www.samajalive.in
Wednesday, December 10, 2025
23.1 C
Bhubaneswar

ଗ୍ରାହକ ହୋଇ ସୁନା ଦୋକାନରୁ ଚୋରୀ, ଥାନାରେ ଅଭିଯୋଗ

ବୌଦ୍ଧ: ବୌଦ୍ଧ ସହର ପୋଡାପଡାରେ ଥିବା ଏକ ସୁନା ଦୋକାନୀଙ୍କୁ ଚକମା ଦେଖାଇ ସୁନା ଗହଣା ଚୋରୀ ହୋଇଯାଇଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ସହରର ପୋଡାପୋଡା ସାହିରେ ମହମ୍ମଦ ନଜିମ ମୋଲ୍ଲାଙ୍କ ସୁନା ଦୋକାନକୁ ଜଣେ ପୁରୁଷ ଓ ଜଣେ ମହିଳା ସୁନା କିଣିବା ପାଇଁ ସନ୍ଧ୍ୟାରେ ଯାଇଥିଲେ। ସେମାନେ ଦୋକାନରୁ ଗଲାପରେ ଗୋଟିଏ ୭.୫ ଗ୍ରାମର ସୁନା ଚେନ ଏବଂ ୪.୫ ଗ୍ରାମ ଓଜନର ଗୋଟିଏ ସୁନା ଲକେଟ ଚୋରୀ ହୋଇଯାଇଥିବା ଦୋକାନୀ ଜାଣିବାକୁ ପାଇଥିଲେ। ଦୋକାନର ସିସିଟିଭି ଫୁଟେଜ ଦେଖିବାପରେ ଗ୍ରାହକ ଭାବରେ ଦୋକାନକୁ ଆସିଥିବା ଜଣେ ମହିଳା ଉକ୍ତ ସୁନାଗହଣା ଚୋରୀ କରିନେଇଥିବା ଜଣାପଡିଛି ବୋଲି ସେ ବୌଦ୍ଧଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ପକ୍ଷରୁ ଥାନା କେସ ନମ୍ବର ୬୩/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

 

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories