ପରିବାର ମୂଲ୍ୟ ଲକ୍ଷାଧିକ ଟଙ୍କା

ସଭିଏଁ ପ୍ରତ୍ୟେକ ଦିନ ପନିପରିବା ଖାଇବା ସହ କିଣିଥାଆନ୍ତି। ସାଧାରଣତଃ ପନିପରିବାର ଦାମ୍‍ କମ୍‍ ଥାଏ। ମାତ୍ର ଆଜି କିଛି ବିଶେଷ ପନିପରିବା ବିଷୟରେ ଜାଣନ୍ତୁ। ଦୁନିଆରେ ଏଭଳି କେତେକ ଆଶ୍ଚର୍ଯ୍ୟଜନକ ଜିନିଷ ରହିଛି। ସେଭଳି ଏପରି କିଛି ପନିପରିବା ରହିଛି ଯାହାର ଦାମ୍‍ ଶହ,ହଜାର ନୁହେଁ ବରଂ ଲକ୍ଷାଧିକ ଟଙ୍କା। ସେହି ଦାମରେ ଆପଣ ସୁନା ,ହୀରା ନଚେତ ଅନ୍ୟ ଦାମୀ ଜିନିଷ ମଧ୍ୟ କିଣି ପାରିବେ। ଏହି ସ୍ୱତନ୍ତ୍ର ପରିବା ଦେଖିବାକୁ ଆଳୁ ଓ ଛତୁ ପରି। ଯେକୌଣସି ଋତୁରେ ମଧ୍ୟ ଏହି ପନିପରିବାର ମୂଲ୍ୟ ଖୁବ ଅଧିକ।  ଏହାର ଦାମ୍‍ ଆକାଶ ଛୁଆଁ।
ଲା ବୋନୋଟେ ଆଳୁ (La Bonnotte potato) – ଏହି ଆଳୁ ଖୁବ ଦୁର୍ଲ୍ଲଭ। ଏହି ଆଳୁ କେବଳ ଫ୍ରାନ୍ସର ଏକ ନିଶ୍ଚିତ ତଟରେ ଚାଷ କରାଯାଏ। ପ୍ରତ୍ୟେକ ବର୍ଷ କେବଳ ୧୦ ଦିନ ପର୍ଯ୍ୟନ୍ତ ହିଁ ମିଳିଥାଏ। ଖାଇବାକୁ ଏହି ଆଳୁ ଲୁଣର ସ୍ୱାଦ ଭଳି (ନମକିନ୍‍) । ଏହାର ଏକ କିଲୋଗ୍ରାମ ଆଳୁର ମୂଲ୍ୟ ଏକ ଲକ୍ଷ ଟଙ୍କା।
ମସ୍ତୁଟେକ ମସରୁମ୍‍ (Matsutake mushroom)– ଏହା ଏକ ଜାପାନୀ ମସରୁମ। ଯାହାର ସ୍ୱାଦ ଡାଲଚିନି ଭଳି। ଏହାର ମୂଲ୍ୟ ପ୍ରାୟ ୭୩,୭୫୦ଟଙ୍କା।
ହାଁପ ଶୁଟ୍‍  (Hop shoots)– ଏହା ଏକ ପ୍ରକାର ଫୁଲ ଭଳି। ଏହାର ବ୍ୟବହାର କେତେକ ପାନୀୟ ସହ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଏ। ଏହାର ମୂଲ୍ୟ ପ୍ରାୟ ୭୨,୦୦୦ ଟଙ୍କା।
ୟାମାଶିତା ପାଳଙ୍ଗ (Yamashita Spinach)– ଏଥିରେ ପ୍ରଚୁର ପରିମାଣରେ ଫାଇବର ରହିଛି। ଏହା ମଧ୍ୟ ଫ୍ରାନ୍ସରେ ଚାଷ କରାଯାଏ। ଏହାର ମୂଲ୍ୟ ପ୍ରାୟ ୨୦୦୦ ଟଙ୍କା।

 

kalyan agarbati

Comments are closed.