www.samajalive.in
Sunday, December 7, 2025
23.1 C
Bhubaneswar

ଆରପାରିରେ ‘ଡିସ୍କୋ କିଙ୍ଗ୍‍’ ; ମନେ ପକାଉଛି ସାରା ଦେଶ

ମୁମ୍ବଇ : ଆଉ ନାହାନ୍ତି ଡିସ୍କୋ କିଙ୍ଗ। ବଲିଉଡର ପ୍ରସିଦ୍ଧ ଗାୟକ ତଥା ଗୀତିକାର ବପ୍ପି ଲାହିରିଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ମୁମ୍ବଇର ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।  ବପ୍ପି ଲାହିରି ୮୦ ଏବଂ ୯୦ ଦଶକରେ ଅନେକ ଚଳଚ୍ଚିତ୍ରରେ ବ୍ଲକବଷ୍ଟର ଗୀତ ଦେଇଥିଲେ ଏବଂ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ଗତ ବର୍ଷ ଏପ୍ରିଲରେ  ବପ୍ପି ଲାହିରିଙ୍କୁ ମୁମ୍ବଇର  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତବର୍ଷ ଏପ୍ରିଲ ମାସରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ସେ କରୋନା ଆକ୍ରାନ୍ତ ହୋଇଥିଲେ। କିଛି ଦିନ ମଧ୍ୟରେ ସେ ସୁସ୍ଥ ମଧ୍ୟ ହୋଇଥିଲେ। ଏହି ସମୟରେ ତାଙ୍କୁ ମୁମ୍ବଇର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ମୁମ୍ବଇର ଏକ ହସ୍ପିଟାଲରେ ପ୍ରାୟ ଏକ ମାସ ହେବ ସେ ଚିକିତ୍ସିତ ଅବସ୍ଥାରେ ରହିଥିଲେ। ସୋମବାର ତାଙ୍କୁ ଡିସଚାର୍ଜ କରାଯାଇଥିଲା। ମାତ୍ର ମଙ୍ଗଳବାର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ବପ୍ପି ଲାହିରିଙ୍କ ମୃତ୍ୟୁ ରେ ସମଗ୍ର ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ସୋସିଆଲ ମିଡିଆରେ ସେଲିବ୍ରିଟି ଏବଂ ପ୍ରଶଂସକମାନେ ‘ଡିସ୍କୋ କିଙ୍ଗ’କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories