www.samajalive.in
Wednesday, December 10, 2025
14.1 C
Bhubaneswar

ପାଣ୍ଡିଆ ଆଉଟ ଚାହର ଇନ୍‍

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡିଆ ଆହତ ହେବା କାରଣରୁ ଏସିଆ କପରୁ ବାହାର ହୋଇଯାଇଛନ୍ତି। ତାଙ୍କ ସ୍ଥାନରେ ଦୀପକ ଚାହରଙ୍କୁ ଦଳରେ ସାମିଲ କରାଯାଇଛି। ଚଳିତ ବର୍ଷ ଏସିଆକପରେ ବୁଧବାର ଦିନ ହୋଇଥିବା ଭାରତ ପାକିସ୍ତାନ ମ୍ୟାଚରେ ପାଣ୍ଡିଆ ଆହତ ହୋଇଥିଲେ। ଆହତ ହେବାରୁ ତାଙ୍କୁ ଷ୍ଟ୍ରେଚର ଯୋଗେ ନିଆଯାଇଥିଲା। ତାଙ୍କର ଚିକିତ୍ସା ପରେ ଡାକ୍ତର ତାଙ୍କୁ ବିଶ୍ରାମ କରିବାପାଇ କହିଛନ୍ତି। ଯାହାଦ୍ୱାରା ସେ ଏସିଆ କପର ଆଗାମୀ ମ୍ୟାଚରୁ ବାଦ ପଡିଛନ୍ତି।
ବୁଧବାର ଭାରତ ପାକିସ୍ତାନ ମଧ୍ୟରେ ମ୍ୟାଚ ଚାଲିଥିବା ସମୟରେ ଏହି ଘଟଣା ଘଟିଥିଲା। ପାକିସ୍ତାନ ବ୍ୟାଟିଂର ୧୮ ଓଭର ଚାଲିଥିବା ବେଳେ ସେ ତାଙ୍କ ବ୍ୟକ୍ତିଗତ କୋଟାର ପଞ୍ଚମ ଓଭର ବୋଲିଂ କରୁଥିବା ବେଳେ ହଠାତ ତାଙ୍କ ଅଣ୍ଟା କାଟିଥିଲା ଆଉ ସେ ତଳେ ବସିପଡିଥିଲେ। ପରେ ସେ ଆଉ ଉଠିପାରିନଥିଲେ ଷ୍ଟ୍ରେଚରରେ ତାଙ୍କୁ ପଡିଆରୁ ବାହାରକୁ ନିଆଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories