www.samajalive.in
Friday, December 12, 2025
23.1 C
Bhubaneswar

ପୁଲୱାମା ଶହୀଦଙ୍କୁ ବଜରଙ୍ଗ ଦଳର ଶ୍ରଦ୍ଧାଞ୍ଜଳି

ସମ୍ବଲପୁର:ବଜରଙ୍ଗ ଦଳ ସମ୍ବଲପୁର ଶାଖା ତରଫରୁ ୨୦୧୯ ମସିହାରେ ଆଜିର ଦିବସରେ ଆତଙ୍କବାଦୀଙ୍କ ଦ୍ୱାରା ଧୋକାର ଶିକାର ହୋଇ ଶହୀଦ ହୋଇଥିବା ବୀର ସୈନିକ ମାନଙ୍କ ସ୍ମୃତିରେ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ସ୍ଥାନୀୟ କଚେରୀ ଛକ ସ୍ଥିତ ଶହୀଦ ସ୍ତମ୍ଭ ଠାରେ ବଜରଙ୍ଗ ଦଳ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଦିବଙ୍ଗତ ଅମର ଆତ୍ମାମାନଙ୍କର ସଦଗତି କାମନା କରାଯାଇଥିଲା।

 

- Advertisement -

ଏହି ଅବସରରେ ପୁଲୱାମା ଆକ୍ରମଣରେ ସହୀଦ ହୋଇଥିବା ଅମର ଯବାନମାନଙ୍କର ବୀରତ୍ୱ ଉପରେ ବଜରଙ୍ଗ ଦଳର ଓଡିଶା ପଶ୍ଚିମର ପ୍ରାନ୍ତ ସଂଯୋଜକ ସୁଧିର ବହିଦାର ଆଲୋକପାତ କରିଥିଲେ। ଏହି ଅବସରରେ ଆଦିତ୍ୟ ପୁରୋହିତ, ପ୍ରମୋଦ ଚାନ୍ଦ, ବିବେକ ପାତ୍ର, ରୂପରାଜ ଦେହୁରୀ, ବବି ସ୍ୱାଇଁ, ସୁଶାନ୍ତ ଜଗଦଲା, ବାସୁ ମୁଣ୍ଡା, ରାହୁଲ ଗୁପ୍ତା, ଆକାଶ ସାହୁ, ଓମପ୍ରକାଶ ସ୍ୱାଇଁ, ଆଶୁତୋଷ ବେହେରା, ଜୟନ୍ତ ମହାପାତ୍ର ଓ ରୁଦ୍ର ବାରିକ ଙ୍କ ସମେତ ଅନେକ ସଦସ୍ୟ ଉପରେ ଉପସ୍ଥିତ ରହିଥିଲେ।

Hot this week

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

Related Articles

Popular Categories