www.samajalive.in
Saturday, December 13, 2025
27.1 C
Bhubaneswar

୩୮ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ

ଅହମ୍ମଦାବାଦ: ୨୦୦୮ ମସିହା ଅହମ୍ମଦାବାଦ ସିରିଜ ବିସ୍ଫୋରଣ ଘଟଣା । ୩୮ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ମିଳିଛି । ଅହମ୍ମଦାବାଦର ସ୍ୱତନ୍ତ୍ର କୋର୍ଟ ଦୋଷୀ ମାନଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଏକକାଳୀନ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ ନେଇ ରାୟ ଶୁଣାଇଥିବା ବେଳେ, ଅନ୍ୟ ୧୧ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ଏହି ବିସ୍ଫୋରଣ ଘଟଣାରେ ମୋଟ୍‍ ୪୯ଜଣ ଦୋଷୀ ରହିଥିଲେ । ୨୬ ଜୁଲାଇ ୨୦୦୮ରେ ଅହମ୍ମଦାବାଦରେ ଏହି ସିରିଜ ବିସ୍ଫୋରଣ ଘଟିଥିଲା । ମାତ୍ର ୧ ଘଣ୍ଟା ୧୦ ମିନିଟରେ ଆର୍ଥାତ୍‍ ୭୦ ମିନିଟରେ ୨୧ଟି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୫୬ ଜଣଙ୍କ ମୃତ୍ୟୁ ଘଟିଥିଲା । ୨ଶହରୁ ଅଧିକ ଲୋକ ଗୁରୁତର ହୋଇଥିଲେ ।

ଏହି ଘଟଣାକୁ ୧୩ ବର୍ଷ ପୂରଣ ହୋଇଥିବା ବେଳେ ଦୋଷୀ ମାନଙ୍କୁ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ସୂଚନା ମୁତାବକ ୨୦୦୮ ମସିହାରେ ବିସ୍ଫୋରଣ ପରେ କିଛି ଦିନ ସମ୍ପୃକ୍ତ ଅଞ୍ଚଳକୁ ଯାଞ୍ଚ କରିଥିଲା ପୁଲିସ । ପୁଲିସ ଯାଞ୍ଚ କରିବା ସମୟରେ ଅନେକ ବୋମା ଜବତ କରିଥିଲା । ଅହମ୍ମଦାବାଦରେ ୨୦ଟି ଏବଂ ସୁରଟରେ ୧୫ଟି ମାମଲା ପଞ୍ଜିକୃତ କରିଥିଲା ପୁଲିସ । ସେହି ଆଧାରରେ ୭୯ ଜଣଙ୍କୁ ପୁଲିସ ଗିରଫ କରିଥିଲା । ସେମାନଙ୍କ ବିରୋଧରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିଥିଲା । ପରେ ପରେ ଆଉ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ । ହେଲେ ସେମାନଙ୍କ ଶୁଣାଣି ଏଯାଏ ଚାଲିଛି । ସେମାନଙ୍କ ବିରୋଧରେ କୌଣସି ରାୟ ଆସିନାହିଁ ।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories