www.samajalive.in
Sunday, December 14, 2025
15.1 C
Bhubaneswar

ତତ୍କାଳୀନ ଅତିରିକ୍ତ ତହସିଲଦାରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ରାମନାଗୁଡା: ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଅନ୍ତର୍ଗତ ରାମନାଗୁଡା ତହସିଲ କାର୍ୟ୍ୟାଳୟ ରେ ଗତ ୨୦୧୬ ମସିହାରେ ଫର୍ଡିଲାଣ୍ଡ ଏକ୍କା ଏଠାରେ ଅତିରିକ୍ତ ତହସିଲଦାର ଭାବେ ନିଯୁକ୍ତି ପାଇଥିଲେ । ତାଙ୍କର ଦାଇତ୍ୱ ଗ୍ରହଣ ଦିନ ଠାରୁ ଆଜି ପର୍ୟ୍ୟନ୍ତ ଗୁଣୁପୁର ଉପଖଣ୍ଡ ଅନ୍ତର୍ଗତ ଅଧିନ ରେ ଥିବା ତହସିଲ କାର୍ୟ୍ୟାଳୟ ମାନଙ୍କରେ ପ୍ରଥମେ ରାମନାଗୁଡା, ଅତିରିକ୍ତ ତହସିଲଦାର ଭାବେ ଦାୟିତ୍ୱ ରେ ବହୁତ ଦିନ ଧରି କାର୍ୟ୍ୟ ସମ୍ପାଦନା କରିଥିଲେ । ପରବର୍ତ୍ତୀ ସମୟରେ ଚନ୍ଦ୍ରପୁର ତହସିଲ କାର୍ୟ୍ୟାଳୟ ରେ ତହସିଲଦାର ଭାବେ ଦାୟିତ୍ୱ ଗ୍ରହଣ କରି ବିଭିନ୍ନ ତହସିଲ ସମ୍ବନ୍ଧୀୟ ଅଧୁରା କାର୍ୟ୍ୟ କୁ ସମ୍ପୂର୍ଣ୍ଣ କରି ସାରିବା ପରେ ପୁଣି ଥରେ ରାମନାଗୁଡା ତହସିଲ କାର୍ୟ୍ୟାଳୟ ରେ ଅତିରିକ୍ତ ତହସିଲଦାର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
ସେହିପରି କିଛି ଦିନ ବ୍ୟବଧାନ ପରେ ଗୁଣୁପୁର ତହସିଲ କାର୍ୟ୍ୟାଳୟ ରେ କିଛି ଦିନ ଧରି ସେଠାରେ ତହସିଲଦାର ଭାବରେ ସୁଚାରୁ ରୂପେ ନିଜର ଦାୟିତ୍ୱ ତୁଲାଇଥିଲେ । ପୁଣି ଥରେ ପୁରୁଣା କାର୍ୟ୍ୟଳୟ ରାମନାଗୁଡାକୁ ଫେରି ଆସି କିଛି ଦିନ କାର୍ୟ୍ୟ କରିବା ପରେ ଗୁଡାରି ତହସିଲଦାର ଭାବେ କାର୍ୟ୍ୟ ସମ୍ପାଦନ କରି ଜିଲ୍ଲା ପ୍ରଶାସନିକ ସ୍ତରରେ ଓ ସ୍ଥାନୀୟ ବାସିନ୍ଦା ସମସ୍ତଙ୍କର ପ୍ରିୟ ଭାଜନ ହୋଇ ପାରିଛନ୍ତି । ଆଜି ତାଙ୍କୁ ବରଗଡ଼ ଜିଲ୍ଲା ପଦ୍ମପୁର ଉପ କୋଷାଗାରକୁ ପଦୋନ୍ନତି ପାଇ ବଦଳି କରାଯାଇଛି । ଏହି ପରି ଜଣେ ସଚ୍ଚୋଟ ପରପୋକାରି ଅଧିକାରୀଙ୍କ ଅନ୍ୟତ୍ର ସ୍ଥାନାନ୍ତର ହୋଇଯାଇଥିବାରୁ କାର୍ୟ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ ରାମନାଗୁଡା ତହସିଲ ଅନ୍ତର୍ଗତ ଜନସାଧାରଣ ଙ୍କ ପାଇଁ ଅତିରିକ୍ତ ତହସିଲଦାର ଫର୍ଡିଲାଣ୍ଡ ଏକ୍କା ମନେ ରହିବେ ।
ସେହିପରି ଫୁଲବାଣୀ ଜିଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ରୁ ପଦୋନ୍ନତି ପାଇ ରାମନାଗୁଡା ଅତିରିକ୍ତ ତହସିଲଦାର ଭାବେ ଅଜିତ କୁମାର ପଟ୍ଟନାୟକ ଙ୍କୁ ଆଜି କାର୍ୟ୍ୟଳୟ ପକ୍ଷରୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଆଗାମୀ ଦିନରେ ରାମନାଗୁଡା ତହସିଲ କାର୍ୟ୍ୟାଳୟର ତହସିଲ ସମ୍ବନ୍ଧୀୟ ସମସ୍ତ ପ୍ରକାର କାର୍ୟ୍ୟ ସୁଚାରୁ ରୂପେ ପରିଚାଳନା କରିବେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories