www.samajalive.in
Friday, December 12, 2025
14.1 C
Bhubaneswar

ନୋଟ ନିଅ ଭୋଟ ଦିଅ, ବିକାଶ କଥା ଭୁଲିଯାଅ

ବୌଦ୍ଧ: ବୌଦ୍ଧ ଜିଲାରେ ଦ୍ୱିତିୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳାର ସମାପନ ହୋଇଥିବା ବେଳେ ଏବେ ସମସ୍ତଙ୍କ ନଜର ତୃତୀୟ ପର୍ଯ୍ୟାୟ ଉପରେ। ତେଣୁ ସବୁ ରାଜନୈତିକ ଦଳର ନେତାଙ୍କ ଗାଁ ଗାଁରେ ଡେରା ପଡ଼ିଛି। ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଖୁଲମଖୁଲା ଚାଲିଛି ମୁଲଚାଲ। ଗ୍ରାମ ଗୁଡିକରେ ବସିଛି ଭୋଟର ବଜାର। କେଉଁଠି ସାବୁନ, ତେଲ, ଶାଢୀ, ମାଛ ଆଦି ବଣ୍ଟନ କରାଯାଉଛି ତ ଆଉ କେଉଁଠି ଟିଭି, ମାଇକସେଟ, ହଣ୍ଡା, ବାଲଟି ଆଦି ସାମଗ୍ରୀ।

ଭୋଟରମାନଙ୍କୁ ଗ୍ରାମ ପାଇଁ କଣ କରିପାରିବେ ତାହା ପ୍ରାର୍ଥୀମାନେ ପ୍ରତିଶୃତି ଦେଉନାହାନ୍ତି। ସରକାରୀ କଳ ମଧ୍ୟ ନିର୍ବାଚନରେ କଳା ଟଙ୍କା ରୋକିବାରେ ସଂପୁର୍ଣ୍ଣ ବିଫଳ ହୋଇଛି। ପ୍ରାର୍ଥୀମାନେ ଖୋଲା ଖୋଲି ନିର୍ବାଚନ ଆଚରଣ ବିଧି ଉଲଂଘନ କରୁଥିଲେ ମଧ୍ୟ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଗ୍ରାମ ଗୁଡିକରେ ଦେଶୀ ମଦର ବନ୍ୟା କହିଲେ ଅତ୍ୟୁକ୍ତି ହେବନାହିଁ। ଗ୍ରାମାଞ୍ଚଳରେ ଏବେ ଦିନ ରାତି ସମାନ। ନା ପୁଲିସର ଭୟ ଅଛି ନା ଅବକାରୀ ବିଭାଗ। ଗ୍ରାମର ମନ୍ଦିର ଖୋଲିବାର କୌଣସି ନିଶ୍ଚିତତା ନାହିଁ କିନ୍ତୁ ସବୁ ଦେଶୀ ବିଦେଶୀ କୁଚିଆ ମଦ ଦୋକାନ ୨୪ ଘଣ୍ଟିଆ ନିର୍ବାଚନୀ ସେବା ଯୋଗାଇବାରେ ବ୍ୟସ୍ତ। ସ୍ୱଳ୍ପ ସମୟର ଜିହ୍ୱା ଲାଳସାରେ ୫ ବର୍ଷ ଶୋଷରେ ରହିବାକୁ ପଡ଼ିବ ଏକଥା ବୁଝିବାକୁ କାହାର ବେଳ ନାହିଁ। ଭୋଟରଙ୍କ ଦ୍ୱାରା ପ୍ରାର୍ଥୀଙ୍କ ଯୋଗ୍ୟତା ଦେଖାଯାଉନାହିଁ। ଏହାକୁ ଆଳ କରି କିଛି ଅସାମାଜିକ ଲୋକ ରାଜନିତିକୁ ପାରିବାରିକ ବ୍ୟବସାୟ ଭାବରେ ମଧ୍ୟ ପରିଣତ କରିସାରିଲେଣି। ସରକାରୀ ଯୋଜନାରେ କିଏ କେତେ ଲାଭ ପାଇଛି କିମ୍ବା ପାଇନାହିଁ ତାହାର ହିସାବ କେହି ପଚାରୁନାହାନ୍ତି।

- Advertisement -

ସିଧାସଳଖ ନୋଟ ନିଅ ଓ ଭୋଟ ଦିଅ ବିକାଶ କଥା ଭୁଲିଯାଅ ନିତିରେ ଚାଲୁଥିବା ଏହି ପଞ୍ଚାୟତ ନିର୍ବାଚନ ଅଞ୍ଚଳର ବୁଦ୍ଧଜିବୀମାନଙ୍କୁ ବ୍ୟଥିତ କରିଛି। ଭୋଟରମାନଙ୍କୁ କ୍ରୟ ସାମଗ୍ରୀ ଭଳି ମୁଣ୍ଡପିଛା ମୂଲ୍ୟରେ କ୍ରୟ କରାଯାଉଅଛି ଯାହାକି ନିର୍ବାଚନର ସ୍ୱଛତା ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ଏ ଦିଗରେ ସାମ୍ବଧାନିକ ସଂସ୍ଥା ନିଜର କ୍ଷମତା ପ୍ରୟୋଗ କରିବାର ବେଳ ଆସିଛି। ଏହି ନିର୍ବାଚନୀ ବ୍ୟବସ୍ଥାରେ ସୁଧାର ନଆଣିଲେ ଗଣତନ୍ତ୍ରର ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରୁଅଛି ବୋଲି ଚିନ୍ତା ପ୍ରକାଶ ପାଉଅଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories