www.samajalive.in
Friday, December 12, 2025
23.1 C
Bhubaneswar

ପ୍ରାପ୍ୟକୁ ନେଇ ଦ୍ୱନ୍ଦ, ହାତୀସାଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ଆଠଗଡ଼: ଆଠଗଡ଼ ବନଖଣ୍ଡ ଅଧିନ ଆଠଗଡ଼ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ହାତୀମାନଙ୍କ ସୁରକ୍ଷା ଏବଂ ହାତୀଙ୍କ କବଳରୁ ଧନଜୀବନ ସୁରକ୍ଷା ଲାଗି ବନାଞ୍ଚଳ ପକ୍ଷରୁ ନିଯୁକ୍ତ ଅସ୍ଥାୟୀ ହାତୀସାଥୀଙ୍କ ପ୍ରାପ୍ୟକୁ ନେଇ ଏକ ଦ୍ୱନ୍ଦାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ଯାହାଫଳରେ କି ଶୁକ୍ରବାର ଶତାଧିକ ଅସ୍ଥାୟୀ ନିଯୁକ୍ତି ପାଇଥିବା ହାତୀସାଥୀ ଆଠଗଡ଼ ବନଖଣ୍ଡ କାର୍ଯ୍ୟାଳୟକୁ ଆସି ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ହୋ ହଲ୍ଲା କରିଥିଲେ।

ସୂଚନାଥାଉକି ଆଠଗଡ଼ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ଚାଷୀ ହତାଶ ହେବା ସହ ଧନଜୀବନ ହାନୀ ଘଟୁଥିଲା। ଏଥି ସହିତ ହାତୀମାନଙ୍କ ଜୀବନମଧ୍ୟ ବିପନ୍ନ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କର ବନବିଭାଗ ପକ୍ଷରୁ ଏହାର ପ୍ରତିକାର ପାଇଁ ହାତୀସାଥୀ ଅସ୍ଥାୟୀ ଭାବେ ନିଯୁକ୍ତ କରିବା ପାଇଁ ଏକ ଯୋଜନା ପ୍ରଣୟନ କରାଯାଇଛି। ଗତ ଅକ୍ଟୋବର ୧୫ତାରିଖରୁ ୨୦୨୨ମାର୍ଚ୍ଚ ୧୫ତାରିଖ ପର୍ଯ୍ୟନ୍ତ ହାତୀଙ୍କର ଚଳପ୍ରଚଳ ସମୟରେ ସେମାନଙ୍କ ଗତିବିଧି ଲକ୍ଷ୍ୟ କରିବା ଏବଂ ଉଭୟ ହାତୀ ଓ ମଣିଷଙ୍କ ସୁରକ୍ଷା ପାଇଁ ହାତୀସାଥୀ ନିଯୁକ୍ତ ହୋଇଥିଲେ। ସେମାନଙ୍କ ଅସ୍ଥାୟୀ ନିଯୁକ୍ତି ବାବଦରେ ଦିଆଯାଇଥିବା ବିବରଣୀ ଅନୁଯାୟୀ ହାତୀସାଥୀଙ୍କୁ ମାସିକ ୫ହଜାର ପ୍ରାପ୍ୟ ଦିଆଯିିବ ବୋଲି ଉଲ୍ଲେଖ ରହିଛି। ଏଥି ସହିତ ସେମାନଙ୍କୁ ସ୍ୱତନ୍ତ୍ର ପୋଷାକ, ଉଚ୍ଚଶକ୍ତି ସଂପନ୍ନ ଟର୍ଚ୍ଚ ଓ ବ୍ୟାଗ ଆଦି ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ତେବେ ସେମାନଙ୍କୁ କେବଳ ଟର୍ଚ୍ଚ ଓ ବ୍ୟାଗ ଯୋଗାଇ ଦିଆଯାଇଥିବାବେଳେ ସେମାନଙ୍କର ନିଯୁକ୍ତି ଅବଧି ସରିବା ବେଳକୁ ସ୍ୱତନ୍ତ୍ର ପୋଷାକ ଦିଆଯିବାରୁ ସେମାନେ ଏହାକୁ ଗ୍ରହଣ କରିନଥିଲେ।

- Advertisement -

ବନଖଣ୍ଡ କାର୍ଯ୍ୟାଳୟକୁ ଆସି ୫ମାସ ପାଇଁ ଅସ୍ଥାୟୀ ନିଯୁକ୍ତି ପାଇଥିବା ହାତୀସାଥୀମାନେ ସେମାନଙ୍କ ପ୍ରାପ୍ୟ ମାଗିବାରୁ ସେମାନଙ୍କୁ ୫ମାସରେ ହାତୀସାଥୀ ଦଳ ପିଛା ୫ହଜାର ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା। ମାସିକ ଜଣଙ୍କୁ ୫ହଜାର ଟଙ୍କା ଦିଆଯିବ ବୋଲି ବିବରଣୀରେ ଲେଖା ହୋଇଥିବାବେଳେ ଏବେ ବନବିଭାଗ ପ୍ରତିଗ୍ରାମରେ ୫-୧୦ଜଣ ଲେଖାଏଁ ହାତୀସାଥୀଙ୍କୁ ନେଇ ଗଠିତ ଦଳକୁ ମାସିକ ୫ହଜାର ଟଙ୍କା ଦିଆଯିବ ବୋଲି କୁହାଯିବାରେ ସେମାନେ ତୀବ୍ର ପ୍ରତିକ୍ରିୟା ଓ ସନ୍ତୋଷ ବ୍ୟକ୍ତ କରି ବନଖଣ୍ଡ କାର୍ଯ୍ୟାଳୟରେ ହୋ ହଲ୍ଲା କରିଥିଲେ। ଧାଇପୁର, ବେଣ୍ଟପଦା, ରାଜନଗର, କନ୍ଦରପୁର, ମେଘା, କଟକିଆସାହି, ଧୁରୁଷିଆ, ମହାକାଳବସ୍ତ ଓ ଘଣ୍ଟିଖାଲ ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏହିପରି ଏକାଧିକ ହାତୀସାଥୀ ଦଳ ଗଠନ କରାଯାଇ ଗତ ଅକ୍ଟୋବର ୧୫ରୁ ମାର୍ଚ୍ଚ ୧୫ ଯାଏଁ ସେମାନଙ୍କୁ ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିଲା। ତେବେ ସେମାନଙ୍କର ଏହି ପ୍ରାପ୍ୟକୁ ନେଇ ଥିବା ଅଭିଯୋଗ ସଂପର୍କରେ ଆଠଗଡ଼ ବନଖଣ୍ଡର ସହକାରୀ ବନସଂରକ୍ଷକ ହରେକୃଷ୍ଣ ମଲ୍ଲିକଙ୍କ ମତାମତ ପଚାରିବାରେ ଏହା ଏକ ଭୁଲ ବୁଝାମଣା ଯୋଗୁଁ ସମସ୍ୟା ହୋଇଛି ଏବଂ ଏ ସଂପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପରାମର୍ଶକ୍ରମେ ଯାହାକିଛି ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ। ଅସନ୍ତୁଷ୍ଟ ହାତୀସାଥୀମାନେ ସେମାନଙ୍କର ନାର୍ଯ୍ୟ ପ୍ରାପ୍ତ ମାସିକ ଜଣଙ୍କ ପିଛା ୫ହଜାର ଟଙ୍କା ନମିଳିଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories