www.samajalive.in
Saturday, December 13, 2025
21.1 C
Bhubaneswar

୩ନଂ ଜୋନରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଉମାଙ୍କ ପ୍ରଚାର

ଆଠଗଡ଼: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟରେ ଆସନ୍ତା ୨୨ତାରିଖରେ ଆଠଗଡ଼ ବ୍ଲକରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ନିର୍ବାଚନ ପ୍ରଚାର ଆସନ୍ତା ରବିବାର ସନ୍ଧ୍ୟା ୭ଟାରେ ଶେଷ ହେବ। ତେବେ ଶେଷ ପର୍ଯ୍ୟାୟରେ ସବୁ ରାଜନୈତିକ ଦଳ ସମସ୍ତ କଳ, ବଳ, କୌଶଳ ପ୍ରୟୋଗ କରି ଭୋଟରଙ୍କୁ ନିଜ ପକ୍ଷକୁ ଆକର୍ଷିତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏହି କ୍ରମରେ କଂଗ୍ରେସ ଦଳ ମଧ୍ୟ ନିଜର ପ୍ରାର୍ଥୀମାନଙ୍କ ପାଇଁ ଜୋରଦାର ପ୍ରଚାର ଚଳାଇଛି। ଶନିବାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଅନ୍ୟ ଛାମୁଁଆ ନେତାଙ୍କ ସହ ୩ନଂ ଜୋନର କଂଗ୍ରେସ ପ୍ରାର୍ଥୀ ସୁନିଲ ସୁତାରଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଏକ ଖୋଲା ଜିପରେ ଶ୍ରୀ ରଥ ପ୍ରାର୍ଥୀ ସୁନିଲ ସୁତାର ଓ ବ୍ଲକ କଂଗ୍ରେସ ସଭାପତି ସୁଦର୍ଶନ ସାହୁଙ୍କ ସମେତ ଏକ ବାଇକ ଶୋଭାଯାତ୍ରାରେ ଶତାଧିକ କଂଗ୍ରେସ କର୍ମୀଙ୍କ ଗହଣରେ ଏହି ଜୋନର ୧୨ଟି ପଞ୍ଚାୟତ ଯଥା ରାଧାଗୋବିନ୍ଦପୁର, ଧାଇପୁର, ବେଣ୍ଟପଦା, ରାଜନଗର, କନ୍ଦରପୁର, ମେଘା, କଟକିଆସାହି, ଧୁରୁଷିଆ, ଅନନ୍ତପୁର, ମଞ୍ଚେଶ୍ୱର, ଘଣ୍ଟିଖାଲ ଏବଂ ମହାକାଳବସ୍ତ ପଞ୍ଚାୟତର ସମସ୍ତ ଗ୍ରାମ ପରିକ୍ରମା କରି ପଥପ୍ରାନ୍ତ ସଭା ମାଧ୍ୟମରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡି ସରକାରକୁ ଶ୍ରୀ ରଥ ତୀବ୍ର ସମାଲୋଚନା କରିବା ସହ କଂଗ୍ରେସ ଏକମାତ୍ର ଦଳ ଯିଏକି ଦେଶର ପ୍ରକୃତ ବିକାଶ କରିଛି ଏବଂ କରିପାରିବ ବୋଲି ସେ କହିଥିଲେ।

କଂଗ୍ରେସ ଦଳର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ଲୋକଙ୍କୁ ବୁଝାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସମର୍ଥନ ଭିକ୍ଷା କରିଥିଲେ। ଏହି ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ତଥା ବାଇକ ଶୋଭାଯାତ୍ରାରେ ଆଠଗଡ଼ ନଗର କଂଗ୍ରେସ ସଭାପତି ସୋମନାଥ ଭକ୍ତା, କାଳନ୍ଦୀଚନ୍ଦ୍ର ରାଉତ, ପ୍ରଫୁଲ୍ଲ ସାହୁ, ପୁରୁଷୋତ୍ତମ ବେହେରା, ଅଶୋକ ପ୍ରଧାନ, ପ୍ରଫୁଲ୍ଲ ସାହୁ, ମିନିଷ୍ଟର ପ୍ରଧାନ, ମଣ୍ଟୁ ବର୍ମା, ଗୋକୁଳାନନ୍ଦ ଦାଶ, ପ୍ରକାଶ ଚନ୍ଦ୍ର ପୁହାଣ, ମାନସ ପ୍ରଧାନ, ଯୁବକଂଗ୍ରେସ ନେତା ମନୋରଞ୍ଜନ ପଟ୍ଟନାୟକ, ବିକ୍ରମ ରାୟସାମନ୍ତ, ପ୍ରଶାନ୍ତ ବେହେରା, ପ୍ରମାନନ୍ଦ ରାଉତ, ଚଗଲି ସାହୁ, ହେମନ୍ତ ସ୍ୱାଇଁଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories