www.samajalive.in
Friday, December 12, 2025
14.1 C
Bhubaneswar

କଂଗ୍ରେସକୁ ଝଟ୍‌କା: ଦଳରୁ ଇସ୍ତଫା ଦେଲେ ପୂର୍ବତନ ଆଇନ ମନ୍ତ୍ରୀ ଅଶ୍ବିନୀ କୁମାର

ନୂଆଦିଲ୍ଲୀ: କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ବଡ଼ ଝଟ୍‌କା ଲାଗୁଛି। ଏବେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ଅଶ୍ବିନୀ କୁମାର ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଏଥିରେ ଅଶ୍ବିନୀ କୁମାର ଲେଖିଛନ୍ତି ଯେ, ସେ ଦଳ ବାହାରେ ରହି ଜାତୀୟ ପ୍ରସଙ୍ଗ ଉପରେ ଭଲ କାମ କରିପାରିବେ। ଏହା ବ୍ୟତୀତ ସେ ଦଳକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ଅଶ୍ବିନୀ କୁମାର ପଞ୍ଜାବରୁ ରାଜ୍ୟସଭା ସାଂସଦ ଥିଲେ। ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କର ଇସ୍ତଫା କଂଗ୍ରେସ ପାଇଁ ଏକ ବଡ଼ କ୍ଷତି ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି। ଅଶ୍ବିନୀ କୁମାର ସୋନିଆ ଗାନ୍ଧୀଙ୍କର ଖୁବ୍‌ ବିଶ୍ବସ୍ତ ଥିଲେ। ଜି-୨୩ ନେତାଙ୍କ ସମୟରେ ମଧ୍ୟ ସେ ସୋନିଆଙ୍କୁ ରକ୍ଷା କରିଥିଲେ।

- Advertisement -

 

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories