www.samajalive.in
Friday, December 12, 2025
23.1 C
Bhubaneswar

ଯୋଗୀ ବେଶରେ ସରପଞ୍ଚ ପ୍ରାର୍ଥୀଙ୍କ ଅଭିନବ ପ୍ରଚାର

ଆଠଗଡ଼: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ସେହିପରି ଏକ ରୋଚକ ଖବର ହେଲା ଆଠଗଡ଼ ବ୍ଲକର ବେଣ୍ଟପଦା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦିତା କରୁଥିବା ଶ୍ରୀକାନ୍ତ ପଣ୍ଡା ଯୋଗୀ ବେଶରେ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରି ଭୋଟ ଭିକ୍ଷା କରିବା ଚର୍ଚ୍ଚାର ବିଷୟ ହୋଇଛି। ବେଣ୍ଟପଦା ଗ୍ରାମର ବୀରକିଶୋର ପଣ୍ଡାଙ୍କ ପୁଅ ଶ୍ରୀକାନ୍ତ ପିଲାବେଳେ ମାଆଙ୍କୁ ହରାଇଥିଲେ। ଭାଇ ମଧ୍ୟ ୧୨ବର୍ଷ ବୟସରେ ପ୍ରାଣ ହରାଇଲେ। ଏବଂ ବାପା ପକ୍ଷାଘାତ ରୋଗରେ ଶଯ୍ୟାଶାୟୀ ଅଛନ୍ତି। ନିଜେ ଶ୍ରୀକାନ୍ତଙ୍କର ମସ୍ତିଷ୍କ ଘାତରେ ଆକ୍ରାନ୍ତ ହୋଇ ଚିକିତ୍ସା ବେଳେ ଗ୍ରାମବାସୀ ଅର୍ଥ ସଂଗ୍ରହ କରି ସହଯୋଗ କରିବା ଦ୍ୱାରା ସେ ସୁସ୍ଥ ହୋଇଥିଲେ।

ସେବେଠାରୁ ବେଣ୍ଟପଦା ପଞ୍ଚାୟତବାସୀଙ୍କ ପାଇଁ କିଛି କରିବାର ସ୍ୱପ୍ନ ରଖିଥିବା ଶ୍ରୀକାନ୍ତ ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ହୋଇ ଲୋକଙ୍କ ସମର୍ଥନ ଭିକ୍ଷା କରିଛନ୍ତି। ସରପଞ୍ଚ ଭାବେ ବିଜୟୀ ହେଲେ ବେଣ୍ଟପଦାକୁ ଏକ ଆଦର୍ଶ ପଞ୍ଚାୟତରେ ପରିଣତ କରିବା ସହ ସାରାଜୀବନ ଲୋକଙ୍କ ସୁଖଦୁଃଖର ସାଥୀ ହୋଇ ରହିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ଶ୍ରୀକାନ୍ତ କହିଛନ୍ତି। ଶୁକ୍ରବାର ସକାଳୁ ଯୋଗୀ ବେଶରେ ଘରକୁ ଘର ବୁଲି ନିଜ ପାଇଁ ସମର୍ଥନ ଭିକ୍ଷା କରିବା ସହ ଦାନ ଦକ୍ଷିଣା ଗ୍ରହଣ କରିଥିଲେ। ମିଳୁଥିବା ଦାନ ଅର୍ଥକୁ ସେ ନିର୍ବାଚନ ଖର୍ଚ୍ଚରେ ବିନିଯୋଗ କରିବେ ବୋଲି କହିଛନ୍ତି। ଗ୍ରାମର ପ୍ରତ୍ୟେକ ଘରକୁ ଯିବା ସମୟରେ ମହିଳାମାନେ ତାଙ୍କୁ ବନ୍ଦାପନା କରି ଆଶୀର୍ବାଦ କରୁଥିବା ଏବଂ ଯଥାସାଦ୍ଧ ଦାନ ଦେଉଥିବା ଦେଖିବାକୁ ମିଳିଥିଲା।

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories