧୧ଟି ୱାର୍ଡକୁ ୯ଟି ବୁଥ କରାଯାଇଛି। ବୁଡୁଣିରେ ଦୁଇଟି, ଚାଟିକଣାରେ ଦୁଇଟି, ପାତଲମ୍ବାରେ ଗୋଟିଏ, ପାର୍ଶାଲିରେ ଗୋଟିଏ, ପାଞ୍ଚକୋଡିରେ ଗୋଟିଏ ବୁଥ ରହିଛି । ମତଦାନରେ ଲାଖପଦର ଗ୍ରାମର ନିୟମଗିରି ଆବାହାକ ଲଦ ସିକକା ଆସି ନିଜର ମତଦାନ କରିଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ କେଉଁ କାରଣରୁ ଡଙ୍ଗାମାଟିରେ ବୁଥ ନକରି ବୁଡୁଣୀରେ କରାଯାଇଛି। ଡଙ୍ଗାମାଟିରେ ମତଦାନ କରାଯାଇଥିଲେ ଅଧିକ ଲୋକ ଭୋଟ ଦେଇଥାନ୍ତେ। ବୁଡୁଣିରେ ହେଉଥିବାରୁ କିଛି ଲୋକ ଭୟରେ ଭୋଟ ଦେବାକୁ ଆସିନାହାନ୍ତି । ଆମେ ପ୍ରାୟ୧୫ ବର୍ଷ ହେବ ପଞ୍ଚାୟତ ଭୋଟ ଦେଉ ନ ଥିଲୁ। କେବଳ ୩୨ଖଣ୍ଡ ଗାଁ ଲୋକଙ୍କ ମତ ନେଇ ସରପଞ୍ଚ, ସମିତି, ୱାର୍ଡସଭ୍ୟଙ୍କୁ ଚୟନ କରି ନିର୍ଦ୍ୱନ୍ଦରେ ନିର୍ବାଚନରେ ଜିତାଉଥିଲୁ।

ଚଳିତ ନିର୍ବାଚନରେ ମନ ପସନ୍ଦର ପ୍ରାର୍ଥୀ ଚୟନ କରି ଭୋଟ ଦେଇଛୁ। ସବୁ ମତଦାନ କେନ୍ଦ୍ରରେ ସୁରକ୍ଷା ବାହିନୀ ନିୟୋଜିତ ରହିଥିବାବେଳେ ନିୟମଗିରି ପାହାଡରେ ଡିବିଏଫ, ସିଆରପିଏଫ ଯବାନମାନେ ମାଓବାଦୀଙ୍କ ଗତିବିଧିକୁ ଲକ୍ଷକରି କଡା ସୁରକ୍ଷା ବ୍ୟବସ୍ଥା ସହ ମତଦାନ ହୋଇଛି। ଅନ୍ୟପଟେ ପାର୍ଶାଲି ଯିବା ରାସ୍ତା କଡର ଏକ ପଥର ଗଦାରେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଏକ ଟିଫିନ ବୋମା ଖଞ୍ଜିଥିଲେ ଯାହା ଯବାନମାନେ ଜାଣିପାରି ଉକ୍ତ ବୋମାକୁ ନିଷ୍କ୍ରିୟ କରିଥିଲେ। ଉକ୍ତ ଅଞ୍ଚଳରେ କିଛି ଭୋଟରଙ୍କ ଭୋଟର ତାଲିକାରେ ନାମ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories